ETV Bharat / state

ବଲାଙ୍ଗୀରରେ ଚାଲିଛି ବେଆଇନ ମଦ ପ୍ରସ୍ତୁତି, ଦେଶୀ ମଦ ପିଇ ଜଣେ ମୃତ - balangir news

କୋରୋନା ସଙ୍କଟରେ ମଧ୍ୟ ଚାଲିଛି ବେଆଇନ ଦେଶୀ ମଦ କାରବାର । ଯାହାଦ୍ବାରା ସୋମବାର ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

ବଲାଙ୍ଗୀରରେ ଚାଲିଛି ବେଆଇନ ମଦ ପ୍ରସ୍ତୁତି, ଦେଶୀ ମଦ ପିଇ ଜଣେ ମୃତ

author img

By

Published : Jun 8, 2020, 5:52 PM IST

ବଲାଙ୍ଗୀର: କୋରୋନା ପାଇଁ ଜାରି ଲକଡାଉନ ସମୟରେ ମଧ୍ୟ ମାଫିଆ ମାନେ ଲୁଚିଛପି ବେଆଇନ ଦେଶୀ ମଦ ପ୍ରସ୍ତୁତ କରିବା ଜାରି ରଖିଛନ୍ତି । ଯାହା ଦ୍ବାରା ସୋମବାର ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଧରବଗଡ଼ ଗ୍ରାମରେ ।

ବଲାଙ୍ଗୀରରେ ଚାଲିଛି ବେଆଇନ ମଦ ପ୍ରସ୍ତୁତି, ଦେଶୀ ମଦ ପିଇ ଜଣେ ମୃତ

ଏହି ଗାଁର ନିକଟ ଜଙ୍ଗଲରେ ମହୁଲ ପୋଚରୁ ବେଆଇନ ଭାବରେ ଦେଶୀ ମଦ ତିଆରି ଚାଲିଥିଲା। ଗାଁର କଳାକାର ଷଣ୍ଢ ସୋମବାର ସେଠାକୁ ଯାଇ ମଦ ପିଇବା ପରେ ତାଙ୍କର କିଛି ସମୟ ପରେ ମୃତ୍ୟୁ ହୋଇଯାଇଥିଲା। ସେପଟେ ବିଷାକ୍ତ ମଦ ଯୋଗୁଁ ତାର ମୃତ୍ୟୁ ହୋଇଥିବାର ଅଭିଯୋଗ ହେବା ସହ ଗ୍ରାମବାସୀ ମଦ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମୃତଦେହକୁ ଗାଁ ମୁଣ୍ଡରେ ରଖି ଆନ୍ଦୋଳନ କରିଛନ୍ତି । ସେପଟେ ବଡମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.