ETV Bharat / state

ଭରିଲା ଲୋୟର ସୁକତେଲ ଡ୍ୟାମ, ଗାଁକୁ ଛୁଇଁଲା ବନ୍ୟାପାଣି

author img

By

Published : Jul 23, 2023, 1:48 PM IST

ବଲାଙ୍ଗୀର ବହୁ ପ୍ରତିକ୍ଷୀତ ଲୋୟର ସୁକତେଲ ଜଳ ପ୍ରକଳ୍ପରେ ଏଥର ପ୍ରଥମ ବନ୍ୟା ଜଳ ପଶିବା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

lower suktel dam
lower suktel dam
lower suktel dam

ବଲାଙ୍ଗୀର: ବଲାଙ୍ଗୀର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପରେ ବନ୍ୟା ପାଣି ପଶିବା ଆରମ୍ଭ ହୋଇଛି । ଉପରମୁଣ୍ଡରେ ବର୍ଷା‌ ଯୋଗୁଁ ବନ୍ୟାଜଳ ସୁକତେଲ ନଦୀରେ ପ୍ରବେଶ କରିଥିବା ବେଳେ ବନ୍ୟାପାଣି ଗାଁକୁ ଛୁଇଁଛି । ହେଲେ ଅନେକ ଗାଁ ଏବେବି ସମ୍ପୂର୍ଣ ବିସ୍ଥାପିତ ହୋଇ ନ ଥିବା ବେଳେ ଏଠିକାର ଲୋକଙ୍କ ପାଇଁ ଏବେ ସମସ୍ୟା ବଢ଼ିବାରେ ଲାଗିଛି । ସେପଟେ ପ୍ରଶାସନ ଦିନ ରାତି ଏମାନଙ୍କୁ ବିସ୍ଥାପିତ କରିବାର ପ୍ରୟାସ ଜାରି ରଖିଛି ପ୍ରଶାସନ ।

ବଲାଙ୍ଗୀର ବହୁ ପ୍ରତିକ୍ଷୀତ ଲୋୟର ସୁକତେଲ ଜଳ ପ୍ରକଳ୍ପରେ ଏଥର ପ୍ରଥମ ବନ୍ୟା ଜଳ ପଶିବା ଆରମ୍ଭ ହୋଇଛି । ଏନେଇ ବୁଡି ଅଞ୍ଚଳରେ ଧୀରେ ଧୀରେ ପାଣି ମାଡ଼ିବା ମଧ୍ୟ ଆରମ୍ଭ ହୋଇଛି । ତେବେ ଏଥିରେ ମୋଟ 29 ଟି ଗ୍ରାମ ବୁଡିବାକୁ ଥିବା ବେଳେ ଏହା ମଧ୍ୟରୁ 14 ଟି ଗ୍ରାମ ସମ୍ପୂର୍ଣ୍ଣ ବୁଡିବ । ବର୍ତ୍ତମାନ ସୁଧା ମାତ୍ର ଗୋଟିଏ ବା ଦୁଇଟି ଗ୍ରାମ ଏବେ ସମ୍ପୂର୍ଣ୍ଣ ବିସ୍ଥାପିତ ହୋଇଥିବାରୁ ଅନେକ ଗ୍ରାମରେ ଲୋକେ ରହିଥିବା ବେଳେ ତାଙ୍କ ପାଇଁ ଏବେ ସମସ୍ୟା ବଢ଼ିଛି । ତେବେ ଗଡଶଙ୍କର, ଡୁଙ୍ଗୁରିପାଲି, ବନଛୋରପାଲି, ପୋଡମୁଢ଼, ଖଗସା ବହାଲ ସାନ ତେଲେନପାଲି, ବଡ଼ତେଲେନପାଲି ଗ୍ରାମ ପ୍ରଥମେ ବୁଡିବା ସମ୍ଭାବନା ରହିଛି । ହେଲେ ଏହି ସବୁ ଗ୍ରାମରେ ଏବେବି କିଛି ଲୋକ ରହିଥିବାରୁ ସେମାନେ ତାଙ୍କର ଉଚିତ୍ ଥଇଥାନ ନ ହେବା ଯାଏଁ ଭିଟା ମାଟି ଛାଡ଼ିବେ ନାହିଁ ବୋଲି ଜିଦରେ ଅଟଳ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଲୋୟର ସୁକତେଲ ଡ୍ୟାମରେ ପଶିଲା ବନ୍ୟା ପାଣି, ଭିଟାମାଟି ଛାଡିବାକୁ ଅମଙ୍ଗ ବିସ୍ଥାପିତ

ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ଏବେ 170 କ୍ୟୁସେକରୁ ଅଧିକ ଜଳ ଡ୍ୟାମ ମଧ୍ୟକୁ ପ୍ରବେଶ କରୁଛି । ଡ୍ୟାମରେ ଏଭଳି ପାଣି ଆସିଲେ ଖୁବ ଶୀଘ୍ର ଭର୍ତ୍ତି ହେବ । ତେଣୁ ପ୍ରଶାସନ ଯୁଦ୍ଧ ଗତିରେ ଲୋକଙ୍କୁ ବିସ୍ଥାପିତ କରିବାକୁ ପ୍ରଚେଷ୍ଟା ଜାରି ରଖିଛି । ତେବେ କିଛି ଗାଁ ଲୋକେ ଏଥିରେ ରାଜି ହୋଇ ନଥିବା ବେଳେ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ବୁଝାସୁଝା ଜାରି ରଖିଛନ୍ତି । ଅନ୍ୟପଟେ ତଳିଆ ଅଞ୍ଚଳର ଲୋକଙ୍କ ଅଭିଯୋଗ ଅନୁସାରେ ମାତ୍ର ତିନି ମାସ ମଧ୍ୟରେ ପ୍ରଶାସନ ସେମାନଙ୍କୁ ଗାଁ ଛାଡ଼ି ଚାଲି ଯିବାକୁ କହିଥିଲା । ଯାହା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ସେହିପରି ନୂଆ ଘର ତିଆରି କରିବା ପାଇଁ ସମୟ ଲାଗିବ ଏବଂ ଏଥିଯୋଗୁଁ ତାଙ୍କୁ କିଛି ସମୟ ଦିଆଯିବା ସହ ସେ ପର୍ଯ୍ୟନ୍ତ ଡ୍ୟାମରେ ପାଣି ନ ରଖିବାକୁ ସେମାନେ ଦାବି କରି ଆସୁଛନ୍ତି । ସେହିପରି ପ୍ରଶାସନ ସେମାନଙ୍କ କଥା ନ ଶୁଣି ଓଲଟା ଗାଁ ଶୀଘ୍ର ଛାଡ଼ିବାକୁ କହୁଥିବା ବେଳେ ଏହି ବର୍ଷା ମାସରେ ସେମାନେ କୁଆଡ଼କୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି ତଳିଆ ଅଞ୍ଚଳ ବାସିନ୍ଦା ।

ସେହିପରି ଜଣେ ବୁଡି ଅଞ୍ଚଳର ବାଳିକା ସାଲିନି ବିଶ୍ୱାଳ ସାମାଜିକ ଗଣମାଧ୍ୟମରେ ନିଜ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାଯ୍ୟ ମାଗିଛନ୍ତି । ଯାହା ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି । ତେବେ ବାଳିକା ଜଣକ କିଛି ସମୟ ଦିଆଯାଉ ଓ ବନ୍ୟା ପାଣି ନିଷ୍କାସନ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.