ETV Bharat / state

ଥାନାରୁ ଅଭିଯୁକ୍ତ ଫେରାର ଘଟଣା: ଜଣେ ମହିଳା ସମେତ 4 ଗିରଫ

author img

By

Published : Jul 19, 2022, 2:00 PM IST

ଲୁଟ ମାମଲାରେ ଅଟକ ଥିବା ଅଭିଯୁକ୍ତ ଥାନାରୁ ଫେରାର ଘଟଣା । ଜଣେ ମହିଳା ସମେତ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

accused arrest on loot case in balangir
ଥାନାରୁ ଅଭିଯୁକ୍ତ ଫେରାର ଘଟଣା: ମହିଳା ସମେତ 4 ଗିରଫ

ବଲାଙ୍ଗିର: ଲୁଟ ମାମଲାରେ ଅଟକ ଥିବା ଅଭିଯୁକ୍ତ ଥାନାରୁ ଫେରାର ଘଟଣା । ଜଣେ ମହିଳା ସମେତ 4 ଜଣଙ୍କୁ ଗିରଫ କରିଛି ପୋଲିସ । ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବିନ୍ଦନବାହାଲି ମଦଭାଟି ମ୍ୟାନେଜର ଓ ସେଲ୍ସମ୍ୟାନଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ମାଡ଼ ମାରିବା ସହ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ଏହି ମାମଲାରେ ଦୁର୍ବୃତ୍ତମାନଙ୍କୁ ସଇଁତଲା ପୋଲିସ ବଡ଼ମାଳ ଫାଣ୍ଡିରେ ଅଟକ ରଖି ପଚାରାଉଚରା କରୁଥିବାବେଳେ ଜଣେ ସେମାନଙ୍କ ମଧ୍ୟରୁ ଜଣେ ଫେରାର ମାରିଥିଲା । ଯାହାକୁ ନେଇ ଜଣେ ଏସଆଇ ଏବଂ ଦୁଇ ଜଣ କନଷ୍ଟେବଳ ନିଲମ୍ବିତ ହୋଇଥିଲେ ।

ଥାନାରୁ ଅଭିଯୁକ୍ତ ଫେରାର ଘଟଣା

ସେପଟେ ଏହି ଘଟଣାରେ ଆଜି ସଇଁତଲା ପୋଲିସ ଜଣେ ମହିଳାଙ୍କ ସମେତ ଚାରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନେ ପିଣ୍ଟୁ ଓରଫ ରମଣ ଦାସ, ପିଙ୍କୁ କୁମ୍ଭାର ଓରଫ ପିକୁ, ଜ୍ୟୋତିର୍ମୟୀ ଦାସ ଉଭୟ ସଇଁତଲା ଥାନା ସର୍ଗିପାଲି ହୋଇଥିବାବେଳେ ହୃଦାନନ୍ଦ ଦାସ ବେଳପଡା ଥାନା ମଧ୍ୟପୁରର ବୋଲି ଜଣାପଡିଛି ।

ଗିରଫ ଅଭିଯୁକ୍ତଙ୍କଠାରୁ ନଗଦ ୩୦ ହଜାର ଟଙ୍କା, ଦୁଇଟି ମୋବାଇଲ ଓ ପଲସର ବାଇକ ଜବତ କରିଥିବା ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥି ଓ ସଇଁତଲା ଆଇଆଇସି ଅବନୀ ସାହୁ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି । ସୂଚନା ଥାଉକି, ୮ ରୁ ୧୦ ଜଣ ଦୁର୍ବୃତ୍ତ ମଦଭାଟିକୁ ମଦ କିଣିବା ବାହାନାରେ ଯାଇଥିଲେ । ହଠାତ ଭାଟିର ମ୍ୟାନେଜର ଓ ସେଲ୍ସିମ୍ୟାନଙ୍କୁ ମାଡ଼ ମାରିବା ପରେ ମୁଣ୍ଡରେ ପିସ୍ତଲ ଲଗାଇ ଭାଟିରେ ଥିବା 1 ଲକ୍ଷ ୮୦ ହଜାର ଟଙ୍କା ସହ ୨ଟି ମୋବାଇଲ ଫୋନ ନେଇ ଫେରାର ମାରିଥିଲେ । ଏନେଇ ଭାଟି ମ୍ୟାନେଜର ପିଙ୍କୁ ସିଂ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ବଲାଙ୍ଗିର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.