ETV Bharat / state

ବନ୍ଧୁକ ଚାଳନା ସୁବିଧା ନାହିଁ କିନ୍ତୁ ତିନୋଟି ପଦକ

author img

By

Published : Jan 10, 2021, 7:15 AM IST

ବଲାଙ୍ଗୀର ଜିଲ୍ଲାରେ ବନ୍ଧୁକ ଚାଳନାର କୌଣସି ସୁବିଧା ସୁଯୋଗ ନଥାଇ ମଧ୍ୟ କିଛି ଖେଳାଳି ଏଥିରେ ସଫଳ ହୋଇଛନ୍ତି ଏବଂ ରାଜ୍ୟ ସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତିନୋଟି ପଦକ ଜିତି ବଲାଙ୍ଗୀର ପାଇଁ ଆଣି ଦେଇଛନ୍ତି ଗର୍ବ । ଅଧିକ ପଢନ୍ତୁ...

ବଲାଙ୍ଗୀର ବନ୍ଧୁକ ଚାଳନା ସୁବିଧା ନାହିଁ କିନ୍ତୁ ତିନୋଟି ପଦକ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ବନ୍ଧୁକ ଚାଳନା ଖେଳ ପାଇଁ କୌଣସି ବିଶେଷ ସୁବିଧା ନାହିଁ । ହେଲେ ଏହା ସତ୍ତ୍ୱେ କିଛି ଖେଳାଳି ଏଥିରେ ଅହେତୁକ ରୁଚି ରଖି ନିଜ ଉଦ୍ୟମରେ ତିନୋଟି ରାଜ୍ୟ ସସ୍ତରୀୟ ପଦକ ଜିତି ଗର୍ବ ଆଣି ଦେଇଛନ୍ତି । ବଲାଙ୍ଗୀରର ଖେଳାଳି ବିନା ଥାପ୍ପା, ଅମିତ ନନ୍ଦ ଓ ଟୁଲୁ ସେନ ଏହି ସଫଳତା ପାଇଛନ୍ତି । ଏମାନେ ବଲାଙ୍ଗୀର ଆର ଏନ ସୁଟିଂ କ୍ଲବ ପକ୍ଷ୍ୟରୁ ଭୁବନେଶ୍ୱରରେ ଗତ ଏକ ତାରିଖରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ହୋଇଥିବା ବନ୍ଧୁକ ଚାଳନା ପ୍ରତିଯୋଗୀତାରେ ଭାଗ ନେଇଥିଲେ ।

ବିନା ଥପା ଏଥିର ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ଟୁଲୁ ସୁନା ଓ ଅମିତ ନନ୍ଦ ରୌପ୍ୟ ପଦକ ଜିତିଛନ୍ତି । ଯେହେତୁ ବଲାଙ୍ଗୀରରେ ଏଜି ଖେଳର କୌଣସି ଭିତ୍ତିଭୂମି ନାହିଁ । ଏମାନେ ନିଜେ ଏକ ସ୍କୁଲକୁ ସୁଟିଂ ରେଞ୍ଜ କରି ସେଥିରେ କାଗଜ ଚିତ୍ର ଛାପି ନିଜର ପ୍ରସ୍ତୁତି କରି ଆସୁଥିଲେ ଏବଂ ଭିତ୍ତିଭୂମି ସାଙ୍ଗକୁ ଆର୍ଥିକ ଅସୁବିଧା ଓ ଆନୁସାଙ୍ଗିକ ସୁବିଧା ସୁଯୋଗର ଅଭାବ ଯୋଗୁଁ ଏମାନେ ଗୋଟିଏ ବନ୍ଧୁକରେ ପ୍ରସ୍ତୁତି କରି ଏହି ସଫଳତା ପାଇଛନ୍ତି । ଆଗକୁ ଉଚ୍ଚସ୍ଥରୀୟ ସୁବିଧା ସୁଯୋଗ ପାଇଲେ ଏମାନେ ରାଜ୍ୟ ତଥା ଦେଶ ପାଇଁ ସଫଳତା ଆଣିଦେବେ ବୋଲି କହିଛନ୍ତି ।

ବଲାଙ୍ଗୀର ଜିଲ୍ଲାରେ ଖେଳାଳିଙ୍କ ଅଭାବ ନାହିଁ, ହେଲେ ଖେଳ ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ରହିଛି । ଜିଲ୍ଲାରେ କେବଳ ଆର ଏନ ସିଂଦେଓ ଷ୍ଟାଡିୟମରେ ଗୋଟିଏ ସୁଟିଂ ରେଞ୍ଜ ଥିବା ବେଳେ ତାହା ଦୀର୍ଘ ବର୍ଷରୁ ବନ୍ଦ ହୋଇ ପଡି ରହିଛି । ହେଲେ ଏହା ସତ୍ତ୍ୱେ ଖେଳାଳି ଘୋର ଅସୁବିଧା ମଧ୍ୟରେ ଏହି ସଫଳତା ପାଇଛନ୍ତି । ସେପଟେ ଜିଲ୍ଲାରେ ଆଗକୁ ଜିଲ୍ଲା ସ୍ତରୀୟ ବନ୍ଧୁକ ଚାଳନା କ୍ଲବ ତିଆରି କରାଯାଇ ଏଠି ଜିଲ୍ଲା ଓ ରାଜ୍ୟ ସ୍ଥାରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବ ବୋଲି କହିଛନ୍ତି ଭାରତୀୟ ସୁଟିଂ ସଂଘର ଉପ ସଭାପତି ।

ସେହିପରି ଖେଳାଳିଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ ଓ ବନ୍ଦ ରହିଥିବା ସୁଟିଂ ରେଞ୍ଜକୁ ଅପଗ୍ରେଡ କରି ସିଘ୍ର ଖୋଲାଯିବ ବୋଲି ସେ କହିଛନ୍ତି । ବଲାଙ୍ଗୀରରେ ବନ୍ଧୁକ ଚାଳନା ଖେଳ ପାଇଁ କୌଣସି ଭିତ୍ତି ଭୂମି ନଥିଲେ ସୁଧା ଖେଳାଳି ସଫଳ ହୋଉଛନ୍ତି ଏବଂ ଉଚିତ ସୁବିଧା ମିଳିଲେ ନିଶ୍ଚୟ ଏମାନେ ଦେଶ ପାଇଁ ଗୌରବ ଆଣିଦେବେ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ‌ ଓ୍ବାହୀଦ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.