ETV Bharat / state

ବେଆଇନ ମଦ ଉପରେ ଚାଲିଲା ପୋଲିସର ଡୋଜର

author img

By

Published : Dec 16, 2022, 10:23 PM IST

ବଲାଙ୍ଗୀର ବେଆଇନ ହଜାର ହଜାର ଲିଟର ମଦ ଉପରେ ଚାଲିଲା ପୋଲସର ଡୋଜର। ବେଆଇନ ମଦ କାରବାର ଉପରେ ଜାରି ରହିବ ପୋଲିସର କଠୋର କାର୍ଯ୍ୟନୁଷ୍ଠାନ । ଅଧିକ ପଢନ୍ତୁ

illegal liqour disposed
illegal liqour disposed
ବେଆଇନ ମଦ ଉପରେ ଚାଲିଛି ପୋଲିସର ଡୋଜର

ବଲାଙ୍ଗୀର: ଜିଲ୍ଲାରେ ଆଜି ପ୍ରଥମ ଥର ବିପୁଳ ପରିମାଣର ବେଆଇନ ମଦ ଉପରେ ଚାଲିଲା ପୋଲିସର ଡୋଜର । ବେଆଇନ ମଦ କାରବାର ଉପରେ ପୋଲିସର ଏହା ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ ଏଠି ଦେଖିବାକୁ ମିଳିଛି । ତେବେ ବଲାଙ୍ଗୀର ଜିଲ୍ଲାରେ ବେଆଇନ ମଦ କାରବାର ଚରମରେ ପହଞ୍ଚି ଥିବା ବେଳେ ପୋଲିସ ଏବେ ପଦକ୍ଷେପ ନେବା ଆରମ୍ଭ କରିଛି । ଯେଉଁଥିରେ ଆଜି ଜିଲ୍ଲାର ସମସ୍ତ 18ଟି ଥାନାରେ ହୋଇଥିବା 508ଟି ବେଆଇନ ମଦ କାରବାର ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ତାଙ୍କଠୁ ହଜାରହଜାର ଲିଟର ବେଆଇନ ଦେଶୀ ମଦ, ଦେଶୀ ରନ୍ଧା ମଦ ସବୁ ଜବତ କରା ଯାଇଥିଲା । ଏଥିସହ ଆଜି ବଲାଙ୍ଗୀର ସହର ନିକଟରେ ଥିବା ବିଜଖମନ ନିକଟସ୍ଥ ଜଙ୍ଗଲରେ ଏହାକୁ ନଷ୍ଟ କରାଯାଇଥିଲା।

ତେବେ ମୋଟ ସାତ ହଜାର ଲିଟରରୁ ଅଧିକ ଦେଶୀ ମଦ ପାଉଚ, ରନ୍ଧାମଦ, ମଦ ଡ୍ରମ ଇତ୍ୟାଦିକୁ ପୋଲିସ ଡୋଜ଼ର ଚଢାଇ ନଷ୍ଟ କରିଛି । ଯେଉଁଥିରେ ନିଜେ ବଲାଙ୍ଗୀର ଏସ୍‌ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ଜିଲ୍ଲାର ସମସ୍ତ 18ଟି ଥାନାର ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ଏହି ଅଭିଯାନରେ ବଲାଙ୍ଗୀର ଅବକାରୀ ବିଭାଗର ଅଧିକାରୀ ସମେତ ଅବକାରୀ ଅଧିକ୍ଷକ ମଧ୍ୟ ଉପସ୍ଥିତ ଥିଲେ । ତେବେ ଜିଲ୍ଲାରେ ବେଆଇନ ମଦ କାରବାର ରୋକିବାକୁ ପୋଲିସ ସ୍ବତନ୍ତ୍ର ଡ୍ରାଇଭ କରିଥିବା ବେଳେ ଏଥିରେ ମୋଟ 508ଟି ମାମଲା ରୁଜୁ କରିଛି । ସମାନ ଭାବରେ ଏଥିରେ ଗିରଫ ହୋଇଥିବା ଦୋଷୀଙ୍କୁ ଆର୍ଥିକ ଜୋରିମାନା ସହ ଜେଲ୍‌ ପଠା ଯାଇଥିବା ପୋଲିସ ଏସ୍‌ପି ନୀତିନ କୁସଲକର ସୂଚନା ଦେଇଛନ୍ତି।

ଅନ୍ୟପଟେ ଆଇନ ଗତ ଭାବରେ ପୋଲିସ ଜିଲ୍ଲାରେ ସ୍ବତନ୍ତ୍ର ଡ୍ରାଇଭ କରି ଏହି ମଦ ସବୁ ଧରିବା ସହ ତାକୁ କୋର୍ଟଙ୍କ ନିର୍ଦେଶ ପରେ ଆଜି ନଷ୍ଟ କରିଛି । ଏତେ ମାତ୍ରାରେ ବେଆଇନ ମଦ ନଷ୍ଟ କରିବା ପୋଲିସ ପାଇଁ ମଧ୍ୟ ଏକ ବଡ ଉପଲବ୍ଧି ବୋଲି ଏସ୍‌ପି କହିଛନ୍ତି । ସେହିପରି ବେଆଇନ ମଦ କାରବାରରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ସମାନ ଭାବରେ ଆଗକୁ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଏସ୍‌ପି ସ୍ପଷ୍ଟ କରିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.