ETV Bharat / state

କନ୍ୟାଶ୍ରମ ସ୍କୁଲକୁ ପୋଷ୍ୟ ଗ୍ରହଣ କଲେ ମନ୍ତ୍ରୀ ଟୁକୁନି ସାହୁ

ବଲାଙ୍ଗୀର ଜିଲ୍ଲା ସଇଁତଳାସ୍ଥିତ କନ୍ୟାଶ୍ରମ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ...

କନ୍ୟାଶ୍ରମ ସ୍କୁଲକୁ ପୋଷ୍ୟ ଗ୍ରହଣ କଲେ ମନ୍ତ୍ରୀ ଟୁକୁନି ସାହୁ
କନ୍ୟାଶ୍ରମ ସ୍କୁଲକୁ ପୋଷ୍ୟ ଗ୍ରହଣ କଲେ ମନ୍ତ୍ରୀ ଟୁକୁନି ସାହୁ
author img

By

Published : Apr 2, 2021, 3:51 PM IST

ବଲାଙ୍ଗୀର: ମୋ ସ୍କୁଲ ଅଭିଯାନରେ କନ୍ୟାଶ୍ରମ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ । ଶୁକ୍ରବାର ବଲାଙ୍ଗୀର ସଇଁତଳାସ୍ଥିତ କନ୍ୟାଶ୍ରମ ସ୍କୁଲକୁ ମନ୍ତ୍ରୀ ଟୁକୁନି ସାହୁ ପୋଷ୍ୟ ଗ୍ରହଣ କରିଛନ୍ତି । ଆଗକୁ ଏହି ସ୍କୁଲରେ ଥିବା ବିବିଧ ସମସ୍ୟା ଦିଗରେ କାମ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।

କନ୍ୟାଶ୍ରମ ସ୍କୁଲକୁ ପୋଷ୍ୟ ଗ୍ରହଣ କଲେ ମନ୍ତ୍ରୀ ଟୁକୁନି ସାହୁ

ଶୁକ୍ରବାର ଟୁକୁନି ସାହୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଅନୁସୂଚିତ ଜନଜାତି ବିଭାଗର ଏହି କନ୍ୟାଶ୍ରମ ସ୍କୁଲ ବା ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ । ସେ ପୁରା ସ୍କୁଲ ଅଞ୍ଚଳ ଓ ବ୍ୟବସ୍ଥା ବୁଲି ଦେଖିବା ସହ ଏଠିକାର ଛାତ୍ରଛାତ୍ରୀ ତଥା ଶିକ୍ଷକଙ୍କ ସହିତ ଚର୍ଚ୍ଚା କରିଛନ୍ତି । ସ୍କୁଲରେ ଥିବା ପିଇବା ପାଣି ସମସ୍ୟା, ଭିତ୍ତିଭୂମି, ଶୌଚାଳୟ ସମସ୍ୟା ଓ ଖେଳ ପଡିଆ ସମସ୍ୟା ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଆଗାମୀ ଦିନରେ ଏ ସବୁ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବାଲଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.