ବଲାଙ୍ଗୀର: ଜିଲ୍ଲାରେ ରବି ଋତୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ସବୁ ମଣ୍ଡିରୁ ଧାନ କିଣାରେ ଘୋର ଅବ୍ୟବସ୍ଥାର ଅଭିଯୋଗ ଆସୁଛି। ଏହାକୁ ନେଇ ଏବେ ରାଜନୀତି ମଧ୍ୟ ଜୋର୍ ଧରିଥିବା ବେଳେ ବଲାଙ୍ଗୀର ବିଜେପି ସାମନାକୁ ଆସିଛି। ସେହିପରି ସୋମବାର ବଲାଙ୍ଗୀର ବିଜେପିର ବରିଷ୍ଠ ନେତୃବୃନ୍ଦ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି ।
ଯେଉଁଥିରେ ଚାଷୀ ଟୋକନ ପାଇ ମଧ୍ୟ ଧାନ ବିକ୍ରି ନକରି ପାରିବା, ଧାନ ବିକ୍ରି ପାଇଁ ପଞ୍ଜୀକରଣ କରି ପରିବା ଥିବା ଚାଷୀଙ୍କ ସମସ୍ୟା ନେଇ ବିଜେପି ଜିଲ୍ଲାପାଳଙ୍କ ଠାରେ ଦାବି ରଖିଛି। ଏସବୁ ଦାବି ଶୀଘ୍ର ପୁରଣ ନହେଲେ ବିଜେପି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି କହିଛି।
ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ