ବଲାଙ୍ଗୀର: କୋରୋନା କାଳରେ ବିଦ୍ୟୁତ ବିଲ ଛାଡ଼ ପରିବର୍ତ୍ତେ ସରକାର 20 ପଇସା ଲେଖାଏଁ ୟୁନିଟ ପିଛା ବିଦ୍ୟୁତ ବିଲରେ ବୃଦ୍ଧି କରିଛନ୍ତି। ଯାହାକୁ ବିରୋଧ କରି ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଧାରଣା ଦେଇଥିଲା । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତିକୁ ମଧ୍ୟ ଏମାନେ ବିରୋଧ କରିଥିବା ବେଳେ ବିଦ୍ୟୁତ ଶ୍ରମିକ ମାନେ ଦିନ ରାତି ଖଟୁଛନ୍ତି। ତେଣୁ ତାଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବରେ ମାନ୍ୟତା ଦେବାକୁ ମଧ୍ୟ ଦାବି କରାଯାଇଛି ।
ସମାନ ଭାବରେ ଶ୍ରମିକ ମାନଙ୍କର ଚାକିରୀ ସ୍ଥାୟୀତ୍ବ ,ସାମାଜିକ ଓ ସ୍ବାସ୍ଥ୍ୟ ସୁରକ୍ଷା, ମଜୁରୀ ବୋନସକୁ ସରକାର ଭୁଲି ଯାଇଥିବା ଅଭିଯୋଗ କରିଛି ସଂଗଠନ । ଏହି ବ୍ୟବସ୍ଥା ନ ସୁଧୁରିଲେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛି ସଂଗଠନ । ଏସଂକ୍ରାନ୍ତରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି।
ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ