ETV Bharat / state

ବଲାଙ୍ଗୀରରେ ଓଡ଼ିଶା ଜଗନ୍ନାଥ ସେନାର ଜାଗରଣ ଯାତ୍ରା

author img

By ETV Bharat Odisha Team

Published : Dec 7, 2023, 6:35 AM IST

ପୁରୀ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ନେଇ ଅଲଟିମେଟମ ଦେଲା ଓଡ଼ିଶା ଜଗନ୍ନାଥ ସେନା । ଜାନୁଆରୀ 3 ପରେ ଚାରି ଦ୍ୱାର ସହ ରତ୍ନ ଭଣ୍ଡାର ଖୋଲିବା ଓ ମରାମତି ପାଇଁ ଦାବି । ଆଗକୁ ପଢ଼ନ୍ତୁ,

ଓଡ଼ିଶା ଜଗନ୍ନାଥ ସେନାର ଜାଗରଣ ଯାତ୍ରା
ଓଡ଼ିଶା ଜଗନ୍ନାଥ ସେନାର ଜାଗରଣ ଯାତ୍ରା

ବଲାଙ୍ଗୀର: ପୁରୀ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ନେଇ ଅଲଟିମେଟମ ଦେଲା ଓଡ଼ିଶା ଜଗନ୍ନାଥ ସେନା । ଜାନୁଆରୀ 3 ପରେ ଚାରିଦ୍ୱାର ସହ ରତ୍ନ ଭଣ୍ଡାର ଖୋଲିବା ଓ ମରାମତି ପାଇଁ ଦାବି ହୋଇଛି । ଦାବି ପୂରଣ ନହେଲେ ତୀବ୍ର ଆନ୍ଦୋଳନର ଚେତାବନୀ ଦେଲା ଜଗନ୍ନାଥ ସେନା । ମନ୍ଦିରର ରତ୍ନ ଭଣ୍ଡାର ଭଗ୍ନ ଅବସ୍ଥାରେ ଥିବା ଆଖିକୁ ସ୍ୱଚ୍ଛ ଭାବରେ ଜଣା ପଡୁଥିବା ବେଳେ ଲେଜର ସ୍କାନିଂ କରି ଲୋକଙ୍କୁ ଭୁଆଁ ବୁଲା ଯାଉଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି ।

ପୁରୀ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି ସହ ରତ୍ନ ଭଣ୍ଡାର ଖୋଲିବା ଓ ମରାମତି ଦାବି କରିଛନ୍ତି ଓଡ଼ିଶା ଜଗନ୍ନାଥ ସେନା । ଜାଗରଣ ଯାତ୍ରାରେ ଆଜି ବଲାଙ୍ଗୀରରେ ଆସି ପହଞ୍ଚିଛନ୍ତି । ତେବେ ଦାବି ପୁରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ସଂଗଠନ ସହିତ ଏମାନେ ଆଲୋଚନା କରିବା ସହ ଜଗନ୍ନାଥ ସଂସ୍କୃତି ଜଗନ୍ନାଥ ପ୍ରେମୀ ସହିତ ଆଲୋଚନା କରିଛନ୍ତି । ତେବେ ଜାନୁଆରୀ ତିନି ତାରିଖ ପରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ସହ ମରାମତି ଶୀଘ୍ର କରାଯିବାର ଦାବି ରଖାଯାଇଛି । ତେବେ ଏହି ଜାଗରଣ ଯାତ୍ରା ଅକ୍ଟୋବର ଆଠ ତାରିଖରୁ ଗଞ୍ଜାମରୁ ଆରମ୍ଭ ହୋଇଥିଲା । ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଓ ସମ୍ବଲପୁର ପରେ ଏବେ ବଲାଙ୍ଗୀରରେ ଆସି ଜଗନ୍ନାଥ ପହଞ୍ଚିଛି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର 4 ଦ୍ୱାର ଓ ରତ୍ନଭଣ୍ଡାର ଖୋଲା ନହେଲେ ହେବ ଓଡ଼ିଶା ବନ୍ଦ: ଜଗନ୍ନାଥ ସେନା

ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, "ତାଙ୍କର ଜାଗରଣ ଯାତ୍ରା ଜାରି ରହିଛି । ଯେଉଁଥିରେ ଏହି ଜାଗରଣ ଯାତ୍ରା ଗସ୍ତ ଏବେ ବଲାଙ୍ଗୀରର ବୀର ମାଟିରେ ଜଗନ୍ନାଥ ମହାପ୍ରଭୁ ପାତଳୀ ହୋଇଥିଲେ । ଏହା ଜଗନ୍ନାଥ ସଂସ୍କୃତି ଇତିହାସ ସହିତ ବେଶ ଜଡ଼ିତ ଅଛି । ତେଣୁ ଏଠାକୁ ଆସି ବିଭିନ୍ନ ଦଳ ସଂଗଠନ ସହ ଆଲୋଚନା କରାଯାଇଛି । ଯେଉଁଥିରେ ଶ୍ରୀମନ୍ଦିର ଚାରି ଦ୍ୱାର ଜାନୁଆରୀ ତିନି ତାରିଖ ପରେ ଶୀଘ୍ର ଖୋଲିବା ଦାବି କରିଛନ୍ତି ।" ତେବେ ଜାନୁଆରୀ ଏକ ତାରିଖରେ ମନ୍ଦିର ପାର୍ଶ୍ଵ ପ୍ରକଳ୍ପ କାମ ସରିବ । ତାପରେ ଏମାନେ ଏହାକୁ ଖୋଲିବାର ଦାବି କରିଛନ୍ତି । ଯାହା ଫଳରେ ଭକ୍ତ ସୁବିଧାରେ ଦର୍ଶନ କରି ପାରିବେ । ସମାନ ଭାବରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମଧ୍ୟ ଶୀଘ୍ର ଖୋଲିବା ଓ ମରାମତି କରିବାକୁ ଦାବି କରାଯାଇଛି । ତେବେ ମନ୍ଦିରର ରତ୍ନ ଭଣ୍ଡାର ଭଗ୍ନ ଅବସ୍ଥାରେ ଥିବା ଆଖିକୁ ସ୍ୱଚ୍ଛ ଭାବରେ ଜଣା ପଡ଼ୁଛି । ହେଲେ ସରକାର ତାର ମରାମତି ଦିଗରେ ପଦକ୍ଷେପ ନନେଇ ଲେଜର ସ୍କାନିଂ ଭଳି ପଦକ୍ଷେପ ନେଇ ଲୋକଙ୍କୁ ଭୁଆଁ ବୁଲାଉ ଥିବାର ଅଭିଯୋଗ ଆସିଛି । ଏହି ସବୁ ଦାବି ପୂରଣ ନହେଲେ ଏମାନେ ସାରା ଓଡ଼ିଶାରେ ଆନ୍ଦୋଳନ କରିବେ ଓ ସେଥିପାଇଁ ସରକାର ଦାୟୀ ରହିବେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.