ETV Bharat / state

ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, 3 ଗିରଫ - land issue

ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ ବେଲ ବାହଲି ଗ୍ରାମରେ ଜମିଜମା ବିବାଦକୁ ନେଇ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଜମି ବିବାଦକୁ ନେଇ ହତ୍ୟାକାଣ୍ଡ
ଜମି ବିବାଦକୁ ନେଇ ହତ୍ୟାକାଣ୍ଡ
author img

By

Published : Apr 1, 2021, 8:10 AM IST

ବଲାଙ୍ଗୀର: ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ । ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ ବେଲ ବାହଲି ଗ୍ରାମରେ ଜମିଜମା ବିବାଦକୁ ନେଇ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି ।

ସୂଚନାଅନୁସାରେ, ବାହାଲି ଗ୍ରାମରେ ଅଶୋକ ବଗଗର୍ତ୍ତିଙ୍କ ସହିତ ତାଙ୍କ ପଡୋଶୀ ଧୁବଳେଶ୍ବର ବଗର୍ତ୍ତିଙ୍କର ଜମିଜମାକୁ ନେଇ ବିବାଦ ଲାଗି ରହିଛି । ଗତକାଲି ଅଶୋକଙ୍କ ଘରକୁ ତାଙ୍କ ପଡୋଶୀ ଧୁବଲେଶ୍ୱର୍ ଓ ତାଙ୍କ ଦୁଇ ସହଯୋଗୀ ଆସି ଅଶୋକଙ୍କ ଉପରକୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ ।

ଜମି ବିବାଦକୁ ନେଇ ହତ୍ୟାକାଣ୍ଡ

ଅଶୋକ ବଗର୍ତ୍ତିଙ୍କ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ନେବା ବେଳେ ତାଙ୍କର ବାଟରେ ମୃତ୍ୟୁ ହୋଇଥିଲା । ସେପଟେ ପୁଇନ୍ତଲା ପୋଲିସ ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରି ଏଥିରେ ମୁଖ୍ୟ ଅଭିଯୁକ୍ତ ସହ ତିନି ଜଣଙ୍କୁ ଗିରଫ କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.