ETV Bharat / state

'ମଠଖାଇ' ନାଟ୍ୟ ମହୋତ୍ସବ ଆରମ୍ଭ, ପ୍ରଥମ ଦିନରେ ଜମିଲା ନାଟକ 'ମଧୁ ବିଦ୍ୟା' - ବଲାଙ୍ଗୀର ମଠଖାଇ ମହୋତ୍ସବ

Mathakhai Mahotsav 2024: ବଲାଙ୍ଗୀରରେ 15 ତମ 'ମଠଖାଇ' ନାଟ୍ୟ ମହୋତ୍ସବ ଆରମ୍ଭ ହୋଇଯାଇଛି । 5 ଦିନ ଧରି ଚାଲିବ ଏହି ମହୋତ୍ସବ । ଅଧିକ ପଢନ୍ତୁ

'ମଠଖାଇ' ନାଟ୍ୟ ମହୋତ୍ସବ ଆରମ୍ଭ
'ମଠଖାଇ' ନାଟ୍ୟ ମହୋତ୍ସବ ଆରମ୍ଭ
author img

By ETV Bharat Odisha Team

Published : Jan 8, 2024, 2:55 PM IST

'ମଠଖାଇ' ନାଟ୍ୟ ମହୋତ୍ସବ ଆରମ୍ଭ

ବଲାଙ୍ଗୀର: ଜିଲ୍ଲାରେ ଆରମ୍ଭ ହୋଇଯାଇଛି 15 ତମ ଜାତୀୟ 'ମଠଖାଇ' ନାଟ୍ୟ ମହୋତ୍ସବ । ପାଞ୍ଚ ଦିନ ଧରି ଏଠାରେ ମଞ୍ଚସ୍ଥ ହେବ ବିଭିନ୍ନ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରଥମ ଦିନ ରାତିରେ କୋଷଲି ନାଟକ 'ମଧୁ ବିଦ୍ୟା'ର ଆୟୋଜନ କରାଯାଇଥିଲା । ଏହି ନାଟକ ମାଧ୍ୟମରେ ବିଦ୍ୟା କାହାରି ଏକଚାଟିଆ ସମ୍ପତ୍ତି ନ ହେଉ ବୋଲି ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦିଆଯାଇଥିଲା ।

ବଲାଙ୍ଗୀର ନାଟ୍ୟ ମହୋତ୍ସବ 'ମଠଖାଇ'ର ପ୍ରଥମ ରାତିରେ ନୂଆପଡା ବୋଡେନର ଜ୍ଞାନଦେୟ ନାଟକ ସଂଗଠନ ଦ୍ୱାରା 'ମଧୁ ବିଦ୍ୟା' ନାଟକ ପରିବେଷଣ କରାଯାଇଥିଲା । ଯେଉଁଥିରେ କୌଣସି ବିଦ୍ୟା କାହାରି ଏକଚାଟିଆ ସମ୍ପତ୍ତି ନ ହେଉ ବୋଲି ବାର୍ତ୍ତା ଦିଆଯାଇଛି । ଅନ୍ୟମାନଙ୍କୁ ଶିକ୍ଷାଦାନରୁ ବଞ୍ଚିତ ନ କରାଯାଉ ବୋଲି ଏହି ନାଟକ ମାଧ୍ୟମରେ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦିଆଯାଇଛି । ସେହିଭଳି ପ୍ରଥମ ରାତିରେ ପାରମ୍ପରିକ ନୃତ୍ୟ ପରିବେଷଣ ମଧ୍ୟ କରାଯାଇଥିଲା । 'ନୃତ୍ୟ ସୁଦ୍ଧା' ଏକାଡେମୀର କଳାକାରମାନେ ସମ୍ବଲପୁରୀ ନୃତ୍ୟରେ ସମସ୍ତଙ୍କ ମନ ମୋହିଥିଲେ । ଏହି ଅବସରରେ ମଠଖାଇ ସମ୍ମାନରେ ସମାଜସେବୀ ମଦନ ମୋହନ ରଥଙ୍କୁ ସମ୍ମାନିତ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ସୁବର୍ଣ୍ଣପୁର ଲୋକ ମହୋତ୍ସବ ସୁବର୍ଣ୍ଣ-2024 ଉଦଘାଟିତ

ମଠଖାଇ ମହୋତ୍ସବର ପ୍ରଥମ ଦିନରେ ଭାରତୀୟ ମେଡିକାଲ କାଉନସିଲ ସଦସ୍ୟ ତଥା ସ୍ୱାସ୍ଥ୍ୟ ବିଶ୍ବବିଦ୍ୟାଳୟ ଓଡ଼ିଶାର କୁଳପତି ଡାକ୍ତର ଦତେଶ୍ୱର ହୋତା, ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଓ ପ୍ରସିଦ୍ଧ ନାଟ୍ୟ କଳାକାର ତଥା ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର ସାମିଲ ହୋଇ ଉତ୍ସବକୁ ଉପଭୋଗ କରିଥିଲେ । ଏହି ଅବସରରେ ଡାକ୍ତର ଦତେଶ୍ୱର ହୋତା କହିଛନ୍ତି, "ବଲାଙ୍ଗୀର ତାଙ୍କ ଜନ୍ମ ମାଟି ଏବଂ ଏଠିକାର ଭାଷା ସାହିତ୍ୟ ବହୁ ଉଚ୍ଚ ଅଟେ । ଏଠିକାର ନାଟକ ମଧ୍ୟ ଉଚ୍ଚକୋଟୀର ଥିବା ବେଳେ ଏବେ ତାହା ଲୁଚି ଯାଇଛି । ତେଣୁ ଏଭଳି ଆୟୋଜନ ନିହାତି ଭାବରେ ନାଟ୍ୟକଳାକୁ ଉଜ୍ଜୀବିତ କରିବ ।"

ସେହିପରି ମଠଖାଇ ନାଟ୍ୟ ମହୋତ୍ସବ ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି, "ଗତ 2006 ମସିହାରୁ ଏହି 'ମଠଖାଇ' ନାଟ୍ୟ ମହୋତ୍ସଵ ଆୟୋଜିତ ହୋଇ ଆସୁଛି । ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତ ଓ ଭାଷାର ନାଟକ ପ୍ରଦର୍ଶିତ ହୋଇ ଆସୁଛି । ତେବେ ଏଥର କିଛି ବ୍ୟତିକ୍ରମ ଏଥିରେ ଆସିଛି । ଚଳିତ ଥର ପଶ୍ଚିମ ଓଡିଶାର ଆଞ୍ଚଳିକ ଭାଷାର ନାଟକ ସବୁ ମଞ୍ଚସ୍ତ ହେଉଛି । ଯାହାଦ୍ୱାରା ଅଞ୍ଚଳର ନାଟକ କଳା ଉଜ୍ଜୀବିତ ହେବ ଓ କଳାକାର ସୁଯୋଗ ପାଇବେ । ସେହିପରି ନାଟକ ଦ୍ୱାରା ସମାଜକୁ ଭଲ ବାର୍ତ୍ତା ଯିବ ଓ ବିକାଶରେ ସହାୟକ ହେବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.