ETV Bharat / state

ଚିକିତ୍ସା ଅବହେଳାରୁ ନବଜାତ ଶିଶୁମୃତ୍ୟୁ ଅଭିଯୋଗ - କଣ୍ଟାବାଞ୍ଜି ଡାକ୍ତରଖାନା

ବଲାଙ୍ଗୀର କଣ୍ଟାବାଞ୍ଜି ସ୍ଥିତ ସ୍ତ୍ରୀ ପ୍ରସୂତି ଶିଶୁ ବିଭାଗରେ ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ । ଅଧିକ ପଢନ୍ତୁ

new born child  died
new born child died
author img

By

Published : May 26, 2023, 3:59 PM IST

ଚିକିତ୍ସା ଅବହେଳାରୁ ନବଜାତ ଶିଶୁମୃତ୍ୟୁ

ବଲାଙ୍ଗୀର: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର କଣ୍ଟାବାଞ୍ଜି ସ୍ଥିତ ସ୍ତ୍ରୀ ପ୍ରସୂତି ଶିଶୁ ବିଭାଗ ବିରୋଧରେ । ତେବେ କଣ୍ଟାବାଞ୍ଜି ଦାମନ୍ ଡଙ୍ଗା ଗ୍ରାମର ମଦନ ମାଝୀଙ୍କ ସ୍ତ୍ରୀ ପ୍ରସୂତି ପାଇଁ ଗତକାଲି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ତାଙ୍କୁ ଭର୍ତ୍ତି କରା ଯାଇଥିଲା । ହେଲେ ଭର୍ତ୍ତି ହେବାର 24 ଘଣ୍ଟା ପରେ ମଧ୍ୟ ପ୍ରସୂତିଙ୍କୁ ଡ଼ାକ୍ତର ଦେଖି ନଥିବାର ତାଙ୍କ ସ୍ଵାମୀ ମଦନ ମାଝୀ ଅଭିଯୋଗ କରିଛନ୍ତି । ଏପରିକି ଡ଼ାକ୍ତର ଶେଷ ପର୍ଯ୍ୟନ୍ତ ନଆସିବାରୁ ସେଠାରେ ଉପସ୍ଥିତ ଥିବା ନର୍ସ ସ୍ତ୍ରୀଙ୍କ ପ୍ରସବ କରାଇଥିଲେ । ଶିଶୁଟି ଜନ୍ମ ହେବା ପରେ ଡାକ୍ତର ଆସି ଶିଶୁ ଦୁର୍ବଳ ଥିବା ହେତୁ ମୃତ୍ୟୁ ହୋଇଥିବାର କହିଥିଲେ । ଏନେଇ ପରିବାର ଲୋକ ସେଠାରେ ହୋହଲ୍ଲା କରିଥିବା ବେଳେ କଣ୍ଟାବାଞ୍ଜି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଶାନ୍ତ କରିଥିଲା ।

ମଦନ ମାଝୀ କହିବା ଅନୁସାରେ ତାଙ୍କ ପତ୍ନୀଙ୍କ ପ୍ରସବ ବେଦନା ହେବାରୁ ସେ କଣ୍ଟାବାଞ୍ଜି ଡାକ୍ତରଖାନା ଆଣିଥିଲେ । ପତ୍ନୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ତାଙ୍କୁ କହିଦେଇ ଦୀର୍ଘ ସମୟ ଧରି ଡାକ୍ତର ତାଙ୍କ ଚିକିତ୍ସା କରି ନଥିଲେ । କୌଣସି ଡ଼ାକ୍ତର ନଥିବା ବେଳେ ନର୍ସ ପ୍ରସବ କରାଇ ଦେବୁ ବୋଲି କହିଥିଲେ। ତେବେ ଦୀର୍ଘ ସମୟ ଧରି ସେଠାରେ ପଡ଼ି ରହିବା ପରେ ଉପସ୍ଥିତ ନର୍ସ ମଦନଙ୍କ ପତ୍ନୀଙ୍କ ପ୍ରସୂତି କରାଇଥିଲେ । ଏଥି ଯୋଗୁଁ ତାଙ୍କ ନବଜାତ ଶିଶୁର ମୃତ୍ୟୁ ହୋଇଥିବାର ସେ ଅଭିଯୋଗ କରିଛନ୍ତି । ଏଣୁ ନର୍ସ ଏବଂ ଡାକ୍ତରଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅନ୍ୟପଟେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଦିଲୀପ ସାହୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ସଂପୃକ୍ତ ମହିଳା ଯେତେବେଳେ ଭର୍ତ୍ତି ହୋଇଥିଲେ ସେ ସମୟରେ ତାଙ୍କୁ କୌଣସି ପ୍ରସବ ବେଦନା ହୋଇନଥିଲା । କିଛି ସମୟ ପରେ ତାଙ୍କୁ ଏହାର ଖବର ଦିଆ ଯାଇଥିଲା । ହେଲେ ସେ ଆସିବା ବେଳକୁ ସଂପୃକ୍ତ ମହିଳାଙ୍କ ପ୍ରସବ ହୋଇ ସାରିଥିବା ବେଳେ ଗୋଟିଏ ମୃତ ଶିଶୁ ଜନ୍ମ ହୋଇଥିବା କଥା କହିଛନ୍ତି । ତେବେ ଶିଶୁଟି ପୂର୍ବରୁ ଅତି ଦୁର୍ବଳ ଥିବା ବେଳେ ମା ପେଟରେ ହିଁ ତାର ମୃତ୍ୟୁ ହୋଇ ସାରିଥିଲା ବୋଲି ଡାକ୍ତର କହିଛନ୍ତି । ଶିଶୁଟି ଜନ୍ମ ହେବା ପରେ କାନ୍ଦୁନ ଥିବା ଡାକ୍ତରଙ୍କୁ ନର୍ସମାନେ ଖବର ଦେଇଥିଲେ । ସେ ଆସି ନିଜେ ଏହାର ଯାଞ୍ଚ କରିବା ସହ ଶିଶୁ ବିଭାଗ ଡାକ୍ତରଙ୍କୁ ମଧ୍ୟ ଡକାଇ ଯାଞ୍ଚ କରାଇ ଥିଲେ। ହେଲେ ଶିଶୁଟି ଅତି ଦୁର୍ବଳ ଥିବାବେଳେ ମା ପେଟରେ ହିଁ ତାର ମତ୍ୟୁ ହୋଇ ସାରିଥିବାର ସେ କହିଛନ୍ତି ।

ତେବେ ଏହି ଘଟଣାକୁ ନେଇ ଡାକ୍ତରଖାନାରେ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିବା ବେଳେ ପରେ କଣ୍ଟାବାଞ୍ଜି ପୋଲିସ୍ ପହଞ୍ଚିବାରୁ ମାମଲା ଶାନ୍ତ ପଡିଥିଲା । ସେହିପରି ମୃତ ଶିଶୁର ବାପା ଏହାକୁ ନେଇ କଣ୍ଟାବାଞ୍ଜି ଥାନାରେ ଚିକିତ୍ସା ଅବହେଳା ହୋଇଥିବାର ଲିଖିତ ଅଭିଯୋଗ କରିଥିଲେ। ତେବେ ପୂର୍ବରୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଆବଶ୍ୟକ ଡ଼ାକ୍ତର ପଦବୀ ଖାଲି ପଡିଥିବାରୁ ଏଭଳି ଘଟଣା ବା ଅଭିଯୋଗ ଆସୁଥିବାର ଲୋକେ ମତ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.