ETV Bharat / state

ଶ୍ରମମନ୍ତ୍ରୀଙ୍କ ଦାଦାଗିରି ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଲେ, ମୋବାଇଲ ଛଡାଇଲେ - ସାମ୍ବାଦିକଙ୍କୁ ଦୁର୍ବ୍ୟବହାର

ବଲାଙ୍ଗୀର ବ୍ରିଜ କାମ ବିଳମ୍ବକୁ ନେଇ ଗ୍ରାମବାସୀଙ୍କ ପ୍ରଶ୍ନରେ ଚିହିକି ଉଠିଲେ ମନ୍ତ୍ରୀ ସୁଶାନ୍ତ ସିଂ । ଉପସ୍ଥିତ ସାମ୍ବାଦିକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବା ସହ ଛଡାଇ ନେଲେ ମୋବାଇଲ । ଅଧିକ ପଢନ୍ତୁ...

ଶ୍ରମମନ୍ତ୍ରୀଙ୍କ ଦାଦାଗିରି ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଲେ, ମୋବାଇଲ ଛଡାଇଲେ

author img

By

Published : Nov 7, 2021, 8:49 AM IST

Updated : Nov 7, 2021, 9:35 AM IST

ବଲାଙ୍ଗୀର: ବ୍ରିଜ କାମ ବିଳମ୍ବକୁ ନେଇ ଗ୍ରାମବାସୀଙ୍କ ପ୍ରଶ୍ନରେ ଚିହିକି ଉଠିଲେ ମନ୍ତ୍ରୀ ସୁଶାନ୍ତ ସିଂ । ଉପସ୍ଥିତ ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କଲେ । ଏପରିକି ମୋବାଇଲ ଛଡାଇ ନେଲେ ମଧ୍ୟ । ଶନିବାର ବଲାଙ୍ଗୀର ସଇଁତଳା ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଶନିବାର ବଲାଙ୍ଗୀର ଗସ୍ତ କରିଥିବା ଶ୍ରମମନ୍ତ୍ରୀ ସେଠାରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଶ୍ରମମନ୍ତ୍ରୀଙ୍କ ଦାଦାଗିରି ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଲେ, ମୋବାଇଲ ଛଡାଇଲେ

ବଲାଙ୍ଗୀର ଗସ୍ତରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ଶ୍ରମ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଆସିଥିଲେ । ସଇଁତଳା ବ୍ଲକ ଅନ୍ତର୍ଗତ ବାଦିପଡା ଗ୍ରାମକୁ ଯାଇଥିଲେ । ଏଠାକାର ଗ୍ରାମବାସୀ ଲାନ୍ଥ ନଦୀ ଉପରେ ଦୀର୍ଘ ବର୍ଷରୁ ଏକ ବ୍ରିଜ ନିର୍ମାଣର ଦାବି କରି ଆସୁଥିଲେ । ସରକାର ନିକଟରେ ବ୍ରିଜ ପାଇଁ ଶିଳାନ୍ୟାସ କରିଥିଲେ ସୁଦ୍ଧା ଆଜି ଯାଏଁ ବ୍ରିଜ କାମ ଆରମ୍ଭ ହୋଇ ପାରିନାହିଁ । ଯାହାକୁ ନେଇ ଗ୍ରାମବାସୀ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ତେବେ ମନ୍ତ୍ରୀ ଲୋକଙ୍କ ଉତ୍ତର ଦେବା ପରିବର୍ତ୍ତେ ରାଗି ଯାଇଥିଲେ ।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କୁ ଫଟୋ-ଭିଡିଓ ଉତ୍ତୋଳନ ବନ୍ଦ କରିବାକୁ କହିବା ସହ ଜଣେ ସାମ୍ବାଦିକଙ୍କ ମୋବାଇଲ ଛଡେଇ ନେଇଥିଲେ । ଯାହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମନ୍ତ୍ରୀଙ୍କ ଏଭଳି ଆଚରଣକୁ ସମସ୍ତେ ନିନ୍ଦା କରିଛନ୍ତି । ସେହିପରି ଆଗାମୀ ଦିନରେ ମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମକୁ ଏମାନେ ବର୍ଜନ କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Nov 7, 2021, 9:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.