ETV Bharat / state

ଜେଲରେ କଏଦୀ ମୃତ୍ୟୁ ମାମଲା, କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର

author img

By

Published : May 9, 2021, 12:48 PM IST

ବଲାଙ୍ଗୀର ଜିଲ୍ଲା ପାଟଣଗଡ଼ ସବଜେଲରେ କଏଦୀ ମୃତ୍ୟୁ ପରେ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ସମ୍ପର୍କୀୟ । ଅଧିକ ପଢନ୍ତୁ...

ଜେଲରେ କଏଦୀ ମୃତ୍ୟୁ ମାମଲା, କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର
ଜେଲରେ କଏଦୀ ମୃତ୍ୟୁ ମାମଲା, କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର

ବଲାଙ୍ଗୀର: ଜିଲ୍ଲାର ପାଟଣାଗଡ଼ ସବ ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ଏହି ମାମଲାରେ ପରିବାର ଲୋକେ ଜେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହିତ ନ୍ୟାୟ ପାଇଁ ଦାବି କରିଛନ୍ତି । ତାଙ୍କୁ ଜାଣିଶୁଣି ମୃତ୍ୟୁମୁଖକୁ ଠେଲି ଦିଆଯାଇଛି ବୋଲି ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

ଗତ 7 ତାରିଖରେ ପାଟଣାଗଡ଼ ଜେଲରେ ବିଚାରଧୀନ ଥିବା ଜଣେ କଏଦୀଙ୍କର କୋରୋନାରେ ମୃତ୍ୟୁ ହୋଇଥିଲା । ତେବେ ଏହାକୁ ନେଇ ପରିବାର ଲୋକେ ଏବେ ଜେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ତେବେ ଗତ ଏପ୍ରିଲ ମାସ 25 ତାରିଖରେ ଖପ୍ରାଖୋଲ ଧଣ୍ଡାମୁଣ୍ଡା ଗ୍ରାମର ବଲ୍ଲଭ ପ୍ରଧାନକୁ ପୋଲିସ ବେଆଇନ କଫ ସିରଫ ମାମଲାରେ ଗିରଫ କରିଥିଲା । ଏହାପରେ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ସେ ସଂକ୍ରମିତ ନଥିବାର ଜଣାପଡ଼ିବା ପରେ ପାଟଣାଗଡ଼ ଉପ କାରାଗାରକୁ ତାଙ୍କୁ ପଠାଯାଇଥିଲା ।

ତେବେ ଜେଲରେ ପୂର୍ବରୁ କୋରୋନା ସଂକ୍ରମିତ ଥିବା ଅନ୍ତେବାସୀଙ୍କ ପାଖରେ ତାଙ୍କୁ ରଖାଯାଇଥିଲା । ଫଳରେ ସେ କୋରୋନା ସଂକ୍ରମିତ ହେବା ସହିତ ତାଙ୍କୁ ଉଚିତ ସମୟରେ ଚିକିତ୍ସା ନଦେଇ ଗୁରୁତର ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜାଣିଶୁଣି ତାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଆ ଯାଇଥିବାର ପରିବାର ଲୋକ ଅଭିଯୋଗ କରିବା ସହ ନ୍ୟାୟ ଦାବି କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.