ETV Bharat / state

ବଲାଙ୍ଗୀର BJD ନେତାଙ୍କୁ ଗୁଳି କରି ହତ୍ୟା ଘଟଣା, ସାର୍ପ ସୁଟର ଗିରଫ - ବଲାଙ୍ଗୀରରେ ବିଜେଡି ନେତାଙ୍କୁ ହତ୍ୟା

ବଲାଙ୍ଗୀର ବିଜେଡି ନେତା ଲୋକନାଥ ବିଶ୍ଵାଳଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ବିଜେଡି ନେତାଙ୍କୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Jul 22, 2022, 8:10 AM IST

ବଲାଙ୍ଗୀର: ବିଜେଡି ନେତା ଲୋକନାଥ ବିଶ୍ଵାଳଙ୍କୁ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ସାର୍ପ ସୁଟରକୁ ରାୟପୁର ନିକଟରୁ ଗିରଫ କଲା ପୋଲିସ। ବିଜେଡି ନେତାଙ୍କୁ ହତ୍ୟା ପରେ ଫେରାର ଥିଲା ସାର୍ପ ସୁଟର ନରେଶ ସାହୁ । ଗୁରୁବାର ବଲାଙ୍ଗୀର ପୋଲିସର ଏକ ସ୍ବତନ୍ତ୍ର ଟିମ୍ ତାକୁ ଗିରଫ କରିବାରେ ସଫଳ ହୋଇଛି ।

ବଲାଙ୍ଗୀରରେ ବିଜେଡି ନେତାଙ୍କୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ଗିରଫ

ସୂଚନାଅନୁଯାୟୀ, ଗତ ମାର୍ଚ୍ଚ 28 ତାରିଖ ସନ୍ଧ୍ୟାରେ ବିଜେଡି ନେତା ଲୋକନାଥ ବିଶ୍ବାଳଙ୍କୁ ଯୋଜନା ବଦ୍ଧ ଭାବରେ ଗୁଳି କରି ହତ୍ୟା କରାଯାଇଥିଲା । ବେଲପଡ଼ା ବ୍ଲକ ଅନ୍ତର୍ଗତ ବାନମାଲ ଗ୍ରାମର ମୃତ ଲୋକନାଥ ବିଶ୍ଵାଳ ବିଜେଡିର ଜଣେ ଜଣାଶୁଣା ନେତା ଥିଲେ ଏବଂ ଏଥର ପଞ୍ଚାୟତ ନିର୍ବାଚନରେ ତାଙ୍କ ପତ୍ନୀ ନିର୍ଦ୍ଵନ୍ଦରେ ସମିତିସଭ୍ୟା ଭାବରେ ନିର୍ବାଚିତ ହୋଇଥିଲେ । ଯାହାକୁ ନେଇ ଗ୍ରାମର ବାସୁଦେବ ପ୍ରଧାନ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ଏନେଇ ସନ୍ତୋଷ ଦାସଙ୍କୁ ସୁପାରି ଦେଇଥିଲା ।

ସେପଟେ ସନ୍ତୋଷ ଦାସ ଓ ତାର ସହଯୋଗୀ ମାନେ ମିଶି ଯୋଜନା ବଦ୍ଧ ଭାବରେ ଲୋକନାଥ ବିଶ୍ଵାଳଙ୍କୁ ତାଙ୍କ ଘରେ ଗୁଳି କରି ହତ୍ୟା କରିଥିଲେ। ତେବେ ପୋଲିସ ତ୍ୱରିତ ପଦକ୍ଷେପ ନେଇ ଏହି ଘଟଣାରେ ପୂର୍ବରୁ ୬ ଜଣ ଅଭିଯୁକ୍ତ ବାସୁଦେବ ପ୍ରଧାନ, ସନ୍ତୋଷ ଦାଶ, ରବି ଶଣ୍ଢ, କୁଷ ଧୱଜ ମାଝୀ, କରୁଣା ବାଗ ଓ ସିତାରାମ ବିନ୍ଧାଣିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ସେହିପରି ଏହି ଘଟଣାର ମୁଖ୍ୟ ଅଭିଯୁ୍କ୍ତ ବରଗଡ ପଦ୍ମପୁରର ସାର୍ପ ସୁଟର ନରେଶ ସାହୁ ଫେରାର ଥିଲା । ତାର ମୋବାଇଲ ଟ୍ରାକିଂ କରି କରାଯାଇ ଛତିଶଗଡ଼ ରାୟପୁର ସିଲତରା ଠାରୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ପୋଲିସ ଏବଂ ଏହି ଘଟଣାର ସମସ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବାର କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.