ବଲାଙ୍ଗୀର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏବେ ସାମାଜିକ ଅନୁଷ୍ଠାନମାନେ ମଧ୍ୟ ମମିତାକୁ ନ୍ୟାୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମମିତାଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ସହ ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ସେମାନେ ଦାବି କରିଛନ୍ତି ।
ଆଜି ବଲାଙ୍ଗୀର 18ଟି ଭୁଲିଆ ସମାଜ ପାଟଣାଗଡ଼ରେ ଏକ ବିରାଟ ଶୋଭାଯତ୍ରା କରିଥିଲା । ନିଜ ଜାତି ଭଉଣୀ ପାଇଁ ଏମାନେ ଉଚିତ ନ୍ୟାୟ ଦାବି କରିଥିଲେ । ତେବେ ଭୁଲିଆ ସମାଜର ଶତାଧିକ ସଦସ୍ୟ ଏଥିରେ ସାମିଲ ହେବା ସହ ପାଟଣାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ମୃତ ମମିତା ମେହେରଙ୍କ ପରିବାରକୁ ସରକାର 2 କୋଟି ଟଙ୍କା ସହାୟତା ଦେବା ସହ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବି କରିଥିଲେ । ତେବେ ଦାବି ପୂରଣ ନ ହେଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ