ETV Bharat / state

ପରିବାର ଯାଇଥିଲେ ଦାଦନ ଖଟି, ଘରେ ଚାଲିଗଲା ବାପାଙ୍କ ଜୀବନ

ପରିବାର ଦାଦନ ଖଟି ଯାଇଥିବା ବେଳେ ଘରେ ଏକା ଥିବା ବୃଦ୍ଧଙ୍କ ଭୋକ ଉପାସରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗୀରରୁ ଆସିଛି ଏପରି ଦୁଃଖଦ ଖବର । ଅଧିକ ପଢନ୍ତୁ

author img

By

Published : Apr 25, 2023, 4:25 PM IST

elderly man dies while living alone
ପରିବାର ଯାଇଥିଲେ ଦାଦନ ଖଟି, ଘରେ ଚାଲିଗଲା ବାପାଙ୍କ ଜୀବନ
ପରିବାର ଯାଇଥିଲେ ଦାଦନ ଖଟି, ଘରେ ଚାଲିଗଲା ବାପାଙ୍କ ଜୀବନ

ବଲାଙ୍ଗୀର: ଜିଲ୍ଲାରେ ପୁଣି ଦାଦନ ଦୁଃଖ ସାମ୍ନାକୁ ଆସିଛି । ପରିବାର ଦାଦନ ଖଟି ଯାଇଥିବା ବେଳେ ଘରେ ଏକା ଥିବା ବୃଦ୍ଧଙ୍କ ଭୋକ ଉପାସରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 48 ଘଣ୍ଟା ପରେ ଉଠିଲା ମୃତଦେହ ।

ଗୋଟିଏ ଗରିବ ପରିବାର ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିବା ବେଳେ ଘରେ ଏକୁଟିଆ ଥିବା ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଘରେ ଦୁଇ ଦିନ ହେବ ମୃତଦେହ ପଡ଼ି ରହିବା ପରେ ଅନ୍ତିମ ସଂସ୍କାର କରାଯାଇଛି । ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ଡୁଙ୍ଗୁରି ପଡ଼ା ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । ଗଣପତୀ ଛାତ୍ରିଆଙ୍କ ପରିବାର ପେଟ ପାଟଣା ପାଇଁ ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଘରେ ଏକା ତାଙ୍କ ବୃଦ୍ଧ ବାପା ଗୁରମଣି ଛତ୍ରିଆ ଥିଲେ। ତେବେ ବୃଦ୍ଧ ବାପା ଗୁରମଣୀ ଛତ୍ରିଆ ଘରେ ଏକା ଥିବା ବେଳେ ଭୋକ ଉପାସରେ ତାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ ।

ଅଭିଯୋଗ ଅନୁସାରେ ମୃତ ଗୁରମଣି ଛତ୍ରିଆ ତିନି ଚାରି ମାସ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇ ନ ଥିଲେ। ସେହିପରି ଦେଢ଼ ବର୍ଷ ହେବ ସେ ଚାଉଳ ମଧ୍ୟ ପାଉ ନ ଥିଲେ। ଘରେ ଏକା ଥିବାବେଳେ ମାଗିଯାଚି ରୋଷେଣ କରି ଚଳି ଆସୁଥିଲେ। ହେଲେ ବାର୍ଦ୍ଧକ୍ୟ ଯୋଗୁଁ ଆଉ କିଛି କରି ପାରୁନଥିଲେ । ଗତ ଦୁଇ ଦିନ ହେବ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଖବର ତାଙ୍କ ପୁଅ ପାଇବା ପରେ ଗାଁକୁ ଫେରିବାକୁ ତାଙ୍କୁ ଦୁଇ ଦିନ ସମୟ ଲାଗିଥିଲା। ଘରେ ଦୁଇ ଦିନ ଧରି ବୃଦ୍ଧଙ୍କ ମୃତଦେହ ପଡି ରହିଥିଲା। ସ୍ଥାନୀୟ ସରପଞ୍ଚ ତହସିଲଦାର ଓ ଶ୍ରମ ଅଧିକାରୀ ଦୁଇ ଦିନ ପରେ ଏହାର ଖବର ପାଇ ସଂପୃକ୍ତ ଗାଁକୁ ଯାଇଥିଲେ। ବୃଦ୍ଧଙ୍କ ପୁଅ ଫେରିଲା ପରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ମୃତକଙ୍କ ପରିବାରକୁ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ 3 ହଜାର ଟଙ୍କା ଦେଇଥିବା ବେଳେ ତହସିଲଦାର ରେଡ କ୍ରସରୁ 10 ହଜାର ଟଙ୍କା ପ୍ରଦାନ କରିଛନ୍ତି । ଅଭିଯୋଗର ତଦନ୍ତ ମଧ୍ୟ ଜାରି ରହିଛି ।

ମୃତକଙ୍କ ପୁଅ ତେଲେଙ୍ଗାନା ରାଜ୍ୟରେ ବନ୍ଧା ପଡ଼ିଥିବା ତାଙ୍କ ପରିବାରକୁ ମଧ୍ୟ ଉଦ୍ଧାର ଦାବି କରିଛନ୍ତି । ଏହି ଘଟଣାକୁ ନେଇ ମୃତକଙ୍କ ପଡୋଶୀ ଵୁଇ ଛତ୍ରିଆ କହିବା ଅନୁସାରେ ମୃତକଙ୍କ ପରିବାର ପେଟ ପାଟଣା ପାଇଁ ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ଏଠି ଘରେ ବୃଦ୍ଧ ଗୁରମନୀ ଛତ୍ରିଆ ଏକା ଥିବା ବେଳେ ଭୋକ ଉପାସରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ମୃତକଙ୍କ ପୁଅ ଗଣପତି ଛତ୍ରିଆ ଅଗ୍ରୀମ ଟଙ୍କା ନେଇ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ତାଙ୍କ ବାପାଙ୍କ ବୟସ ଅଧିକ ହୋଇଥିବାରୁ ତାଙ୍କୁ ଘରେ ଛାଡ଼ି ଯାଇଥିଲେ। ତାଙ୍କ ପରିବାର ବନ୍ଧକ ଥିବା ସେ କହିଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.