ETV Bharat / state

ବସ ଟ୍ରକ ମୁହାଁ ମୁହିଁ ଧକ୍କା, ଜଣେ ମୃତ ୫ ଗୁରୁତର - ବଲାଙ୍ଗୀର ସଇଁତଳାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ବସ ଟ୍ରକ ମୁହାଁ ମୁହିଁ ଧକ୍କା । ବଲାଙ୍ଗୀର ଦେଇ ଯାଇଥିବା 26 ନମ୍ୱର୍ ଜାତୀୟ ରାଜପଥ ସଇଁତଳା ଗ୍ରାମ ନିକଟ ନବୀନ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ସଇଁତଳାରେ ବସ-ଟ୍ରକ ମୁହାଁମୁହିଁ ଧକ୍କା
ସଇଁତଳାରେ ବସ-ଟ୍ରକ ମୁହାଁମୁହିଁ ଧକ୍କା
author img

By

Published : Oct 7, 2022, 4:11 PM IST

ବଲାଙ୍ଗୀର: ସଇଁତଳାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ଟ୍ରକ ମୁହାଁ ମୁହିଁ ଧକ୍କା । ଫଳରେ ଘଟଣାସ୍ଥଳରେ ଜଣେ ଯାତ୍ରୀର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି । ବଲାଙ୍ଗୀର ଦେଇ ଯାଇଥିବା 26 ନମ୍ୱର୍ ଜାତୀୟ ରାଜପଥ ସଇଁତଳା ଗ୍ରାମ ନିକଟ ନବୀନ ଛକରେ ଏହି ଦୁର୍ଘଟଣା ଘଟିଛି । ଆହାତ ଯାତ୍ରୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ସଇଁତଳାରେ ବସ-ଟ୍ରକ ମୁହାଁମୁହିଁ ଧକ୍କା

ସୂଚନା ଅନୁସାରେ, ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ତ୍ରିପାଠୀ ଘରୋଇ ବସ୍(OD02BJ8157)କୁ ସଇଁତଳା ଗ୍ରାମ ନିକଟ ନବୀନ ଛକରେ ସାମ୍ନାପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସଇଁତଳା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବରପାଇ ସଇଁତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ମୃତ ଯାତ୍ରୀ ଜଣକ କଳାହାଣ୍ଡି ତୁଣ୍ଡଲା ଗ୍ରାମର ବୋଲି ଜଣା ପଡ଼ିଛି । ବସରେ ମୋଟ କେତେ ଜଣ ଯାତ୍ରୀଥିଲେ ସେନେଇ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ପୋଲିସ ଘଟଣାସ୍ଥଳରେ ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ଗୁମା ଘାଟିରେ ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ

ଏନେଇ ଜନୈକ ବସଯାତ୍ରୀ କହିଛନ୍ତି ଯେ, "ବସଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ସଇଁତଳା ଗ୍ରାମ ନିକଟ ନବୀନ ଛକ ନିକଟରେ ସାମ୍ନାପଟୁ ଏକ ଦୃତ ଗତିରେ ଏକ ଟ୍ରକ ଆସି ବସକୁ ଧକ୍କା ଦେଇଥିଲା । ବସରେ ପ୍ରାୟ ୫୦ଜଣ ଯାତ୍ରୀ ରହିଥିଲେ । ସେଥିମଧ୍ୟରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।"

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୮ ତାରିଖ ଦିନ ବଲାଙ୍ଗୀରରେ ଶ୍ରମିକ ମାନଙ୍କୁ ନେଇ ଏକ ପିକଅପ ଭ୍ୟାନ ଯାଉଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ 7 ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ବାରି ଗ୍ରାମର ଶ୍ରମିକ ହିମାଂଶୁ ଶଙ୍ଖୁଆ । ଏହି ପିକଅପ ଭ୍ୟାନରେ ଶ୍ରମିକ ମାନେ ବିଦ୍ୟୁତ ପୋଲ ଲୋଡ କରି ଯାଉଥିଲେ । ସେହି ସମୟରେ ସଦେଇପାଲି ଛକର ବୁଲାଣି ଠାରେ ଚାଳକ ଜଣକ ଭାରସାମ୍ୟ ହରାଇବାରୁ ଭ୍ୟାନଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସମସ୍ତ ଶ୍ରମିକ ମାନେ ଚନ୍ଦନଭାଟି ଗ୍ରାମରୁ ବଲାଙ୍ଗୀର ଆସୁଥିଲେ । ଏହି ପିକଅପ୍‌ ଭ୍ୟାନରେ ବିଦ୍ୟୁତ ପୋଲ ବୋଝେଇ ହୋଇଥିବା ବେଳେ ଶ୍ରମିକ ମାନେ ବିଦ୍ୟୁତ ପୋଲ ତଳେ ଚାପି ହୋଇ ଯାଇଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.