ETV Bharat / state

କମୁନି ଦୁର୍ଦ୍ଦଶା: ଅନ୍ଧାରରେ ରତାଖଣ୍ଡି ପଞ୍ଚାୟତ, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କଲେ ଲୋକେ

author img

By

Published : Aug 5, 2023, 1:03 PM IST

ରତାଖଣ୍ଡି ପଞ୍ଚାୟତର 12ଟି ଗାଁରେ ବିଦ୍ୟୁତ ସେବା ବିଚ୍ଛିନ୍ନ ଅଭିଯୋଗ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦେବାକୁ ଚେତାବନୀ ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ

disconnection of electricity service
disconnection of electricity service
disconnection of electricity service

ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପ ପାର୍ଶ୍ଵରେ ଥିବା ରତାଖଣ୍ଡି ପଞ୍ଚାୟତର 12ଟି ଗାଁରେ ଦୀର୍ଘ 7 ଦିନ ହେବ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ଅଭିଯୋଗ । ଯାହାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦେବାକୁ ଚେତାବନୀ ଦେଇଛନ୍ତି ।

ତେବେ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ସ୍ୱପ୍ନ ସଫଳ ହୋଇଛି । ବନ୍ୟାଜଳ ଡ୍ୟାମ ମଧ୍ୟରେ ପ୍ରବେଶ କରିଛି । ହେଲେ ଏଥିରେ ବିଲୀନ ହୋଇଥିବା ଶହ ଶହ ବର୍ଷର ପୁରୁଣା ଗାଁର ଦୁଃଖ କେବେ ଭରଣା ହେବ ନାହିଁ । ରତାଖଣ୍ଡି ପଞ୍ଚାୟତର 12ଟି ଗାଁରେ ଦୀର୍ଘ 7 ଦିନ ହେବ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଛି । ଯାହା ଦ୍ୱାରା ସେଠିକାର ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଯାହାକୁ ନେଇ ଲୋଇସିଂହା ବିଧାୟକଙ୍କ ନେତୃତ୍ୱରେ ଗ୍ରାମବାସୀ ଆନ୍ଦୋଳନ କରିବା ସହ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ ଯୋଗାଇ ଦେବାକୁ ଦାବି କରିଛନ୍ତି । ସେପଟେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଏହାକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତିକୁ ଦୋଷ ଦେଇଛନ୍ତି । ବିସ୍ଥାପିତ ଲୋକଙ୍କୁ ସମୟ ନ ଦେଇ ତାଙ୍କ ଗାଁର ବିଦ୍ୟୁତ୍‌ ପାଣି ବିଚ୍ଛିନ୍ନ କରିବା ଓ ଡ୍ୟାମରେ ପାଣି ଭରି ଦେଇ ସେମାନଙ୍କୁ ଗାଁରୁ ତଡିଦେବା ଅମାନବୀୟ ବୋଲି ସେ କହିଛନ୍ତି ।

ସେହିପରି ଥଇଥାନ କରାଯାଇଥିବା ସ୍ଥାନରେ ଘୋର ଅବ୍ୟବସ୍ଥା । ଟିଣ ଘରେ ପାଣି ଗଳିବା, କାଦୁଅ ପଚ ପଚ ଟିଣ ଘରେ ବିସ୍ଥାପିତଙ୍କୁ ସ୍ଥାନାନ୍ତର କରିବା ଓ ପ୍ରଶାସନ ମାନମାନି କରିବା ନିହାତି ଭାବରେ ନିନ୍ଦନୀୟ ବୋଲି ସେ କହିଛନ୍ତି । ସେହିପରି ଏମାନଙ୍କ ମାନମାନି ପାଇଁ ଜଗନ୍ନାଥ ପ୍ରଭୁ ମଧ୍ୟ ବିସ୍ଥାପିତ ହୋଇଛନ୍ତି । ଅନ୍ୟପଟେ ଏଭଳି ସମୟରେ ଏହି ପ୍ରକଳ୍ପକୁ ସମର୍ଥନ ଦେଇ ଆସିଥିବା ଉପର ମୁଣ୍ଡ ଗ୍ରାମର ବିଦ୍ୟୁତ ବିଚ୍ଛିନ୍ନ ହେବାକୁ ସେ ପ୍ରଶାସନର ଅବହେଳା ବୋଲି କହିଛନ୍ତି । ପ୍ରଶାସନ ଜାଣି ଶୁଣି ନଦୀଗର୍ଭ ମଧ୍ୟରୁ ଏହି ସବୁ ଗାଁକୁ ବିଦ୍ୟୁତ ଯୋଗାଇ ଥିଲା । ଯେତେ ବେଳେ ସେଠି ପାଣି ଭରିବ ଓ ସମସ୍ୟା ହେବ ଜାଣି ମଧ୍ୟ ବ୍ୟଵସ୍ଥା ଆଗୁଆ ନ ନେବା ଅତି ଦୁଃଖର ବିଷୟ ବୋଲି ବିଧାୟକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଲୋୟର ସୁକତେଲ ଡ୍ୟାମରେ ପଶିଲା ବନ୍ୟାଜଳ, ବୁଡିଲା ଶହ ଶହ ବର୍ଷର ଗାଁ

ତେଣୁ ଲୋକଙ୍କ ହିତକୁ ଜଳାଞ୍ଜଳି ଦେଇ ପ୍ରକଳ୍ପ କାମ ସାରିବା ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ପାଇଁ ସେ ଗତକାଲି ଆନ୍ଦୋଳନ କରିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି । ଅନ୍ୟପଟେ ସମସ୍ୟାର ସମାଧାନ ନ ହେଲେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି । ସେପଟେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ କହିଛନ୍ତି ଯେ ଏତେ ବଡ ପ୍ରକଳ୍ପ ହେଲେ କିଛି ସମସ୍ୟା ନିହାତି ଆସିବ ଏବଂ ତାକୁ ଶୀଘ୍ର ସମାଧାନ ମଧ୍ୟ କରା ହେବ ଓ କରାଯାଉଛି ମଧ୍ୟ । ସେହିପରି ଏହି ବିଦ୍ୟୁତ ସମସ୍ୟାକୁ ନେଇ ସେ ଅବଗତ ଅଛନ୍ତି ଓ ଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.