ETV Bharat / state

ବଲାଙ୍ଗୀରରେ ସ୍ବୀକୃତି ଯୋଜନା ଆରମ୍ଭ, ଉପକୃତ ହେବେ କିନ୍ନର - ସ୍ବିକୃତି ଯୋଜନା

ବଲାଙ୍ଗୀରରେ କିନ୍ନରମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆରମ୍ଭ ହେଲା ସ୍ବୀକୃତି ଯୋଜନା । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ସ୍ବିକୃତି ଯୋଜନା ଆରମ୍ଭ, ଉପକୃତ ହେବେ କିନ୍ନର

author img

By

Published : Aug 28, 2021, 11:26 AM IST

ବଲାଙ୍ଗୀର: ଜିଲ୍ଲାର କିନ୍ନରମାନେ ସବୁବେଳେ ଜୀବନ ଜୀବିକା ସହ ସମାଜରେ ସ୍ୱୀକୃତି ପାଇବା ପାଇଁ ସଂଘର୍ଷ କରି ଆସୁଛନ୍ତି । ଏଭଳି ସ୍ଥଳେ ଏମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ନୂଆ ଯୋଜନା ହାତକୁ ନେଇଛନ୍ତି । ଯେଉଁଥିରେ ବଲାଙ୍ଗୀର ଜିଲ୍ଲାର କିନ୍ନରମାନେ ଲାଭ ପାଇପାଇବେ ବୋଲି ଆଶା କରାଯାଉଛି ।

ବଲାଙ୍ଗୀରରେ ସ୍ବିକୃତି ଯୋଜନା ଆରମ୍ଭ, ଉପକୃତ ହେବେ କିନ୍ନର
କିନ୍ନରମାନେ ନିଜର ପେଟ ପାଟଣା ପାଇଁ ପୂର୍ବରୁ ଟ୍ରେନ, ବସଷ୍ଟାଣ୍ଡ ଇତ୍ୟାଦି ସ୍ଥାନରେ ଭିକ ମାଗି ଚଳୁଥିଲେ । ସେହିପରି ହୋଟେଲରେ କାମକରି ହେଉ କିମ୍ବା ମେଳା ମହୋତ୍ସବକୁ ଯାଇ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ବିଗତ ଦୁଇ ବର୍ଷ ହେବ ସବୁ ରୋଜଗାର ଉପରେ ବେଡି ପକାଇଛି କୋରୋନା । ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କିନ୍ନର । ଯାହା ପାଇଁ ଏମାନେ ଏବେ ସମାଜରେ ସ୍ୱୀକୃତି ସହ ସବୁ କ୍ଷେତ୍ରର ସୁଯୋଗ ସୁବିଧା ପାଇଁ ଦାବି କରିଛନ୍ତି ।

ଏଥିପାଇଁ ରାଜ୍ୟ ସରକାର ସ୍ୱୀକୃତି ଯୋଜନା ହାତକୁ ନେଇଛନ୍ତି । ଯେଉଁଥିରେ କିନ୍ନରମାନଙ୍କୁ ସଂଗଠିତ କରି ସେମାନଙ୍କ ଦକ୍ଷତା ବିକାଶ, ବ୍ୟବସାୟ ପାଇଁ ଋଣ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ଭଳି ସୁଯୋଗ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହି ଯୋଜନା ବଲାଙ୍ଗୀରରେ ଶୁଭାରମ୍ଭ କରାଯାଇଛି । ଏହାଦ୍ବାରା କିନ୍ନରମାନଙ୍କୁ ସମ୍ମାନ ସହ ବଞ୍ଚିବାର ଅଧିକାର ମିଳିବ ବୋଲି ଆଶା କରାଯାଉଛି । ତେବେ ଏହି ଯୋଜନା କେତେ ସଫଳ ହେଉଛି ଏବଂ କିନ୍ନରମାନେ କି କି ଲାଭ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.