ETV Bharat / state

କୋଶଳ ବନ୍ଦ ଡାକରା: ବଲାଙ୍ଗୀରରେ ବନ୍ଦ ରହିବ ସରକାରୀ ଓ ବେସରକାରୀ ଅନୁଷ୍ଠାନ

author img

By

Published : Sep 7, 2022, 9:36 AM IST

କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ପକ୍ଷରୁ ଆଜି କୋଶଳ ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ୧୧ଟି ଜିଲ୍ଲାରେ ଏହି ବନ୍ଦ ପାଳନ କରାଯିବ । ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

କୋଶଳ ବନ୍ଦ ଡାକରା: ବଲାଙ୍ଗୀରରେ ବନ୍ଦ ରହିବ ସରକାରୀ ଓ ବେସରକାରୀ ଅନୁଷ୍ଠାନ
କୋଶଳ ବନ୍ଦ ଡାକରା: ବଲାଙ୍ଗୀରରେ ବନ୍ଦ ରହିବ ସରକାରୀ ଓ ବେସରକାରୀ ଅନୁଷ୍ଠାନ

ବଲାଙ୍ଗୀର: ଆଜି କୋଶଳ ବନ୍ଦ ଡାକରା ଦେଇଛନ୍ତି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା । ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ତେବେ ଏଥିରେ ପଶ୍ଚିମ ଓଡ଼ିଶାର ସମସ୍ତ ୧୧ଟି ଜିଲ୍ଲାରେ ଏହି ବନ୍ଦ ପାଳନ କରାଯିବ । ସେହିପରି ୧୦୦ଟି ସ୍ଥାନରେ ଜାତୀୟ ରାଜପଥ ଅବରୋଧ ସହ ବିଭିନ୍ନ ସ୍ଥାନରେ ଟ୍ରେନ ରୋକ ମଧ୍ୟ ହେବ ବୋଲି ଏମାନେ କହିଛନ୍ତି । ତେବେ ଏଥିରେ ଜରୁରୀ ସେବାକୁ ବାଦ ଦିଆଯିବ ।

ଦୀର୍ଘ ଦିନରୁ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ଆନ୍ଦୋଳନ କରୁଥିବା କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ପକ୍ଷରୁ ଆଜି ୧୨ ଘଣ୍ଟିଆ କୋଶଳ ମହାବନ୍ଦ ଡାକରା ଦିଆଯାଇଛି । ଏଥିରେ ପଶ୍ଚିମ ଓଡ଼ିଶାର ସମସ୍ତ ୧୧ ଟି ଜିଲ୍ଲାରେ ଏହି ବନ୍ଦ ପାଳନ କରାଯିବ । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥର ପ୍ରାୟ ୧୦୦ଟି ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ବିଭିନ୍ନ ସ୍ଥାନରେ ଟ୍ରେନ ରୋକ ମଧ୍ୟ ହେବ ବୋଲି ଏମାନେ କହିଛନ୍ତି । ତେବେ ଏହି ବନ୍ଦ ସମୟରେ କୌଣସି ଜରୁରୀକାଳୀନ ସେବା ପ୍ରଭାବିତ ହେବନାହିଁ ବୋଲି ଉଭୟ ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ତେଜୁଛି ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି, ଆସନ୍ତାକାଲି ୧୨ ଘଣ୍ଟିଆ କୋଶଳ ବନ୍ଦ

ସମାନ ଭାବରେ ବଲାଙ୍ଗୀରରେ ମଧ୍ୟ ଏହି ବନ୍ଦ ପାଳନ କରାଯିବ । ଗଣ ଧାରଣା ସହ ରାସ୍ତା ରୋକ ହେବ ବୋଲି ସୂଚନା ଦିଆଯାଇଛି । ଏଥିରେ ଜରୁରୀ ସେବା ଛଡ଼ା ଅନ୍ୟ ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ବୋଲି କୁହାଯାଇଛି । ସେହିପରି ଗାଡ଼ି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ । ତେବେ ଏହି ବନ୍ଦକୁ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସଙ୍ଗଠନ ମଧ୍ୟ ସମର୍ଥନ ଦେଉଛନ୍ତି ବୋଲି କହିଛନ୍ତି କୋଶଳ ସେନା ସଦସ୍ୟ ସିପୁନ ଖମାରୀ । ସେ କହିଛନ୍ତି, "ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଆମର ଏକମାତ୍ର ଦାବି ରହିଛି । ଏହି ଦାବିରେ ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦର ପ୍ରଭାବ ଦେଖାଯିବ ।" ତେବେ ଏହି ବନ୍ଦକୁ ସଫଳ କରିବା ପାଇଁ ସେ ପଶ୍ଚିମ ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ସମର୍ଥନ ଆଶା କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.