ETV Bharat / state

VK Pandian VRS: ‘ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ... କିନ୍ତୁ’

author img

By ETV Bharat Odisha Team

Published : Oct 24, 2023, 8:28 PM IST

ଆଜି ନରସିଂହ କହିଛନ୍ତି, ‘‘ଭିକେ ପାଣ୍ଡିଆନ ଜଣେ ଦକ୍ଷ ଓ ସଫଳ ପ୍ରଶାସକ । ସେ ପ୍ରଶାସକ ଭାବେ ସଫଳ ହୋଇଛନ୍ତି । ତାଙ୍କର ଅଭିଜ୍ଞତା ବୁଦ୍ଧି ରଣନୀତି ବିଜେଡିକୁ ନିଶ୍ଚିତ ନିର୍ବାଚନରେ ସଫଳତା ଦେବ । ହେଲେ ଯଦି ସେ ବିଜେଡିରେ ସାମିଲ ହୋଇ ରାଜନୀତି କରନ୍ତି ତାହା ଦଳ ପାଇଁ ବୁଂମେରା ହୋଇପାରେ ।" ଅଧିକ ପଢନ୍ତୁ

VK Pandian VRS: ‘ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ... କିନ୍ତୁ’
VK Pandian VRS: ‘ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ... କିନ୍ତୁ’
VK Pandian VRS: ‘ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ... କିନ୍ତୁ’

ବଲାଙ୍ଗୀର: ଭିକେ ପାଣ୍ଡିଆନ ଜଣେ ଦକ୍ଷ ଓ ସଫଳ ପ୍ରଶାସକ । ସେ ପ୍ରଶାସକ ଭାବେ ସଫଳ ହୋଇଛନ୍ତି । ତାଙ୍କର ଅଭିଜ୍ଞତା ବୁଦ୍ଧି ରଣନୀତି ବିଜେଡିକୁ ନିଶ୍ଚିତ ନିର୍ବାଚନରେ ସଫଳତା ଦେବ । ହେଲେ ଯଦି ସେ ବିଜେଡିରେ ସାମିଲ ହୋଇ ରାଜନୀତି କରନ୍ତି ତାହା ଦଳ ପାଇଁ ବୁଂମେରା ହୋଇପାରେ । ଦଳରେ କେତେ ଗ୍ରହଣୀୟ ହେବେ ତାହା ବଡ ପ୍ରଶ୍ନ । 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଇସ୍ତଫା ପରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

ଅଧିକ ପଢନ୍ତୁ- VK Pandian VRS: ଚାକିରୀ ସହ ରାଜନୀତିକୁ ବିରୋଧ କରିଥିଲୁ, ବ୍ୟକ୍ତି ବିଶେଷକୁ ନୁହେଁ: ବିଜେପି ସଭାପତି

ଆଜି ନରସିଂହ କହିଛନ୍ତି, ‘‘ଭିକେ ପାଣ୍ଡିଆନ ଜଣେ ଦକ୍ଷ ଓ ସଫଳ ପ୍ରଶାସକ । ସେ ପ୍ରଶାସକ ଭାବେ ସଫଳ ହୋଇଛନ୍ତି । ତାଙ୍କର ଅଭିଜ୍ଞତା ବୁଦ୍ଧି ରଣନୀତି ବିଜେଡିକୁ ନିଶ୍ଚିତ ନିର୍ବାଚନରେ ସଫଳତା ଦେବ । ହେଲେ ଯଦି ସେ ବିଜେଡିରେ ସାମିଲ ହୋଇ ରାଜନୀତି କରନ୍ତି ତାହା ଦଳ ପାଇଁ ବୁଂମେରା ହୋଇପାରେ । ଦଳରେ କେତେ ଗ୍ରହଣୀୟ ହେବେ ତାହା ବଡ ପ୍ରଶ୍ନ । ପାଣ୍ଡିଆନ ତିରିଶ ଜିଲ୍ଲା ବୁଲି ବୁଲି ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ଆଳରେ ବିଜେଡିର ଯେଉଁ ପ୍ରଚାର କଲେ ତାହା ଲୋକଙ୍କୁ ପସନ୍ଦ ଆସିଲା ନାହିଁ। ଏହା ଯୋଗୁଁ ବିଜେଡି ସରକାର ବ୍ୟାକ ଫୁଟକୁ ଯାଇଛି। ତେଣୁ ସେ ଇସ୍ତଫା ଦେଇ ଏହାକୁ ମ୍ୟାନେଜ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି ।’’

ସେହିପରି ନରସିଂହ କହିଛନ୍ତି ଯେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏକ ସର୍ଭେରୁ 17 ପ୍ରତିଶତ କମିଥିବାର ଜଣାପଡ଼ିଛି। ଦୁଇ ମାସ ହେବ ପ୍ରତ୍ୟେକ ମାସ ପାଞ୍ଚ ପ୍ରତିଶତ ଲେଖାଏଁ ଏହା କମିବାରେ ଲାଗିଛି । ସେଥିପାଇଁ ବୋଧହୁଏ ଆଗୁଆ ନିର୍ବାଚନ କରିବା ପାଇଁ ଚେଷ୍ଟା ଚାଲିଥିଲା। ହେଲେ କେନ୍ଦ୍ର ସରକାର ବୋଧେ ରାଜି ନ ହେବାରୁ ତାହା ହେଲା ନାହିଁ । ଫଳରେ ଏବେ ସଠିକ ସମୟରେ ନିର୍ବାଚନ ହେବ। କିନ୍ତୁ ଆଗକୁ ବିଜେଡିର ଅବସ୍ଥା ଆହୁରି ଖରାଫ ହୋଇପାରେ ।

ସେହିଭଳି ନରସିଂହ କହିଛନ୍ତି ଯଦି ପାଣ୍ଡିଆନ ରାଜନୀତିକୁ ଆସନ୍ତି କେତେ ଗ୍ରହଣୀୟ ହେବେ ତାହା ବଡ ପ୍ରଶ୍ନ । ଏହାସହ ବିଜେଡି ନେତା ତାଙ୍କୁ କେତେ ଗ୍ରହଣ କରିବେ ତାହା ମଧ୍ୟ ଅସ୍ପଷ୍ଟ । ସେ ରାଜନୀତିକୁ ଆସିଲେ ବିଜେଡି ଦଳରେ ଫାଟ ନିଶ୍ଚିତ ହେବ । ହେଲେ ଭି କେ ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ । ତାଙ୍କର ବୁଦ୍ଧି ଜ୍ଞାନ ସରକାର ପାଇଁ ସହାୟକ ହେବ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ- VK Pandian Takes VRS: VRS ନେଲେ VK Pandian, ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା

ସୂଚନାଯୋଗ୍ୟ ଯେ, ଗତକାଲି 5ଟି ସଚିବ ଭିକେ ପାଣ୍ଡିଆନଙ୍କ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଆଇଏଏସ ପାଣ୍ଡିଆନ ଅକ୍ଟୋବର ୨୦ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଗତକାଲି କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଗତକାଲି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ପାଣ୍ଡିଆନଙ୍କ ଇସ୍ତଫା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ପାଣ୍ଡିଆନଙ୍କୁ ଆଜି ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଥିବା ବେଳେ ତାଙ୍କର ରାଜନୀତିରେ ପ୍ରବେଶ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.