ETV Bharat / state

ପଶ୍ଚିମାଞ୍ଚଳ ବିଜୁଳ ଶ୍ରମିକ ସଂଘର ସାଧାରଣ ସଭା, ସାମିଲ ହେଲେ ହଜାର ହଜାର ଶ୍ରମିକ

author img

By ETV Bharat Odisha Team

Published : Sep 13, 2023, 1:03 PM IST

ବଲାଙ୍ଗୀର ଜିଲ୍ଲାରେ ମଙ୍ଗଳବାର ଦିନ ପଶ୍ଚିମାଞ୍ଚଳ ବିଜୁଳ ଶ୍ରମିକ ସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଛି । ଏହି ସଭାରେ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଛି । ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବିଜୁଳି ଶ୍ରମିକ ସଂଘ ।

ପଶ୍ଚିମାଞ୍ଚଳ ବିଜୁଳ ଶ୍ରମିକ ସଂଘର ସାଧାରଣ ସଭା

ବଲାଙ୍ଗୀର: ଜିଲ୍ଲାରେ ମଙ୍ଗଳବାର ଦିନ ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକମାନଙ୍କ ଦ୍ୱାରା ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଛି । ଏହି ସମସ୍ୟା ଗୁଡିକର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବିଜୁଳି ଶ୍ରମିକ ସଂଘ । ବିଜୁଳି ଶ୍ରମିକମାନଙ୍କ ଦ୍ୱାରା ଆୟୋଜିତ ଏହି ସଭାରେ ପଶ୍ଚିମ ଓଡିଶାର ସବୁ ଜିଲ୍ଲାର ହଜାର ହଜାର ବିଜୁଳି ଶ୍ରମିକମାନେ ସାମିଲ ହୋଇଥିଲେ ।

ଦୀର୍ଘ ଦିନରୁ ଶ୍ରମିକମାନେ ସାମ୍ନା କରୁଥିବା ସମସ୍ୟାଗୁଡିକର ସମାଧାନ ନେଇ ଏହି ସଭାରେ ଆଲୋଚନା କରାଯାଇଥିଲା । ବ୍ରିଟିଶ ସମୟରୁ ଚାଲି ଆସୁଥିବା ଶ୍ରମ କଲ୍ୟାଣ ଆଇନରେ ସଂଶୋଧନ କରିବା ପାଇଁ ଦାବି ଉଠିଛି । ଆଉ ମଧ୍ୟ ଟାଟା ପାୱାର ଅଧୀନରେ ଥିବା ବିଜୁଳି ଶ୍ରମିକ ମାନଙ୍କ ହକ ପାଇଁ ଆଗାମୀ ଦିନରେ ଲଢେଇ ଜୋରଦାର ହେବ ବୋଲି ସଭାରେ ଆଲୋଚନା ହୋଇଛି । ସେହିପରି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣ ପର୍ବ ନୂଆଖାଇ ଏକ ମୁଖ୍ୟ ପର୍ବ ହୋଇଥିବାରୁ ସେହି ମାସରେ ଆଗୁଆ ଦରମା ଦେବାକୁ ଏମାନେ ଦାବି କରିଛନ୍ତି ଶ୍ରମିକମାନେ ।

ଶ୍ରମିକମାନଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସଭାପତି ପ୍ରମୋଦ ମିଶ୍ର, ଉପ ସଭାପତି ରବି ମିଶ୍ର, ଉପାଦେଷ୍ଟା ତଥା ଆମନ୍ତ୍ରିତ ସଦସ୍ୟ ରଣରାଜ ସିଂହ ଦେଓ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ତେବେ ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଙ୍ଘର ସଭାପତି ତଥା କୋଶଳ ନେତା ପ୍ରମୋଦ ମିଶ୍ର କହିଛନ୍ତି, "ପଶ୍ଚିମ ଓଡିଶା ବିଜୁଳି ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସବୁ ଜିଲ୍ଲାର ବିଜୁଳି ଶ୍ରମିକ ଉପସ୍ଥିତ ଥିଲେ ।

ତେବେ ଦେଶରେ ଶ୍ରମିକ କଲ୍ୟାଣ ଆଇନ ସବୁ ବ୍ରିଟିଶ ଯୁଗର ହୋଇଥିବା ବେଳେ ଏହାର ସଂଶୋଧନ ପାଇଁ ଦାବି ଉଠିଛି । ସେହିପରି ଟାଟା ପାୱାର ଅଧିନରେ ଥିବା ବିଜୁଳି ଶ୍ରମିକ ମାନଙ୍କ ହିତ ପାଇଁ ମଧ୍ୟ ଆଗକୁ ବଡ଼ ଆନ୍ଦୋଳନ କରାଯିବ । ସେହିପରି ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଖାଇ ହୋଇଥିବା ବେଳେ ଏହା ପାଇଁ ସେମାନେ ସବୁ ଶ୍ରମିକ ମାନଙ୍କୁ ଆଗୁଆ ଦରମା ଦେବାକୁ ଦାବି କରିଛନ୍ତି ଏବଂ ଦାବି ପୂରଣ ନ ହେଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।" ସେହିପରି ଆଗାମୀ ଦିନରେ ଶ୍ରମିକ ବିକାଶ ଓ କଲ୍ୟାଣ ଦାବି ସହ ଏହି ଅଞ୍ଚଳର ବିକାଶ ଦାବିରେ ବଡ଼ ଶ୍ରମିକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ପଶ୍ଚିମାଂଚଳ ବିଜୁଳି ଶ୍ରମିକ ସଙ୍ଘର ସଭାପତି ।

ବଲାଙ୍ଗୀର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.