ବଲାଙ୍ଗୀର: ଦୁଇ ପରିବାରକୁ ସାମାଜିକ ବାସନ୍ଦ ପରେ ଏବେ ରାସ୍ତାରେ ଚାଲିବା ମନା ହୋଇଛି । ଘରକୁ ଯିବା ପାଇଁ ରାସ୍ତା ନାହିଁ । ପ୍ରଶାସନର ଦ୍ବାରସ୍ତ ହେଲେ ପରିବାର । ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭୋଇ ପାଳି ଗ୍ରାମରେ ଏଭଳି ଘଟଣା ଘଟିଛି । ନ୍ୟାୟ ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଦୁଇ ପରିବାର ।
ସାଧାରଣ ଛୋଟମୋଟ ଝଗଡାକୁ ନେଇ ଦୁଇ ପରିବାର ଉପରେ ଅକଥନୀୟ ଅତ୍ୟାଚାର ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ସାମାଜିକ ବାସନ୍ଦ ପରେ ଏବେ ଦୁଇ ପରିବାରଙ୍କୁ ରାସ୍ତାରେ ଚାଲିବା ମନା ହୋଇଛି । ନ୍ୟାୟ ପାଇଁ ପ୍ରଶାସନର ଦ୍ବାରସ୍ତ ହୋଇଛନ୍ତି ପରିବାର । ଭୋଇ ପାଳି ଗ୍ରାମରେ ଦୁଇ ଭାଇ ଲାଲ ବିହାରୀ ସାହୁ ଓ ବିଶ୍ବ ସାହୁଙ୍କ ପରିବାରକୁ ଏଭଳି ଦଣ୍ଡ ଦିଆ ଯାଇଥିବାର ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ସାଧାରଣ କଥାରୁ ସୃଷ୍ଟି ହୋଇଥିବା ବିବାଦରେ ଗାଁର କିଛି ପ୍ରଭାବଶାଳୀ ବ୍ୟକ୍ତି ଦୁଇ ପରିବାରକୁ ପ୍ରଥମେ ଦୁଇବର୍ଷ ହେବ ବାସନ୍ଦ କରିଥିଲେ । କୌଣସି ସାମାଜିକ କାମ ବିବାହ ଉତ୍ସବରେ ଏମାନଙ୍କୁ ସାମିଲ କରାଯାଉ ନଥିଲା । ତେବେ ଏହାକୁ ନେଇ ଏମାନେ ଜିଲ୍ଲା ପ୍ରଶାସନ ଓ ପୋଲିସ ପାଖରେ ଅଭିଯୋଗ କରି ମଧ୍ୟ ନିରାଶ ହୋଇଥିଲେ ।
ଏହା ବି ପଢନ୍ତୁ...ଅସୁରକ୍ଷିତ ପୁରୀ ସମୁଦ୍ରକୂଳ ! ଦୁଇଦିନ ଭିତରେ ଗଲାଣି ଚାରି ଜୀବନ
ଦୁଇ ପରିବାର ଲୋକେ ନିଜ ଘରକୁ ଯିବା ଆସିବା କରୁଥିବା ରାସ୍ତାକୁ ମଧ୍ୟ ଏବେ ବାଡ଼ ଦେଇ ଅବରୋଧ କରାଯାଇଛି। ଫଳରେ ପୂର୍ବପୁରୁଷରୁ ଏମାନେ ଚାଲୁଥିବା ରାସ୍ତାକୁ ଏବେ ବନ୍ଦ କରି ଦିଆଯିବାରୁ ଏହି ଦୁଇ ପରିବାର ଏବେ ଘେରାବନ୍ଧୀ ଅବସ୍ଥାରେ ରହିଛନ୍ତି । ନ୍ୟାୟ ପାଇଁ ପୋଲିସ ଦ୍ବାରସ୍ତ ହୋଇଛନ୍ତି । ହେଲେ ପୋଲିସ ଏଯାଏଁ କୌଣସି ପଦକ୍ଷେପ ନେଇ ନଥିବାରୁ ନ୍ୟାୟ ପାଇଁ ବଲାଙ୍ଗୀର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଏହା ବି ପଢନ୍ତୁ...Jharsuguda ByPoll: ଦୁଇ ଦିନ ପରେ ଉପନିର୍ବାଚନ, ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ପୂର୍ବରୁ ସ୍ଥାନୀୟ ତହସିଲଦାର, ପୋଲିସ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କେହି ଏଯାଏଁ ପଦକ୍ଷେପ ନେଇ ନାହାନ୍ତି । ତେଣୁ ଏମାନେ ଏବେ ଏସପିଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଦାବି କରିଛନ୍ତି । କିଛି ପ୍ରଭାବଶାଳୀ ବ୍ୟକ୍ତି ତାଙ୍କ ସହ ଶତ୍ରୁତା ରଖି ଏଭଳି କାର୍ଯ୍ୟ କରୁଥିବା କହିଛନ୍ତି ଦୁଇ ପରିବାର ସଦସ୍ୟ । ଅଭିଯୋଗ କଲେ ମଧ୍ୟ ସେମାନେ ରାଜନୈତିକ ଚାପ ଦେଇ ମମାଲାକୁ ରଫାଦଫା କରୁଥିବା ଅଭିଯୋଗ ହୋଇଛି । ସେପଟେ ଏହି ଅଭିଯୋଗକୁ ନେଇ ପୋଲିସ କିମ୍ବା ପ୍ରଶାସନ ପାଖରୁ ଏଯାଏଁ ପ୍ରତିକ୍ରିୟା ମିଳି ପାରିନାହିଁ ।
ଇଟିଭି ଭାରତ, ବଲାଙ୍ଗୀର