ବଲାଙ୍ଗୀର: ଜିଲ୍ଲାରେ ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହେବା ସହ ଶପଥ ଗ୍ରହଣ କରିଛନ୍ତି। ନୂତନ ନିର୍ବାଚିତ ଓକଲି ସଂଘ ସଂଘର ଉନ୍ନତ ସହ ହାଇକୋର୍ଟ ବେଞ୍ଚ ସ୍ଥାପନାକୁ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।
ଓକିଲ ସଂଘର ସଭାପତି ଭାବେ ପ୍ରମୋଦ ତ୍ରିପାଠୀ 9ଟି ଭୋଟରେ ବିଜୟୀ ହୋଇଛନ୍ତି। ସେହିପରି ସମ୍ପାଦକ ଭାବରେ ଅମାନ ନାଗ, ଉପସଭାପତି ଭାବରେ ବସୁ ବାରିକ, ଯୁଗ୍ମ ସମ୍ପାଦକ ଭାବରେ ରଶ୍ମି ରଞ୍ଜନ ପଣ୍ଡା ଓ ପୁରୁଷୋତ୍ତମ ଦାସ କୋଷଧକ୍ଷ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଦୀର୍ଘ 6 ମାସ ଧରି ଓକିଲ ସଂଘ ଆନ୍ଦୋଳନରତ ଥିବା ଓକିଲ ସଂଘଙ୍କ ଦାବିକୁ ଆଗକୁ ନେବେ ବୋଲି କହିଛନ୍ତି ସଂଘ।
ବଲାଙ୍ଗୀରରୁ ଶେକ ମହମ୍ମଦ ୱାହିଦ, ଇଟିଭି ଭାରତ