ETV Bharat / state

ବଲାଙ୍ଗୀରରେ ହେବ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ - ଅମ୍ଳଜାନ ପ୍ଲାଣ୍ଟ

ବଲାଙ୍ଗୀରରେ ସ୍ଥାପିତ ହେବ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ । ଏକ ଉଚ୍ଚସ୍ତରୀୟ ଟିମ୍ ଗୁରୁବାର ତଦାରଖ କରିଛନ୍ତି । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ହେବ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ
ବଲାଙ୍ଗୀରରେ ହେବ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ
author img

By

Published : Jun 4, 2021, 7:08 AM IST

ବଲାଙ୍ଗୀର: ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜରେ ଖୁବ ଶୀଘ୍ର ନିର୍ମାଣ ହେବ ନିଜସ୍ଵ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ। ଯାହା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ଟିମ ଏହାର ସମୀକ୍ଷା କରିଛନ୍ତି। ତେବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ନିକଟରେ ଅମ୍ଳଜାନ ପାଇପ ବିତରଣ ପ୍ଲାଣ୍ଟ ସ୍ଥାପିତ ହୋଇ ତାହା ଏବେ କାର୍ଯ୍ୟକ୍ଷମ ଅଛି । ଏବଂ ଜିଲ୍ଲାର ଅମ୍ଳଜାନ ପୂର୍ତ୍ତି ପାଇଁ ନିକଟ କଳାହାଣ୍ଡି ଅମ୍ଳଜାନ ଫିଲିଂ ଉପରେ ନିର୍ଭର କରିଆସୁଛି ବଲାଙ୍ଗୀର ଜିଲ୍ଲା।

ବଲାଙ୍ଗୀରରେ ହେବ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ

ତେବେ ଏହି ଅମ୍ଳଜାନ ଉତ୍ପାଦନ ବଲାଙ୍ଗୀରରେ ହେଲେ କୌଣସି ପ୍ରକାର ଅମ୍ଳଜାନ ସମସ୍ୟା ରହିବ ନାହିଁ ବୋଲି ଜଣାପଡ଼ିଛି। ସେପଟେ ଏଥିପାଇଁ ଗୁରୁବାର ଏକ ଉଚ୍ଚ ସ୍ତରୀୟ ଟିମ୍ ଭୀମ ଭୋଇ ମେଡିକାଲ ପରିସର ବୁଲି ଦେଖିବା ସହ ପ୍ଲାଣ୍ଟ ପାଇଁ ସ୍ଥାନ ନିରୂପଣ କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.