ବଲାଙ୍ଗୀର: ଆଜି ରିଲିଜ ହେବ କ୍ଷୁଦ୍ର କୋଷଳି ଚଳଚିତ୍ର ‘ଭାବର ତିହାର’। କେକେ ପ୍ରଡକସନ ଓ ସମ୍ବଲପୁରୀ ଧୁନ ଦ୍ବାରା ପ୍ରସ୍ତୁତ ହୋଇଛି ଏହି ସିନେମା। ଏହାର ସଂଯୋଜନା ସୌମ୍ୟ ରଞ୍ଜନ ବାଘ ଦେଇଥିବା ବେଳେ ନିର୍ଦେଶନା ଦେଇଛନ୍ତି ବିନୋଦ କୁମାର କାଳସାଇ। ତେବେ ଏହି ସିନେମାଟି ବଲାଙ୍ଗୀର ଆଖ ପାଖ ଅଞ୍ଚଳରେ ସୁଟିଂ ହୋଇଥିବା ବେଳେ ଏଥିରେ ବିଶେଷ କରି ଏ ଅଞ୍ଚଳର ସଂସ୍କୃତିକୁ ବିଶେଷ ଗୁରୁତ୍ବ ଦିଆ ଯାଇଛି।
ସେହିପରି ଏହି ସିନେମାଟି ଏଠିକାର ଗଣ ପର୍ବ ନୂଆଖାଇ ଉପରେ ପର୍ଯ୍ୟବେସିତ ହୋଇଛି। ଏଠିକାର ଗାଁ ଗଣ୍ଡାରେ ଯେଉଁ ଉତ୍କୃଷ୍ଟ ସଂସ୍କୃତି ରହିଛି ତାକୁ ବିଶ୍ବ ଦରବାର ପର୍ଯ୍ୟନ୍ତ ପହଞ୍ଚାଇବା ଏହି ସିନେମାର ମୂଳ ଲକ୍ଷ ବୋଲି ଫିଲ୍ମ ନିର୍ମାତା କହିଛନ୍ତି । ସେହିପରି ଏହି ସିନେମା ଯୁବବର୍ଗଙ୍କ ଠାରୁ ନେଇ ସମସ୍ତଙ୍କୁ ଭଲ ଲାଗିବ ଓ ପସନ୍ଦ ହେବ ବୋଲି ନିର୍ମାତା ତଥା କଳାକାର ମାନେ ଆଶା କରିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ