ETV Bharat / sports

ଆଜି ଏହି ଇଭେଣ୍ଟରୁ ଆସିବ ମେଡାଲ; ଫାଇନାଲ୍‌ ଖେଳିବେ ରମିତା-ଅର୍ଜୁନ - PARIS OLYMPICS 2024 SCHEDULE

author img

By ETV Bharat Sports Team

Published : Jul 29, 2024, 6:00 AM IST

29 July India Olympic Schedule: ତୃତୀୟ ଦିନରେ ଆସିବ କି ପ୍ରଥମ ଗୋଲ୍ଡ ମେଡାଲ ? ଆଜି ଫାଇନାଲ୍‌ ଫାଇଟ୍‌ କରିବେ ରମିତା ଜିନ୍ଦଲ ଓ ଅର୍ଜୁନ ବାବୁତା । ଜାଣନ୍ତୁ ଆଉ କେଉଁ ଇଭେଣ୍ଟରେ ଖେଳିବେ ଭାରତୀୟ ଖେଳାଳି । ଅଧିକ ପଢ଼ନ୍ତୁ

29 July India Olympic schedule
29 July India Olympic schedule (ETV Bharat Odisha)

ପ୍ୟାରିସ୍‌ (ଫ୍ରାନ୍ସ): ପ୍ୟାରିସ୍‌ ଅଲିମ୍ପିକ୍ସ 2024ର ଦ୍ବିତୀୟ ଦିନ ଭାରତ ପାଇଁ ଏକ ଚମତ୍କାର ଦିନ ଥିଲା । ଭାରତୀୟ ମହିଳା ଶୁଟର ମନୁ ଭାକର ବ୍ରୋଞ୍ଜ ପଦକ ଜିତି ଦେଶକୁ ପ୍ରଥମ ପଦକ ଭେଟି ଦେଇଥିଲେ । ତେବେ ଆଜି ମଧ୍ୟ ଭାରତୀୟ ଆଥଲେଟ୍‌ମାନଙ୍କ ଠାରୁ ମେଡାଲ ଆଶା ରଖିଛି ଭାରତ । କାରଣ ତୃତୀୟ ଦିନରେ ଭାରତୀୟ ଆଥଲେଟମାନେ ଶୁଟିଂ, ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ୍ ଏବଂ ତୀରନ୍ଦାଜୀରେ ଦେଶ ପାଇଁ ଚମତ୍କାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ । ଭାରତୀୟ ହକି ଦଳ ମଧ୍ୟ ଆଜି ମୈଦାନକୁ ଓହ୍ଲାଇବ । ଏଠାରେ ନଜର ପକାନ୍ତୁ ପ୍ୟାରିସ୍‌ ଅଲିମ୍ପିକ୍ସ 2024 ତୃତୀୟ ଦିନର ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ ଉପରେ,

28 ଜୁଲାଇ (ସୋମବାର) ଖେଳାଯିବାକୁ ଥିବା ଭାରତୀୟ ଖେଳାଳିଙ୍କ କ୍ରୀଡ଼ାସୂଚୀ:-

ବ୍ୟାଡମିଣ୍ଟନ: ତୃତୀୟ ଦିନ ବ୍ୟାଡମିଣ୍ଟନରୁ ଆରମ୍ଭ ହେବ ଭାରତୀୟ ଖେଳାଳିଙ୍କ ଅଲିମ୍ପିକ୍‌ ଯାତ୍ରା । ପ୍ରଥମ ମ୍ୟାଚ୍‌ ଖେଳିବେ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ । ସେମାନେ ଜର୍ମାନୀର ଲାମସଫସ୍ ମାର୍କ ଏବଂ ସେଡେଲ ମାର୍ଭିନଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇବେ । ମହିଳା ଡବଲ୍ସରେ ଭାରତ ପାଇଁ କ୍ରେଷ୍ଟୋ ତନିଶା ଏବଂ ଅଶ୍ବିନ ପୋନ୍ନାପ୍ପା ନଜର ଆସିବେ । ତାଙ୍କ ମ୍ୟାଚ୍‌ ଜାପାନର ମାଟ୍‌ସୁୟାମା ନାମି ଏବଂ ଚିହାରୁଙ୍କ ବିପକ୍ଷରେ ଖେଳାଯିବ । ବ୍ୟାଡମିଣ୍ଟନରେ ପୁରୁଷ ସିଙ୍ଗଲ୍ସ ମ୍ୟାଚ୍‌ରେ ଲକ୍ଷ୍ୟ ସେନ୍‌ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିବ । ସେ ତାଙ୍କ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ବେଲଜିୟମର କାରାଗି ଜୁଲିଏନଙ୍କୁ ଭେଟିବେ ।

  • ପୁରୁଷ ଡବଲ୍ସ - (ଗ୍ରୁପ ପର୍ଯ୍ଯାୟ) : ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ - ସମୟ: ଦିନ 12:00
  • ମହିଳା ଡବଲ୍ସ (ଗ୍ରୁପ ପର୍ଯ୍ଯାୟ) : କ୍ରେଷ୍ଟୋ ତନିଶା ଏବଂ ଅଶ୍ବିନ ପୋନ୍ନାପ୍ପା - ସମୟ: ଦିନ 12:50
  • ବ୍ୟାଡ୍‌ମିଣ୍ଟନ ପୁରୁଷ ଏକକ (ଗ୍ରୁପ ପର୍ଯ୍ଯାୟ) : ଲକ୍ଷ୍ୟ ସେନ୍‌ - ସମୟ: ସନ୍ଧ୍ୟା 6:30

ଶୁଟିଂ: 29 ଜୁଲାଇର ଶୁଟିଂ କ୍ରୀଡ଼ାସୂଚୀ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । 10 ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ପାଇଁ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକର ଏବଂ ସରବଜୋତ ସିଂ ଟିମ୍‌ 1ରେ ମୈଦାନକୁ ଓହ୍ଲାଇବେ । ଅନ୍ୟପଟେ ରିଦିମ୍ ସାଙ୍ଗୱାନ୍ ଏବଂ ଅର୍ଜୁନ ଚିମା ଟିମ୍ 2 ପାଇଁ ଖେଳୁଥିବା ଦେଖିବାକୁ ମିଳିବ । ପୁରୁଷ ଟ୍ରାପ୍‌ ଯୋଗ୍ୟତା ପର୍ଯ୍ୟାୟରେ ପୃଥ୍ବୀରାଜ ତୋଣ୍ଡାଇମାନ ଭାରତ ପକ୍ଷରୁ ନଜର ଆସିବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଚି ରମିତା ଜିନ୍ଦଲଙ୍କୁ 10 ମିଟର ଏୟାର ରାଇଫଲ ମହିଳା ଫାଇନାଲରେ ଏବଂ ଅର୍ଜୁନ ବାବୁତାଙ୍କୁ 10 ମିଟର ଏୟାର ରାଇଫଲ ପୁରୁଷ ଫାଇନାଲରେ ଦେଖିବାକୁ ମିଳିବ । ଉଭୟଙ୍କ ଠାରୁ ପଦକ ଆଶାରେ ରହିଛନ୍ତି 140 କୋଟି ଭାରତୀୟ ।

  • 10 ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ ଯୋଗ୍ୟତା ପର୍ଯ୍ୟାୟ (ମନୁ ଭାକର ଓ ସରବଜୋତ ସିଂହ: ଟିମ୍‌-1) (ରିଦିମ ସାଙ୍ଗୱାନ ଓ ଅର୍ଜୁନ ଚିମା ଟିମ୍‌-2) - ସମୟ: ଦିନ 12:45
  • ପୁରୁଷ ଟ୍ରାପ୍‌ ଯୋଗ୍ୟତା ପର୍ଯ୍ୟାୟ (ପୃଥ୍ବୀରାଜ ତୋଣ୍ଡାଇମାନ) - ସମୟ: ଦିନ 1:00
  • 10 ମିଟର ଏୟାର ରାଇଫଲ ମହିଳା ଫାଇନାଲ୍‌ (ରମିତା ଜିନ୍ଦଲ) - ସମୟ: ଦିନ 1:00
  • 10 ମିଟର ଏୟାର ରାଇଫଲ ପୁରୁଷ ଫାଇନାଲ୍‌ (ଅର୍ଜୁନ ବାବୁତା) - ସମୟ: ଅପରାହ୍ନ 3:30

ହକି: ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଆଜି ଅଲିମ୍ପିକ୍ସରେ ଏହାର ଦ୍ବିତୀୟ ମୁକାବିଲା ଖେଳିବ । ଆର୍ଜେଣ୍ଟିନା ବିପକ୍ଷରେ ଗ୍ରୁପ୍ 'ବି'ର ଦ୍ବିତୀୟ ମ୍ୟାଚ୍ ଖେଳିବ ଭାରତ । ଗତ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ 3-2ରେ ପରାସ୍ତ କରିଥିଲା ଭାରତୀୟ ଦଳ ।

  • ହକି ପୁରୁଷ ଗ୍ରୁପ 'ବି' (ଭାରତ ବନାମ ଆର୍ଜେଣ୍ଟିନା) - ସମୟ: ସନ୍ଧ୍ୟା 4:16

ତୀରନ୍ଦାଜୀ: ତୀରନ୍ଦାଜରେ ଭାରତୀୟ ପୁରୁଷ ଦଳ ଆଜି କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବ । ଭାରତୀୟ ଦଳରେ ବୋମ୍ମାଦେବରା ଧୀରଜ, ଯାଦବ ପ୍ରବୀଣ ରମେଶ ଏବଂ ଆରଏଆଇ ତରୁଣଦୀପଙ୍କ ଭଳି ଷ୍ଟାର ତୀରନ୍ଦାଜ ରହିଛନ୍ତି ।

  • ତୀରନ୍ଦାଜୀ ପୁରୁଷ ଦଳ, କ୍ବାର୍ଟର ଫାଇନାଲ (ବୋମ୍ମାଦେବରା ଧୀରଜ, ଯାଦବ ପ୍ରବୀଣ ରମେଶ ଏବଂ ଆରଏଆଇ ତରୁଣଦୀପ) - ସମୟ: ସନ୍ଧ୍ୟା 7:31

ଟେବୁଲ ଟେନିସ: ଶ୍ରୀଜା ଅକୁଲା ଭାରତ ପାଇଁ ଟେବୁଲ ଟେନିସରେ ଆଜି ଲଢ଼େଇ କରିବେ । ତାଙ୍କୁ ମହିଳା ସିଙ୍ଗଲ୍ସ ରାଉଣ୍ଡ ଅଫ୍‌ 32ରେ ଦେଖିବାକୁ ମିଳିବ ।

  • ମହିଳା ଏକକ ବର୍ଗ, ରାଉଣ୍ଡ ଅଫ୍‌ 32 (ଶ୍ରୀଜା ଅକୁଲା) - ସମୟ: ରାତି 11:30

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସରୁ ଆସିଲା ପ୍ରଥମ ମେଡାଲ; ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ଜିତିଲେ ମନୁ ଭାକର - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.