ETV Bharat / state

ବେଆଇନ ଗୋରୁ ଚାଲାଣ: ୨୦୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, ୭ ଅଟକ - ରାଜ୍ୟରେ ଥମୁନି ଗୋରୁ ଚାଲାଣ

ବଲାଙ୍ଗୀର ଜିଲ୍ଲାରୁ ବାହାର ରାଜ୍ୟକୁ ବେଆଇନ ଗୋରୁ ଚାଲାଣ ବେଳେ ୨୦୦ରୁ ଉର୍ଦ୍ଧ୍ବ ଗୋରୁ ଜବତ କରିଛି ଲୋଇସିଂହା ପୋଲିସ । ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣାରେ ୭ ଜଣଙ୍କୁ ଅଟକ । ଅଧିକ ପଢନ୍ତୁ

ବେଆଇନ ଗୋରୁ ଚାଲାଣ
ବେଆଇନ ଗୋରୁ ଚାଲାଣ
author img

By

Published : Aug 13, 2023, 12:50 PM IST

ବେଆଇନ ଗୋରୁ ଚାଲାଣ

ବଲାଙ୍ଗୀର/ ନିଆଳି: ରାଜ୍ୟରେ ଥମୁନି ବେଆଇନ ଗୋରୁ ଚାଲାଣ । ବାହାର ରାଜ୍ୟକୁ ଗୋ ଚାଲାଣ କରି ମାଲାମାଲ ହେଉଛନ୍ତି ଗୋ ମାଫିଆ । ବଲାଙ୍ଗୀର ଜିଲ୍ଲାରୁ ବାହାର ରାଜ୍ୟକୁ ବେଆଇନ ଗୋରୁ ଚାଲାଣ ବେଳେ ୨୦୦ରୁ ଊର୍ଦ୍ଧ୍ବ ଗୋରୁ ଜବତ କରିଛି ଲୋଇସିଂହା ପୋଲିସ । ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣାରେ ୭ଜଣଙ୍କୁ ପୋଲିସ ଅଟକ ରଖିଛି ।

ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ସାଲେଭଟା ରୋଉତ ଗ୍ରାମରୁ ଏହି ବେଆଇନ ଗୋରୁ ଚାଲାଣ ହେଉଥିବାର ପୋଲିସ ସୂଚନା ପାଇଥିଲା । ଦୁଇଟି ଟ୍ରକରେ ଚାଲାଣ ହେଉଥିବା ବେଳେ ଲୋଇସିଂହା ପୋଲିସ ଚଢ଼ାଉ କରି ୨ଟି ଟ୍ରକକୁ ଜବତ କରିଛି । ଯେଉଁଥିରେ ଗୋରୁ ମାନଙ୍କୁ ଅତି ଦୟନୀୟ ଭାବରେ ଦୁଇ ଥାକ କରି ଏଠୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡିଛି । ତେବେ ଏହି ମାମଲାରେ ଦୁଇ ଟ୍ରକ ଡ୍ରାଇଭରଙ୍କ ସହ ଦଲାଲ ଓ ବେପାରୀଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଉଦ୍ଧାର ସମସ୍ତ ଗୋରୁଙ୍କୁ ବଲାଙ୍ଗୀର ଠିକାଦାରପଡା ସ୍ଥିତ ଗୋଶାଳାରେ ପୋଲିସ ରଖିଥିବା ସୂଚନା ମିଳିଛି ।

ସେପଟେ ଏନେଇ ଟ୍ରକ ଡ୍ରାଇଭରଙ୍କ କହିବା ଅନୁସାରେ, ସେ ବଲାଙ୍ଗୀର ସାଲେଭଟା ରୋଉତ ଗ୍ରାମରୁ ଜସିପୁରକୁ ଏହି ଗୋରୁଙ୍କୁ ନେଉଥିଲା । ତେବେ ସେଠାକାର ଜଣେ ମିଶ୍ର ବୋଲି ବ୍ୟକ୍ତି ଏହି ଗୋରୁକୁ ବିକ୍ରି କରୁଥିବା ଜଣାପଡିଛି । ତେବେ ଏହା ନିୟମ ଅନୁସାରେ ସଠିକ ନା ନୁହେଁ ସେ ଜାଣି ନ ଥିବା ବେଳେ ତାକୁ ମିଳିଥିବା ଅର୍ଡର ଅନୁସାରେ ସେ ଗୋରୁ ନେଉଥିବାର କହିଛି । ସେପଟେ ଏହି ଘଟଣା ପ୍ରଘଟ ହେବା ପରେ ଗୋ ପ୍ରେମୀ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ଯେଉଁଥିରେ ସୌମ୍ୟ ରଞ୍ଜନ ମିଶ୍ର ଓ କାହ୍ନା ଶତପଥି କହିଛନ୍ତି ଯେ ବଲାଙ୍ଗୀର ଜିଲ୍ଲାରୁ ପ୍ରତ୍ୟେକ ସପ୍ତାହରେ ଏହି ବେଆଇନ ଗୋରୁ ଚାଲାଣ ହୋଇଥାଏ । ବିଶେଷ କରି ବଲାଙ୍ଗୀର ଜିଲ୍ଲାର ସବୁଠୁ ବଡ ଗୋରୁ ବଜାର ବସୁଥିବା ସାଲେଭଟା ରୋଉତ ଗ୍ରାମରୁ ଏହି ଭଳି ବେଆଇନ ଗୋରୁ ଚାଲାଣ ବାହାର ରାଜ୍ୟକୁ ହୋଇଥାଏ । ଠିକାର କିଛି ସ୍ଥାନୀୟ ମାଫିଆ ଏହି କାମ କରି କୋଟି କୋଟି ଟଙ୍କାର ବ୍ୟାପାର କରନ୍ତି । ତେବେ ଏନେଇ ଅନେକ ଥର ପ୍ରଶାସନ ଓ ପୋଲିସ ପାଖରେ ଏହାର ସୂଚନା ଦେଇ ଆସୁଥିଲେ ସୁଦ୍ଧା କୌଣସି ଠୋସ ପଦକ୍ଷେପ ନିଆଯାଉ ନ ଥିବାର ଏମାନେ କହିଛନ୍ତି ।

ସେହିପରି ଅନ୍ୟପଟେ କଟକ ଓ ପୁରୀ ଜିଲ୍ଲା ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଗୋହତ୍ୟା । ଏନେଇ ଗୋ ସୁରକ୍ଷା ବାହିନୀ ଏବଂ ବଜରଙ୍ଗ ଦଳ ପକ୍ଷରୁ ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ଚାରିଛକ ଥାନା ଅଧୀନରେ କଳାପାଞ୍ଚଣ ପଞ୍ଚାୟତ ଖାଦିସାହି ଓ ତୁଳସୀପୁର ପଞ୍ଚାୟତ କୁସୁମା ଠେଙ୍ଗ ଅଞ୍ଚଳରେ ଚାଲିଛି ବେଆଇନ ଭାବରେ ଗୋ ହତ୍ୟା ଓ ଗୋ ମାଂସ ଚୋରା ଚାଲାଣ । ଏନେଇ ଖବର ପାଇ ବଜରଙ୍ଗ ଦଳର କର୍ମୀ ଏକ ଗୋ ମାଂସ ଗାଡି ଜବତ କରି ଚାରିଛକ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋମାଂସ ଜବତ ସହିତ ଗାଡି ଡ୍ରାଇଭରକୁ ଗିରଫ କରିଛି ଚାରିଛକ ପୋଲିସ । କିନ୍ତୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଅଭିଯୋଗ ହୋଇଛି।‌

ଏହା ମଧ୍ୟ ପଢନ୍ତୁ- ଖୋର୍ଦ୍ଧାରେ ବେଆଇନ ଗୋରୁ ଚାଲାଣ, 2 ଜଣଙ୍କୁ ଗଛରେ ବାନ୍ଧିଲେ ଲୋକେ

ତେବେ ଏତେ ସଂଖ୍ୟାରେ ଗୋମାଂସ ଜବତ ପରେ ବଜରଙ୍ଗ ଦଳ ଏବଂ ଗୋ ସୁରକ୍ଷା ବାହିନୀ ସଭାପତି ଏହାକୁ ଦୃଢ ନିନ୍ଦା କରିବା ସହିତ ଏଥିପାଇଁ ଜିଲ୍ଲାର ପୋଲିସ ପ୍ରଶାସନର ବିଫଳତାକୁ ଦାୟୀ କରିଛନ୍ତି । କିଭଳି କେଉଁ ସାହାସରେ ଦିନ ଦ୍ବିପହରରେ ଗୋ ମାଂସ ବେଆଇନ ଭାବରେ ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାକୁ ଚାଲାଣ ହେଉଛି ଏବଂ ତାହା ପୋଲିସ ଜାଣି ପାରୁନାହାଁନ୍ତି କେମିତି ବୋଲି ପ୍ରଶ୍ନ କରିଛନ୍ତି ଉଭୟ ଗୋ ସୁରକ୍ଷା ବାହିନୀ। ସେହିପରି ଗତ କିଛି ଦିନ ତଳେ କଳାପାଞ୍ଚଣ ପଞ୍ଚାୟତର ଖାଦିସାହି ଅଞ୍ଚଳରେ ଗୋ ମାଂସ ଚାଲାଣ ନେଇ ଏକ ଗଣମାଧ୍ୟମ ପ୍ରତିନିଧି ଏକ ଖବର ପ୍ରସାରଣ କରିଥିଲେ କିନ୍ତୁ ଗୋହତ୍ୟାକାରୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ବରଂ ଖବର ପ୍ରସାରଣ କରିଥିବା ସମ୍ବାଦଦାତା ନାଁରେ ମିଥ୍ୟା ମାମାଲା ପାଇଁ ବରିଷ୍ଠ ଆଇନଜୀବି ସୁରେଶ କୁମାର ପଣ୍ଡା କ୍ଷୋବ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ,ବଲାଙ୍ଗୀର/ ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.