ETV Bharat / state

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି, 12 ଘଣ୍ଟିଆ ବନ୍ଦ ଡାକରା ଦେଲା ଏକ୍ସନ କମିଟି - ଜିଲ୍ଲା ମାନ୍ୟତା ଦାବି ନେଇ ଆନ୍ଦୋଳନ ଜୋର୍

ବଲାଙ୍ଗୀର ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆନ୍ଦୋଳନ ଜୋର୍ ଧରିଛି । ଆସନ୍ତାକାଲି ଏଥିପାଇଁ 12 ଘଣ୍ଟିଆ ଟିଟିଲାଗଡ ବନ୍ଦ ଡାକରା ଦେଲା ଏକ୍ସନ କମିଟି । ଅଧିକ ପଢନ୍ତୁ

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି, 12 ଘଣ୍ଟିଆ ବନ୍ଦ ଡାକରା ଦେଲା ଏକ୍ସନ କମିଟି

author img

By

Published : Nov 23, 2022, 8:32 PM IST

Updated : Nov 23, 2022, 11:00 PM IST

ବଲାଙ୍ଗୀର: ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ପୁଣି ତେଜିବାରେ ଲାଗିଛି ଆନ୍ଦୋଳନ । ଏନେଇ ଆସନ୍ତା କାଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟିଟିଲାଗଡ 12 ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି । ଯେଉଁଥିରେ ଜରୁରୀ ବ୍ୟବସ୍ଥା ପ୍ରତିଷ୍ଠାନ ଛଡା ସବୁ ଏଠି ବନ୍ଦ କରିବ ବୋଲି କହିଛି କ୍ରିୟାନୁଷ୍ଠାନ କମିଟି ।

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି, 12 ଘଣ୍ଟିଆ ବନ୍ଦ ଡାକରା ଦେଲା ଏକ୍ସନ କମିଟି

ସୂଚନା ମୁତାବକ, ଦୀର୍ଘ ବର୍ଷରୁ ସ୍ଥାନୀୟ ଲୋକେ ଏହି ଆନ୍ଦୋଳନ କରି ଆସୁଛନ୍ତି । ହେଲେ ସରକାର ପ୍ରତିଶୃତି ଦେଇ ତାହା ପାଳନ କରୁ ନ ଥିବାର ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଟିଟିଲାଗଡବାସୀ । ଏନେଇ ଟିଟିଲାଗଡ ୧୨ଘଣ୍ଟା ବନ୍ଦ ଡାକରା ଦିଆଯାଇଥିବା ବେଳେ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସହ ଗାଡି ଚଳାଚଳ ଓ ଟ୍ରେନ ଚଳାଚଳ ସକାଳୁ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କହିଛି କ୍ରିୟାନୁଷ୍ଠାନ କମିଟି । ସେହିପରି ଏହି ବନ୍ଦ ଡାକରାକୁ ଟିଟିଲାଗଡ ର ସବୁ ସଂଗଠନ ସମର୍ଥନ ଦେଉଥିବାର କମିଟି କହିଛି ।

ଏନେଇ ଟିଟିଲାଗଡ ଆକ୍ସନ କମିଟିର ସଭାପତି ସଞ୍ଜୟ ବେହେରା କହିଛନ୍ତି, ଟିଟିଲାଗଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ନେଇ ୩୦ ବର୍ଷ ହେଲା ଏହି ଆନ୍ଦୋଳନ ଜାରି ରଖିଛୁ । କିନ୍ତୁ ସରକାର ଆମକୁ ଠକି ଚାଲିଛନ୍ତି । ଏନେଇ ଆମେ ଏହି ଆନ୍ଦୋଳନ ଦ୍ବାରା ଟିଟିଲାଗଡ ଜିଲ୍ଲା ହାସଲ କରିବୁ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Nov 23, 2022, 11:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.