ETV Bharat / state

ସାଂସଦ ନିରଞ୍ଜନ ବିଶିଙ୍କ ବିରୋଧରେ ଆଦିବାସୀ ମେଳି

author img

By

Published : Jul 17, 2023, 2:18 PM IST

ନିରଞ୍ଜନ ବିଶିଙ୍କ ବିରୋଧରେ ଆଦିବାସୀ ମେଳି । ବଲାଙ୍ଗୀର ବିଶିଷ୍ଟ ଆଦିବାସୀ ନେତା ତଥା ରାଜ୍ୟସଭା ସାଂସଦ ବିରୋଧରେ ଗର୍ଜିଲେ ଆଦିବାସୀ।

ସାଂସଦ ନିରଞ୍ଜନ ବିଶିଙ୍କ ବିରୋଧରେ ଆଦିବାସୀ ମେଳି
tribal association disappointed o Niranjan Bishi
ସାଂସଦ ନିରଞ୍ଜନ ବିଶିଙ୍କ ବିରୋଧରେ ଆଦିବାସୀ ମେଳି

ବଲାଙ୍ଗୀର: ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ପାଇଁ ବଢ଼ିଲା ଅଡ଼ୁଆ । ନିରଞ୍ଜନଙ୍କ ବିରୋଧରେ ଆଦିବାସୀ ମେଳି । ବଲାଙ୍ଗୀର ବିଶିଷ୍ଟ ଆଦିବାସୀ ନେତା ତଥା ରାଜ୍ୟସଭା ସାଂସଦ ବିରୋଧରେ ଗର୍ଜିଲେ ଆଦିବାସୀ। ଆଦିବାସୀ ନେତା ଥିବାବେଳେ ଆଦିବାସୀଙ୍କ ହକ ପାଇଁ ଲଢେଇ କରିବା କଥା ହେଲେ ସେ ରାଜନୀତିକୁ ଯାଇ ସାଂସଦ ପଦ ହାତେଇବା ପରେ ଆଦିବାସୀଙ୍କ ନ୍ୟାର୍ଯ୍ୟ ଦାବିକୁ ନେଇ ସାଲିସ କରିଥିବାର କହିଛନ୍ତି ଆଦିବାସୀ ନେତା । ନୂଆ ନେତା ବାଛିବା ସହ ଆଗକୁ ଆଦିବାସୀ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି ଆଦିବାସୀ କଲ୍ୟାଣ ସଂଘ ।

ବଲାଙ୍ଗୀର ଆଦିବାସୀ ସଂଘରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦିନେ ଏହାର ନେତା ହୋଇ ସରକାର ବିରୋଧରେ ଲଢ଼ୁଥିଲେ ନିରଞ୍ଜନ ବିଶି । ହେଲେ ଏବେ ସରକାରଙ୍କ ସହ ସାଲିସ କରିବା ସହ ଆଦିବାସୀଙ୍କ ହକର ଲଢେଇକୁ ଚାପି ଦିଆଯାଉଛି । ଏଭଳି କିଛି ଅଭିଯୋଗ ନେଇ ବଲାଙ୍ଗୀରରେ ଆଦିବାସୀ ମେଳି ହୋଇଥିଲା । ଯେଉଁଥିରେ ଜିଲ୍ଲାର ସମସ୍ତ ବ୍ଳକର ଆଦିବାସୀ ନେତା ଓ ନେତ୍ରୀ ସାମିଲ ହୋଇଥିଲେ । ତେବେ ପୂର୍ବରୁ ନକଲି ଆଦିବାସୀ, ଆଦିବାସୀ ଜଙ୍ଗଲ ଜମି ଅଧିକାର ହେଉ କିମ୍ବା ଆଦିବାସୀଙ୍କ ଉପରେ ହେଉଥିବା ନିର୍ଯାତନା ପାଇଁ ଏମାନେ ଲଢେଇ କରୁଥିଲେ ଏଥିପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଗଠନ ହୋଇଥିଲା ।

ବିଶେଷ କରି ନିରଞ୍ଜନ ବିଶି ସରକାର ସହିତ ହାତ ମିଲାଇ ରାଜ୍ୟସଭା ସାଂସଦ ହୋଇଛନ୍ତି । ସେହି ଦିନ ଠାରୁ ସଙ୍ଘର ଲକ୍ଷ ପଥ ଭ୍ରଷ୍ଟ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଆଦିବାସୀ ନେତା । ଆଦିବାସୀ ତାଙ୍କ ବିରୋଧରେ ଏକାଠି ହୋଇ ତାଙ୍କୁ ସଂଘରୁ ବିଦା କରିଛି । ସମାନ ଭାବରେ ଏମାନେ ଏବେ ନୂଆ ନେତା ବାଛିବେ ଓ ଆଗକୁ ଆଦିବାସୀଙ୍କ ହକର ଲଢେଇ ଜାରି ରଖିବେ ବୋଲି କହିଛନ୍ତି । 2013ରେ ଆଦିବାସୀ କଲ୍ୟାଣ ସମିତି ଗଠନ ହୋଇଥିଲା । ହକ ପାଇଁ ଲଢେଇ କରୁଥିବା ମାତ୍ର ବିଗତ 8 ବର୍ଷ ଏହା ଲକ୍ଷ୍ୟ ପଥଭ୍ରଷ୍ଠ ହୋଇଛି ।

ଏହା ବି ପଢନ୍ତୁ...ପୂର୍ବତନ ଯୋଗାଣ ସହାୟକଙ୍କ ହତ୍ୟା ଘଟଣା, ନ୍ୟାୟ ଦାବିରେ ଏପସି କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଦିବାସୀ ନେତା ସତ୍ୟ ଭୋଇ କହିଛନ୍ତି, ''ଆଦିବାସୀ ସଙ୍ଘର ନୂଆ କର୍ମକର୍ତ୍ତା ଓ ନେତା ଖୁବଶୀଘ୍ର ବଛା ହେବ । ପୂର୍ବରୁ ତାଙ୍କର ନେତା ହୋଇ ଆଦିବାସୀଙ୍କୁ ଠକିଥିବା ନିରଞ୍ଜନ ବିଶିଙ୍କୁ ଆଉ କୌଣସି ପଦ ଦିଆଯିବ ନାହିଁ । ସେ ଆଦିବାସୀ ନେତା ଥିବା ବେଳେ ଆଦିବାସୀଙ୍କ ହକ୍‌ ପାଇଁ ଲଢ଼େଇ କରିବା କଥା । ହେଲେ ସେ ରାଜନୀତିକୁ ଯାଇ ସାଂସଦ ପଦ ହାତେଇବା ପରେ ଆଦିବାସୀଙ୍କ ନ୍ୟାର୍ଯ୍ୟ ଦାବିକୁ ସାଲିସ କରିଛନ୍ତି ।'' ସାଂସଦ ନିରଞ୍ଜନ ବିଶିଙ୍କ ବିରୋଧରେ ଆଦିବାସୀ ଏକାଠି ହୋଇ ମେଳି କରିବା ଆଗକୁ ତାଙ୍କ ପାଇଁ ଅଡୁଆ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଇଟିିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.