ETV Bharat / state

ଦାଦନ ଖଟିବାକୁ ଯାଇ ନିଖୋଜ, ପୁଅର ଫେରିବା ବାଟ ଅପେକ୍ଷାରେ ପରିବାର ଲୋକେ - ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ପୁଅ ନିଖୋଜ

ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ବଲାଙ୍ଗୀର ଜିଲ୍ଲା ଗାନ୍ଧୀନଗର ପଡ଼ାର ସନ୍ତୋଷ ଗାଇକ୍ବାର୍ଡ ନିଖୋଜ । ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ । ଅଧିକ ପଢ଼ନ୍ତୁ

migrant worker from balangir goes missing in Hyderabad
ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ନିଖୋଜ
author img

By

Published : Jul 2, 2023, 6:38 PM IST

Updated : Jul 2, 2023, 7:23 PM IST

ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ନିଖୋଜ

ବଲାଙ୍ଗୀର: ପୁଣି ଦାଦନ ଦୁଃଖ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବ୍ୟକ୍ତି ନିଖୋଜ । ବଲାଙ୍ଗୀର ଜିଲ୍ଲା ଗାନ୍ଧୀନଗର ପଡ଼ାର ସନ୍ତୋଷ ଗାଇକ୍ବାର୍ଡ ପରିବାର ପେଟ ପାଟଣା ପାଇଁ ସୂଦୁର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ସେବେଠାରୁ ତାଙ୍କର କୌଣସି ଖୋଜ ଖବର ନାହିଁ । ସନ୍ତୋଷଙ୍କ ନିଖୋଜ ନେଇ ବଲାଙ୍ଗୀର ଟାଉନ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମାତ୍ର ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ଗାଁକୁ ଫେରିଲା ମୃତଦେହ: ଦାଦନ ଖଟିବାକୁ ଯାଇ ଗଲା ଜୀବନ, ୨ମହଲା ଉପରୁ ପଡି ଶ୍ରମିକ ମୃତ

ସୂଚନା ଅନୁଯାୟୀ, ଗତ ମେ' ମାସ 29 ତାରିଖରେ ଘରୁ ବାହାରି ତେଲେଙ୍ଗେନା ଯାଇଥିବା ବେଳେ କିଛି ଦିନ ପରେ ସେ ନିଖୋଜ ହୋଇ ଯାଇଛନ୍ତି । ତାଙ୍କର ଫୋନ୍‌ ବନ୍ଦ ଥିବାରୁ ପରିବାର ଲୋକେ ଯୋଗାଯୋଗ କରିପାରୁ ନାହାଁନ୍ତି । ସନ୍ତୋଷ ଗାଇକ୍ବାର୍ଡଙ୍କ ପରିବାରରେ ତିନି ଶିଶୁ, ସ୍ତ୍ରୀ ଓ ବୃଦ୍ଧ ବାପା ମାଆ ଅଛନ୍ତି । କିନ୍ତୁ ତାଙ୍କ ନିଖୋଜ ହେବା ଦିନଠାରୁ ବୃଦ୍ଧ ବାପା ମାଆ ସେମାନଙ୍କ ସାହା ପାଲଟିଛନ୍ତି । ଏଠିସେଠି କାମ କରି ସେମାନଙ୍କ ପେଟ ପୋଷୁଛନ୍ତି । ସନ୍ତୋଷଙ୍କ ବାପା ପଣ୍ଡିତ ଗାଇକ୍ୱାର୍ଡଙ୍କ କହିବା ଅନୁସାରେ, "ବଡ ପୁଅ ସନ୍ତୋଷ ଗାଇକ୍ୱାର୍ଡ ଗାଡି ମେକାନିକ କାମ ଶିଖିଛି । ହେଲେ କାମ ନମିଳିବାରୁ ସେ ବିଭିନ୍ନ ପର୍ବପର୍ବାଣୀରେ କପ ପ୍ଲେଟ ଇତ୍ୟାଦି ବିକ୍ରି କରି ଆସୁଥିଲା । ସବୁବେଳେ ସେଥିରୁ ରୋଜଗାର ନହେବାରୁ ଗତ ମେ' ମାସରେ ହାଇଦ୍ରାବାଦକୁ ଦାଦନ ଖଟି ଯାଇଥିଲା । ସେଠାକୁ ଯିବା ପରେ ଆଉ ପତ୍ତା ମିଳିନଥିଲା । ବହୁ ଖୋଜଖୋଜି କରିବା ପରେ ନିରାଶ ହୋଇ ବଲଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛି । କିନ୍ତୁ ଆଜି ଯାଏ ପୁଅକୁ ପାଇନାହୁଁ ।"

ଏହା ମଧ୍ୟ ପଢ଼ନ୍ତୁ: ସରୁନି ଦାଦନ ଦୁଃଖ, ଅନ୍ୟ ରାଜ୍ୟରୁ ଘରକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

ରୋଜଗାରିଆର ପୁଅର କୌଣସି ପତ୍ତା ମିଳୁନଥିବା ବେଳେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ସେପଟେ ପରିବାର ଚଳାଇବା ସହ ତିନି ପିଲାଙ୍କ ଲାଳନ ପାଳନ ନେଇ ସନ୍ତୋଷଙ୍କ ବାପା ଚିନ୍ତାରେ ପଡ଼ିଛନ୍ତି । ତେଣୁ ପୁଅକୁ ଖୋଜି ଘରକୁ ଫେରାଇ ଆଣିବାକୁ ପ୍ରଶାସନକୁ ନେହୁରା ହୋଇଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jul 2, 2023, 7:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.