ETV Bharat / state

ବସରୁ ନିଖୋଜ, ରେଳଷ୍ଟେସନରୁ ଉଦ୍ଧାର ହେଲା ଶିଶୁକନ୍ୟା - ରେଳଷ୍ଟେସନ

ବଲାଙ୍ଗୀର ଜିଲ୍ଲା ଡୁଙ୍ଗୁରିପାଲି ଗାଁର ଜୟଶ୍ରୀ ପୁଟେଲଙ୍କ ୪ ମାସର ଶିଶୁକନ୍ୟା ଗତକାଲି ବସରୁ ନିଖୋଜ ହୋଇଯାଇଥିବା ବେଳେ ରେଳଷ୍ଟେସନରୁ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ...

ବସରୁ ନିଖୋଜ ହୋଇ ରେଳଷ୍ଟେସନରୁ ଉଦ୍ଧାର ହେଲେ ନିଖୋଜ ଶିଶୁକନ୍ୟା

author img

By

Published : Oct 14, 2021, 9:06 AM IST

ବଲାଙ୍ଗୀର: ରେଳ ଷ୍ଟେସନରୁ ନିଖୋଜ ଶିଶୁକନ୍ୟା ଉଦ୍ଧାର । ଜିଲ୍ଲାର ଡୁଙ୍ଗୁରିପାଲି ଗାଁର ଜୟଶ୍ରୀ ପୁଟେଲ ଗତକାଲି ବସ ଯୋଗେ ମହଖଣ୍ଡରୁ କଣ୍ଟାବାଞ୍ଜି ଆସୁଥିବା ବେଳେ ତାଙ୍କର ୪ ମାସର ଝିଅ ହଠାତ ନିଖୋଜ ହୋଇଯାଇଥିଲେ । ଏନେଇ ମହିଳା ଜଣଙ୍କ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ । ତେବେ ନିଖୋଜର ୨ଘଣ୍ଟା ମଧ୍ୟରେ କଣ୍ଟାବାଞ୍ଜି ପୋଲିସ ଓ ଆର.ପି.ଏଫ ପୋଲିସ କଣ୍ଟାବାଞ୍ଜି ରେଳ ଷ୍ଟେସରରୁ ଶିଶୁକନ୍ୟାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ବସରୁ ନିଖୋଜ ହୋଇ ରେଳଷ୍ଟେସନରୁ ଉଦ୍ଧାର ହେଲେ ନିଖୋଜ ଶିଶୁକନ୍ୟାବସରୁ ନିଖୋଜ ହୋଇ ରେଳଷ୍ଟେସନରୁ ଉଦ୍ଧାର ହେଲେ ନିଖୋଜ ଶିଶୁକନ୍ୟା

ସେପଟେ ବସଟି ଅଧାବାଟରେ ହୋଇଥିବା ବେଳେ ହଠାତ ଶିଶୁକନ୍ୟା ଜଣଙ୍କ କିପରି ନିଖୋଜ ହେଲେ ଓ ୪ମାସର ଶିଶୁ କନ୍ୟା ରେଳ ଷ୍ଟେସନକୁ କିପରି ଗଲେ, ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.