ETV Bharat / state

ଅଧାରେ ରହିଗଲା ସାବିତ୍ରୀ ବ୍ରତ, ପୂଜା ସାମଗ୍ରୀ ଧରି ଫେରିବା ବେଳେ ଡାକି ନେଲା ଯମ

author img

By

Published : May 19, 2023, 5:05 PM IST

Updated : May 19, 2023, 5:16 PM IST

ସାବିତ୍ରୀ ବ୍ରତରେ ଅଘଟଣ । ପୂଜା ସାମଗ୍ରୀ ନେଇ ସ୍ତ୍ରୀଙ୍କ ପାଖକୁ ଯାଉଥିବାବେଳେ ଦୁର୍ଘଟଣାରେ ଭିଣୋଇଙ୍କ ସମେତ ଶଳା ଓ ସମ୍ପର୍କୀୟଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

severe road accident in balangir
ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବଲାଙ୍ଗୀର: ଲୋଇସିଂହା ଅନ୍ତର୍ଗତ କରକଚିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ବୋଲେରୋ ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ସାବିତ୍ରୀ ବ୍ରତ ପାଇଁ ପୂଜା ସାମଗ୍ରୀ ନେଇ ଘରକୁ ଫେରୁଥିବାବେଳେ ଦୁର୍ଘଟଣାରେ ଶଳା, ଭେଣୋଇ ଓ ସମ୍ପର୍କୀୟଙ୍କ ମୃତ୍ୟୁ । ତିନି ମୃତକ ସଦେଇପାଲି, ରୋତ ଓ କୁସଙ୍ଗ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: Dowry Case Against Royal Family: ପାଲଟା ଅଭିଯୋଗ ଆଣିଲେ ଅର୍କେଶ, କହିଲେ ପତ୍ନୀଙ୍କ ରହିଛି ହାଇଡିମାଣ୍ଡ

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ସଦେଇପାଲି ଗ୍ରାମର ତୁଳସୀ ରାମ ପଟେଲ ତାଙ୍କ ଶାଶୁଘର ରୋତ ଗ୍ରାମକୁ ଯାଇଥିଲେ । ଆଜି ସାବିତ୍ରୀ ବ୍ରତ ଥିବାରୁ ପତ୍ନୀ ପୂଜା ସାମଗ୍ରୀ ଆଣିବାକୁ ସ୍ବାମୀଙ୍କୁ କହିଥିଲେ । ତୁଳସୀ ରାମ ନିଜ ଶାଳକ ଏବଂ ସମ୍ପର୍କୀୟଙ୍କ ସହ ସମସ୍ତ ସାମଗ୍ରୀ ଧରି ବାଇକ ଯୋଗେ ଫେରୁଥିଲେ । ଅଳ୍ପ ବାଟ ପରେ ଘରେ ପହଞ୍ଚିଥାନ୍ତେ । ହେଲେ ଅଧା ବାଟରେ ଯେପରି ମୃତ୍ୟୁ ତାଙ୍କୁ ଛପି ରହିଥିଲା । ଲୋଇସିଂହା ଭର୍ସୁଜା ରାସ୍ତା କରକାଚିଆ ଛକ ନିକଟରେ ଏକ ବୋଲେରୋ ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ପାଇ ଲୋଇସିଂହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାକୁ ପଠାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Karnataka Result: ରାହୁଲ ଓ ପ୍ରିୟଙ୍କାଙ୍କୁ ଶ୍ରେୟ ଦେଲେ ନରସିଂହ, ରାଜ୍ୟ କଂଗ୍ରେସକୁ ମାରିଲେ ତେରଛା ବାଣ

ତେବେ ତିନି ମୃତକ ତୁଳସୀ ରାମ ପଟେଲ ସଦେଇପାଲି ଅଞ୍ଚଳର ହୋଇଥିବାବେଳେ ରାଜେଶ ପଟେଲ ରୋତ ଗ୍ରାମ ଏବଂ ସମ୍ପର୍କୀୟ ସୂର୍ଜନ ପଟେଲ କୁସଙ୍ଗ ଗ୍ରାମର ବୋଲି ଜଣାପଡ଼ିଛି । ସେପଟେ ସ୍ତ୍ରୀ ନିଜ ସତ୍ୟବାନ ପାଇଁ ଉପବାସ ରହି ତାଙ୍କ ବାଟକୁ ଅନାଇ ରହି ଥିବାବେଳେ ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣିବାକୁ ପାଇଛନ୍ତି । ଏହି ଘଟଣା ନେଇ ରୋତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଲୋଇସିଂହା ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: ପୋଲିସ-ମାଓବାଦୀ ଏନକାଉଣ୍ଟର: ଆହତ ଡିଏସପିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ଏୟାର ଆମ୍ବୁଲାନ୍ସରେ ହେବେ ସ୍ଥାନାନ୍ତର

ଇଟିଭି ଭାରତ, ବଲାଙ୍ଗୀର

Last Updated : May 19, 2023, 5:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.