ETV Bharat / state

କଣ୍ଟାବାଞ୍ଜି ଲଜରୁ ଟଙ୍କା ଜବତ ଘଟଣା, ଏସଡିପିଓ ହୃଷିକେଶ ମେହେର ନିଲମ୍ବିତ

author img

By

Published : Oct 10, 2022, 11:02 PM IST

କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେର ନିଲମ୍ବିତ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଲଜରୁ ପୋଲିସ ଦ୍ବାରା ଟଙ୍କା ଜବତ ଘଟଣାରେ ଅନିୟମିତତା ହୋଇଥିବା ଅଭିଯୋଗରେ କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେରଙ୍କୁ ନିଲମ୍ବନ କରିଛନ୍ତି ସରକାର । ଅଧିକ ପଢ଼ନ୍ତୁ

କଣ୍ଟାବାଞ୍ଜି ଲଜରୁ ଟଙ୍କା ଜବତ ଘଟଣା, ଏସଡିପିଓ ହୃଷୀକେଶ ମେହେର ନିଲମ୍ବିତ

ବଲାଙ୍ଗୀର: କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେର ନିଲମ୍ବିତ । କଣ୍ଟାବାଞ୍ଜି ଲଜରୁ ପୋଲିସ ଦ୍ବାରା ଟଙ୍କା ଜବତ ଘଟଣାରେ ଅନିୟମିତତା ହୋଇଥିବା ଅଭିଯୋଗରେ କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେର ନିଲମ୍ବିତ । ଗତ ସେପ୍ଟେମ୍ବର ମାସରେ କଣ୍ଟାବାଞ୍ଜି ସ୍ଥିତ ଅନ୍ନପୂର୍ଣ୍ଣା ଲଜରେ ଜୁଆଖେଳ ଚାଲିଥିବାବେଳେ ୭ ଜଣଙ୍କୁ ଗିରଫ କରିବା ସହ ୫୮ ଲକ୍ଷ ଟଙ୍କା ଜବତ କରିଥିବା କହିଥିଲା ପୋଲିସ । ତେବେ ପୋଲିସ ଏନେଇ ସମ୍ପୂର୍ଣ୍ଣ ଭୁଲ ତଥ୍ୟ ଦେଇଥିବା ଜଣା ପଡ଼ିବା ପରେ ଏସଡିପିଓ ହୃଷିକେଶ ମେହେରଙ୍କୁ ନିଲମ୍ବିତ କରିଛନ୍ତି ସରକାର ।

କଣ୍ଟାବାଞ୍ଜି ଲଜରୁ ଟଙ୍କା ଜବତ ଘଟଣା, ଏସଡିପିଓ ହୃଷିକେଶ ମେହେର ନିଲମ୍ବିତ

ସୂଚନା ଅନୁସାରେ, ଗତ ୧୬ ସେପ୍ଟେମ୍ବରରେ ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ସହରସ୍ଥିତ ଅନ୍ନପୂର୍ଣ୍ଣା ଲଜରେ ଜୁଆ ଖେଳଚାଲିଥିବା ସୂଚନାରେ କଣ୍ଟାବାଞ୍ଜି ପୋଲିସ୍ ଚଢାଉ କରିଥିଲା । ଲଜରେ ଜୁଆ ଖେଳୁଥିବା ୭ ଜଣଙ୍କ ସମେତ ସେମାନଙ୍କଠୁ ତାସ, ବେଡସିଟ, ମୋବାଇଲ ଫୋନ ଓ ନଗଦ ୫୮ ଲକ୍ଷ ଟଙ୍କା ଜବତ କରିଥିବା ପୋଲିସ ପ୍ରକାଶ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ଛାଡ଼ି ଦେଇଥିଲା ପୋଲିସ । ତେବେ ଜବତ ଟଙ୍କାର ପ୍ରକୃତ ହିସାବ ଅଧିକ ଥିବାର ଅଭିଯୋଗ ଆସିବା ସହ କଣ୍ଟାବାଞ୍ଜି ପୋଲିସ ସେଥିରେ ଅନିୟମିତତା କରିଥିବାର ଅଭିଯୋଗ ଆସିଥିଲା । ତେବେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି ନିଲମ୍ବିତ ଏସଡିପିଓ ହୃଷିକେଶ ମେହେର । ସେ କହିଛନ୍ତି, "ମୋ ମୁଣ୍ଡରେ ଅଠା ବୋଳି ଦିଆଯାଇଛି । ମୁଁ ଏଥିରେ ସଂପୃକ୍ତ ନୁହେଁ । ନା ମୁଁ ତଦନ୍ତକାରୀ ଅଧିକାରୀ । ନା ମୁଁ ରିପୋର୍ଟ କରିଛି । ନା ମୁଁ ଘଟଣା ସ୍ଥଳକୁ ଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ଲଜରେ ଜୁଆଖେଳ: 58 ଲକ୍ଷ ଟଙ୍କା ଜବତ, ୭ ଜୁଆଡି ଗିରଫ

ଜବତ ଟଙ୍କା ୫୮ ଲକ୍ଷ ନୁହେଁ ବରଂ ତାଠାରୁ ଅଧିକ ବୋଲି ଚର୍ଚ୍ଚା ହୋଇଥିଲା । ପୋଲିସ ଉପରେ ଲୋକଙ୍କ ସନ୍ଦେହ ମଧ୍ୟ ହୋଇଥିଲା । ସେହିଭଳି ସେଠାରେ ଜୁଆଖେଳ ନୁହେଁ ବରଂ ଦାଦନ କିଣା ବିକା ଚାଲିଥିବାର ମଧ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ବଲାଙ୍ଗୀର ଏସପି ନୀତିନ କୁସଳକର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କଣ୍ଟାବାଞ୍ଜି ଏସଡିପିଓଙ୍କର ବଦଳି କରାଇଥିଲେ । ତେବେ ଏହାର ତଦନ୍ତ ରିପୋର୍ଟ ସରକାରଙ୍କ ପାଖରେ ପହଞ୍ଚିବା ପରେ ରାଜ୍ୟ ଗୃହ ବିଭାଗ ଏସଡିପିଓ ହୃଷିକେଶ ମେହେରଙ୍କୁ ନିଲମ୍ବନ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.