ETV Bharat / state

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ପଞ୍ଚାୟତ ହେଲା ସଟଡାଉନ

author img

By

Published : May 21, 2020, 10:05 PM IST

Updated : May 22, 2020, 10:57 AM IST

କୋରୋନା ମୁକାବିଲା ପାଇଁ ରାଜ୍ୟରେ ସରପଞ୍ଚମାନଙ୍କୁ ମିଳିଛି ଜିଲ୍ଲାପାଳ କ୍ଷମତା । ଗୁରୁବାର ଏହାର ପ୍ରୟୋଗ କରି ଜିଲ୍ଲାର ଜଣେ ସରପଞ୍ଚ ସାରା ପଞ୍ଚାୟତରେ ସଟଡାଉନ ଘୋଷଣା କରିଛନ୍ତି ।

sarpanch announces shutdown, bolangir latest news, sarpanch announces shutdown in bolangir, sarpanch used power of collector, ସଟଡାଉନ ଘୋଷଣା କଲେ ସରପଞ୍ଚ, ଜିଲ୍ଲାପାଳ କ୍ଷମତା ବ୍ୟବହାର କଲେ ସରପଞ୍ଚ, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ବଲାଙ୍ଗୀରରେ ସରପଞ୍ଚ ଘୋଷଣା କଲେ ସଟଡାଉନ
ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ପଞ୍ଚାୟତ ହେଲା ସଟଡାଉନ

ବଲାଙ୍ଗୀର: କୋରୋନା ମୁକାବିଲା ପାଇଁ ରାଜ୍ୟରେ ସରପଞ୍ଚମାନଙ୍କୁ ମିଳିଛି ଜିଲ୍ଲାପାଳ କ୍ଷମତା । ଗୁରୁବାର ଏହାର ପ୍ରୟୋଗ କରି ଜିଲ୍ଲାର ଜଣେ ସରପଞ୍ଚ ସାରା ପଞ୍ଚାୟତରେ ସଟଡାଉନ ଘୋଷଣା କରିଛନ୍ତି । ସ୍ଥାନୀୟ ବଙ୍ଗୁମୁଣ୍ଡା ବ୍ଲକ କପିଲଭଟାର ସରପଞ୍ଚ ଚିତ୍ରା ନନ୍ଦ ମହାନନ୍ଦ ଏହି ଘୋଷଣା କରିଛନ୍ତି ।

ଏହି ପଞ୍ଚାୟତକୁ କିଛି ଦିନ ମଧ୍ୟରେ ଶତାଧିକ ପ୍ରବାସୀ ଶ୍ରମିକ ଆସିବାର ଯୋଜନା ରହିଛି ଏବଂ ଏମାନଙ୍କର ଥଇଥାନ କରିବା ପାଇଁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ତେବେ ଏସବୁ କାମ ସୂଚାରୁ ରୂପେ କରିବା ପାଇଁ ତଥା ଲୋକଙ୍କୁ କୋରୋନାରୁ ରକ୍ଷା କରିବା ପାଇଁ ଏହି ସଟଡାଉନ ଘୋଷଣା କରିଥିବା ସେ ପ୍ରକାଶ କରିଛନ୍ତି । ଏଥିରେ ସମ୍ପୃକ୍ତ ଅଞ୍ଚଳର ସବୁ ଦୋକାନ ବଜାର ବନ୍ଦ ରହିବା ସହ ଲୋକେ ବାହାରକୁ ବାହାରିବେ ନାହିଁ ବୋଲି ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : May 22, 2020, 10:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.