ବଲାଙ୍ଗୀର: ଗତକାଲି ବିଳମ୍ବିତ ରାତିରେ ପାଟଣାଗଡ଼ ସହର କାଦୋପଡ଼ାରେ ଥିବା ମାଧବୀ ଟ୍ରେଡସ ପ୍ଳାଏ ଉଡ଼ ଦୋକାନରେ ଲାଗିଥିଲା ନିଆଁ। ଫଳରେ ଦୋକାନରେ ଥିବା ସବୁ ସମ୍ପତ୍ତି ଓ ସାମଗ୍ରୀ ଜଳି ଯାଇଥିବା ବେଳେ ଏହି ନିଆଁ ଆଖ ପାଖ ଦୁଇ ଘରକୁ ମଧ୍ୟ ବ୍ୟାପି ଥିଲା। ସେହିପରି ଦୋକାନ ପଛ ପଟେ ଥିବା ମାଲିକର ଘରେ ମଧ୍ୟ ନିଆଁ ଲାଗିଥିବା ବେଳେ ଘରେ ଥିବା ଦୁଇ ଯୁବତୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଦୁଇ ଘଣ୍ଟା ପରେ ଆୟତ୍ତ କରିଥିଲା। ସେପଟେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ପୂଜା ପାଇଁ ଜଳାଯାଇଥିବା ଦୀପରୁ ନିଆଁ ଲାଗିଛି ବୋଲି ଆଶଙ୍କା କରାଯାଇଛି। ସେହିପରି ଏହି ଅଗ୍ନିକାଣ୍ଡରେ ଦୋକାନ ଓ ଆଖ ପାଖ ଘରମାନଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ସୂଚନା ମିଳିଛି ।
ଇଟିଭି ଭାରତ, ବଲାଙ୍ଗୀର