ETV Bharat / state

ରବି ଋତୁ ଧାନ କିଣାରେ ଦୁର୍ନୀତି, ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲେ କଂଗ୍ରେସ ନେତା

author img

By

Published : Jun 23, 2022, 7:54 PM IST

Updated : Jun 23, 2022, 8:01 PM IST

ବଲାଙ୍ଗୀରରେ ରବି ଋତୁ ଧାନ କିଣାରେ ମହାଦୁର୍ନୀତି । କଟନି ଛଟନି ସାଙ୍ଗକୁ ଚାଷୀ ହନ୍ତସନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି କହିଲେ କଂଗ୍ରେସ ନେତା ନିରସିଂହ ମିଶ୍ର । ଅଧିକ ପଢନ୍ତୁ

ବଲାଙ୍ଗୀରରେ ରବି ଋତୁ ଧାନ କିଣାରେ ମହାଦୁର୍ନୀତି, ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲେ କଂଗ୍ରେସ ନେତା

ବଲାଙ୍ଗୀର: ଜିଲ୍ଲାରେ ଚାଲିଛି ରବି ଋତୁ ଧାନ କିଣା । ଚାଷୀଙ୍କଠୁ ଉଚିତ୍ ମୂଲ୍ୟରେ ଧାନ କିଣା ଯିବାର କୁହାଯାଉ ଥିବାବେଳେ ଦେଖିବାକୁ ମିଳିଛି ବ୍ୟତକ୍ରମ । ମିଲର ରାଜ ସହ ଧାନ କିଣାରେ ଚାଲିଛି ମହା ଦୁର୍ନୀତି । ଚାଷୀଙ୍କୁ ଏଫ୍କ୍ୟୁ‌ ନାଁରେ 5 କେଜିରୁ ଦଶ କେଜି ଧାନ କଟନି ଛଟନି ହେଉଥିବାର ଚାଷୀ ଅଭିଯୋଗ ପରେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲେ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନିରସିଂହ ମିଶ୍ର ।

ରବି ଋତୁ ଧାନ କିଣାରେ ଦୁର୍ନୀତି, ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲେ କଂଗ୍ରେସ ନେତା

ତେବେ କଟନି ଛଟନି ନେଇ ଚାଲୁଥିବା ଡିଲର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଦେଓଗାଁ କୁତୁର୍ଲା ଅଞ୍ଚଳର ଚାଷୀ ସୌମ୍ୟ ପୁରୋହିତ ଟୋକନ ପାଇ ନିଜ ଧାନ ପେକ୍ସରୁ ତୁଷୁରା ସ୍ଥିତ ବିକାଶ ରାଇସ ମିଲକୁ ନେଇଥିଲେ । ମିଲ ମାଲିକ ଏଫ୍କ୍ୟୁ‌ ନାଁରେ କ୍ୟୁଣ୍ଟାଲ ପିଛା ପାଞ୍ଚ କେଜି କଟନି କରିବ ତେବେ ଧାନ କିଣିବ ବୋଲି କହିଥିଲେ । ସେପଟେ ଚାଷୀ ଜଣକ ଯେତେ ନେହୁରା ହୋଇଥିଲେ ମଧ୍ୟ ମାଲିକ ତାହା ଶୁଣି ନଥିଲା ବୋଲି ଚାଷୀ ସୌମ୍ୟ ପୁରୋହିତ ଅଭିଯୋଗ କରିଛନ୍ତି ।

ସେପଟେ ଏହାକୁ ନେଇ ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ନେତା ନରସିଂହ ମିଶ୍ର ଅବଗତ ଥିବାବେଳେ କେବଳ ଗୋଟିଏ ରାଇସ ମିଲ ନୁହେଁ ଜିଲ୍ଲାର ସବୁଠି ପାଞ୍ଚ କିଲୋରୁ ଦଶ କିଲୋ ଧାନ କଟନି ଛଟନି ହେଉଥିବାର ସେ କହିଛନ୍ତି । ତାହା ପୁଣି ସରକାରଙ୍କ ଜାଣତରେ । ଏଥିସହ ସାରା ରାଜ୍ୟରେ ମିଲର ରାଜ ଚାଲିଥିବାର ସେ କହିଛନ୍ତି । ଏଥିପାଇଁ ସେ ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ଅନ୍ୟପଟେ ବେସାମରିକ ଯୋଗାଣ ବିଭାଗ ସମ୍ପୃକ୍ତ ଘଟଣା ଓ ଭିଡିଓର ତଦନ୍ତ ହେବ ଏବଂ ଯିଏ ଦୋଷୀ ତା' ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିଏସଓ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jun 23, 2022, 8:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.