ETV Bharat / state

ବଲାଙ୍ଗୀରରେ ମରୁଡି ସ୍ଥିତି, ଚିନ୍ତାରେ ଆତ୍ମହତ୍ୟା କଲେ ଚାଷୀ - Farmer suicides due to Drought

ବଲାଙ୍ଗୀରରେ ମରୁଡି ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଏବେ ଜଣେ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ମରୁଡି ଯୋଗୁଁ ଚାଷୀଙ୍କ ଆତ୍ମହତ୍ୟା
ମରୁଡି ଯୋଗୁଁ ଚାଷୀଙ୍କ ଆତ୍ମହତ୍ୟା
author img

By

Published : Sep 3, 2021, 7:23 PM IST

ବଲାଙ୍ଗୀର: ଜିଲ୍ଲାରେ ମରୁଡି ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଥିବା ବେଳେ ଏଥିଯୋଗୁଁ ଜଣେ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବଲାଙ୍ଗୀର ତୁରେକେଲା ବ୍ଲକ ଅନ୍ତର୍ଗତ ଘୁନସର ପଞ୍ଚାୟତର କାଦୋ ଭେଡା ଗ୍ରାମର ଚାଷୀ ରିଚେକ୍ ବଞ୍ଛୋର ପାଞ୍ଚ ଏକର ଜମିରେ କପା ଚାଷ କରିଥିଲେ। ହେଲେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି।

ମରୁଡି ଯୋଗୁଁ ଚାଷୀଙ୍କ ଆତ୍ମହତ୍ୟା

ତେବେ ଏଥିରେ ସେ ମର୍ମାହତ ହୋଇ ଗତ କାଲି(ଗୁରୁବାର) ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯାହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ତୁରେକେଲା ଡାକ୍ତରଖାନା ଓ ପରେ ବଲାଙ୍ଗୀର ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ପୁଅ ଚାଷ ନଷ୍ଟ ହେବା ଯୋଗୁଁ ତାଙ୍କ ବାପା ଆତ୍ମହତ୍ୟା କରିଥିବାର କହିଥିବା ବେଳେ ସମ୍ପୂର୍ଣ୍ଣ ପରିବାର ଏବେ କେମିତି ଚଳିବି ତାକୁ ନେଇ ସରକାରଙ୍କ ନିକଟରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.