ETV Bharat / state

ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତ ଅଧିକାରୀ - ବଲାଙ୍ଗୀର ନ୍ୟୁଜ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ପଞ୍ଚାୟତ ଅଧିକାରୀ ଗୋବିନ୍ଦ ଭୋଇ । ଭିଜିଲାନ୍ସର ଚାରୋଟି ଟିମ୍ ଏକକାଳୀନ 4ଟି ସ୍ଥାନରେ କରୁଛନ୍ତି ଚଢାଉ । ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ପଞ୍ଚାୟତ ଅଧିକାରୀ
ଭିଜିଲାନ୍ସ ଜାଲରେ ପଞ୍ଚାୟତ ଅଧିକାରୀ
author img

By

Published : Jul 23, 2021, 1:18 PM IST

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ପଞ୍ଚାୟତ ଅଧିକାରୀ ଗୋବିନ୍ଦ ଭୋଇ । ଭିଜିଲାନ୍ସର ଚାରୋଟି ଟିମ୍ ଏକକାଳୀନ 4ଟି ସ୍ଥାନରେ କରୁଛନ୍ତି ଚଢାଉ।

ଭିଜିଲାନ୍ସ ଜାଲରେ ପଞ୍ଚାୟତ ଅଧିକାରୀ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକର ଜିପିଓ ଗୋବିନ୍ଦ ଭୋଇଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ଥିଲା । ଯାହାକୁ ନେଇ ଶୁକ୍ରବାର ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର ଓ ବରଗଡରେ ଭିଜିଲାନ୍ସ ଟିମ୍ ଏକ କାଳୀନ ଚାରୋଟି ସ୍ଥାନରେ ଚଢାଉ କରୁଛି । ଯେଉଁଥିରେ କଣ୍ଟାବାଞ୍ଜି ପଟେଲ କଲୋନୀ ସ୍ଥିତ ତାଙ୍କ ବାସଭବନ, ମୁରିବହାଲ ପଞ୍ଚାୟତ କାର୍ଯ୍ୟାଳୟ, ତୁରେକେଲା ପଞ୍ଚାୟତ କାର୍ଯ୍ୟାଳୟ, ଧାଣ୍ଡା ମୁଣ୍ଡା ତାଙ୍କ ପୈତୃକ ଘର ଓ ଏକ ଫଟୋ ଷ୍ଟୁଡିଓରେ ଏହି ଚଢାଉ କରାଯାଇଛି । ଚଢାଉରେ ଏବେ ସୁଦ୍ଧା ଏକ କାର ଓ ସୁନା ଗହଣା ଇତ୍ୟାଦି ଜବତ କରିଛି ଭିଜିଲାନ୍ସ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.