ETV Bharat / state

ବେଧଡକ ଚାଲିଛି ବେଆଇନ ବନ୍ଧୁକ କାରବାର, ଦୁଇ ଅଭିଯୁକ୍ତ ଗିରଫ

author img

By

Published : Jul 26, 2021, 10:04 PM IST

ବେଆଇନ ବନ୍ଧୁକ କାରବାର ଅଭିଯୋଗରେ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗୀର ସଦର ଥାନା ପୋଲିସ । ଅଧିକ ପଢନ୍ତୁ...

ଜିଲ୍ଲାରେ ବେଧଡକ ଚାଲିଛି ବେଆଇନ ବନ୍ଧୁକ କାରବାର, ଦୁଇ ଅଭିଯୁକ୍ତ ଗିରଫ

ବଲାଙ୍ଗୀର: ଜିଲ୍ଲାରେ ଚାଲିଛି ବେଆଇନ ବନ୍ଧୁକ କାରବାର । ଏନେଇ ବଲାଙ୍ଗୀର ସଦର ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବନ୍ଧୁକ ଓ ଗୁଳି ଜବତ କରିଛି । ତେବେ ବଲାଙ୍ଗୀର ଜିଲ୍ଲାରେ ବେଆଇନ ବନ୍ଧୁକ କାରବାର ହେଉଥିବାର ଅଭିଯୋଗ ହୋଇଥିବାବେଳେ ପୋଲିସକୁ ସୋମବାର ଏନେଇ ସଫଳତା ମିଳିଛି ।

ଯେଉଁଥିରେ ପୋଲିସ ଆଜି(ସୋମବାର) ବଲାଙ୍ଗୀର ଅନ୍ତପାଳି ଗ୍ରାମରୁ ଏଥିରେ ଜଡିତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଗଣେଶ ଦେହୁରୀ ଓ ରୁବାସ କଟା । ତାଙ୍କ ଠାରୁ ଏକ ପିସ୍ତଲ ଓ ଏକ ରାଇଫଲ ସହ ଜୀବନ୍ତ ଗୁଳିକୁ ଜବତ କରିଛି ।

ତେବେ ଜବତ ହୋଇଥିବା ବନ୍ଧୁକ ହାତ ତିଆରି ହୋଇଥିବାବେଳେ ଏହା ଦ୍ବାରା ବନ୍ୟଜନ୍ତୁଙ୍କ ଶିକାର ହେଉଥିବାର ପୋଲିସ କହିଛି । ସେହିପରି ଏହି ସବୁ ବନ୍ଧୁକ କିଏ ତିଆରି କରୁଛି ଏବଂ ତାହା କିପରି ବିକ୍ରି ହେଉଛି ତାହାର ପୋଲିସ ତଦନ୍ତ କରୁଥିବାର ଜଣାପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.