ETV Bharat / state

ସାଂସଦ ନିରଞ୍ଜନ ବିଶିଙ୍କ କାର ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

author img

By

Published : May 24, 2023, 4:13 PM IST

Updated : May 24, 2023, 10:21 PM IST

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ । ଦୁର୍ଘଟଣା ବେଳେ ସାଂସଦ ଗାଡ଼ିରେ ନଥିବା କହିଥିବା ବେଳେ ଘଟଣାସ୍ଥଳରେ ସେ ଥିବା ଦେଖଣାହାରୀ କହିଛନ୍ତି । ଅଧିକ ପଢ଼ନ୍ତୁ

road accident in balangir
ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା

ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା

ବଲାଙ୍ଗୀର: ସାଂସଦଙ୍କ କାର ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ବଲାଙ୍ଗୀର ସାଂସଦ ନିରଞ୍ଜନ ବିଶିଙ୍କ କାର ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ପାଟଣାଗଡ଼ ଥାନା ଅନ୍ତର୍ଗତ ତମିଆ ଛକରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ବେଳେ ନିରଞ୍ଜନ ବିଶି ଗାଡ଼ିରେ ନଥିବା ସେ କହିଛନ୍ତି । ଏହି ଘଟଣା ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ, ଆଜି ଦିନ 12ଟା ସମୟରେ ରାଜ୍ୟ ସଭା ସାଂସଦଙ୍କ ଇନୋଭା କାର ପାଟଣାଗଡ଼ରୁ କୌଣସି ଏକ କାର୍ଯ୍ୟକ୍ରମକୁ ଯାଉଥିଲା । ପାଟଣାଗଡ଼ ସହର ଠାରୁ ଅଳ୍ପ ଦୂରରେ ଥିବା ତାମିଆ ଛକ ଠାରେ ସ୍କୁଟିରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା ଏବଂ କାର ଭାରସାମ୍ୟ ହରାଇ ରାସ୍ତା କଡ ବିଲ ଭିତରକୁ ପଶି ଯାଇଥିଲା । ଏହି ଦୁର୍ଘଟଣାରେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଦ୍ଵାରା ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲେ । ତେବେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ତାମିଆ ଇନ୍ଦପୁର ଗ୍ରାମର ଟଙ୍କଧର ବିଶ୍ଵାଳ ବୋଲି ଜଣାପଡ଼ିଛି ।

ମୃତଦେହ ବ୍ୟବଚ୍ଛେଦ ପରେ ଟଙ୍କଧର ବିଶ୍ଵାଳଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପାଟଣାଗଡ଼ ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଛି । ସାଂସଦଙ୍କ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ଦୁର୍ଘଟଣା ପରେ ସଂପୃକ୍ତ ଡ୍ରାଇଭରକୁ ପୋଲିସ ଅଟକ ରଖିଛି । ଦେଖଣାହାରୀ ତଥା ମୃତକଙ୍କ ସମ୍ପର୍କୀୟ ଚତୁର୍ଭୁଜ ବିଶ୍ୱାଳ କହିଛନ୍ତି, "ଭାଇ ଦଇତାରୀ ମୁଣ୍ଡା ଗ୍ରାମରୁ କାମ ସାରି ଫେରୁଥିଲେ । ତମିଆ ଛକ ଠାରେ ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ଏବଂ ଗାଡ଼ିଟି ବିଲ ଭିତରେ ପଶିଯାଇ ସେଠାରୁ ଫେରାର ମାରିବା ପାଇଁ ଉଦ୍ୟମ କରିଥିଲା । ତେବେ ଗାଡ଼ିରେ ନିଜେ ସାଂସଦ ନିରଞ୍ଜନ ବିଶି ସହ ତାଙ୍କ ଅଙ୍ଗରକ୍ଷୀ ଓ ଡ୍ରାଇଭର ଥିଲେ ।"

ସେପଟେ ଏହି ଦୁର୍ଘଟଣା ପରେ ସାଂସଦ ନିରଞ୍ଜନ ବିଶି ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣା ସମୟରେ ସେ ଗାଡ଼ିରେ ନଥିବା କହିଛନ୍ତି । ନିରଞ୍ଜନ ବିଶି ଆହୁରି ମଧ୍ୟ କହିଛନ୍ତି, "ଦୁର୍ଘଟଣା ସମୟରେ ଘରେ ବିଜେଡି କର୍ମକର୍ତ୍ତାଙ୍କ ସହ ବୈଠକରେ ଥିଲି । ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବା ବ୍ୟକ୍ତି ଜଣେ ସମ୍ପର୍କୀୟ କାକା । ତାଙ୍କର ମୃତ୍ୟୁ ଖବର ଶୁଣି ମୁଁ ଦୁଃଖିତ । ମୃତକଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିବାରକୁ ଯଥା ସମ୍ଭବ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଚେଷ୍ଟା କରିବି ।" ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ହେବ ସେଥିରେ ସେ ସହଯୋଗ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : May 24, 2023, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.