ବଲାଙ୍ଗୀର: ପିଏମ୍ କେୟାର ଫଣ୍ଡ୍ ଉଦଘାଟିତ । ବଲାଙ୍ଗୀର ଜିଲ୍ଲାର ଅସହାୟ ଶିଶୁଙ୍କ ଯତ୍ନ ପାଇଁ ଆଜି ପିଏମ୍ କେୟାର ଫଣ୍ଡ ଉଦଘାଟିତ ହୋଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି । ଦେଶରେ ମୋଟ ୪୩୪୫ ଶିଶୁ ନିଜ ମା ବାପାଙ୍କୁ କୋରୋନାରେ ହରାଇଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ୭ ଶିଶୁ ଅସହାୟ ହୋଇଛନ୍ତି ।
ବଲାଙ୍ଗୀର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉଦଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ CWC ଓ DCPU ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ଅସହାୟ ଶିଶୁ ମାନଙ୍କ ରହିବା, ଖାଇବା ଓ ପଢ଼ିବା ସହ ଅନ୍ୟାନ୍ୟ ସବୁ ଖର୍ଚ୍ଚ ସରକାର ବହନ କରିବେ । ସେହିପରି ଏମାନଙ୍କୁ ମାସିକ ଷ୍ଟାଇପେନ୍ ଦେବା ସହ ୧୮ ବର୍ଷ ବୟସ ହେଲେ ସେମାନଙ୍କୁ ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।
ଇଟିଭି ଭାରତ, ବଲାଙ୍ଗୀର