ETV Bharat / state

ଗଣେଶ ପୂଜା ଭୋଗ ଖାଇବା ହେଲା କାଳ: ଝାଡାବାନ୍ତିରେ ୨ ମୃତ, ଅନେକ ଅସୁସ୍ଥ - ଝାଡାବାନ୍ତି

ବଲାଙ୍ଗୀରରେ ଗଣେଶ ପୂଜା ଭୋଗ ଖାଇ ବ୍ୟାପିଲା ଝାଡବାନ୍ତି । ଏଥିରେ ଦୁଇ ମୃତ ହୋଇଥିବା ବେଳେ ୨୫ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଛି । ଅଧିକ ପଢନ୍ତୁ

ଗଣେଶ ପୂଜା ଭୋଗ ଖାଇବା ହେଲା କାଳ,ଝାଡବାନ୍ତିରେ ୨ ମୃତ,25ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

author img

By

Published : Sep 5, 2022, 4:00 PM IST

ବଲାଙ୍ଗୀର: ବଲାଙ୍ଗୀରରେ ଗଣେଶ ପୂଜା ଭୋଗ ଖାଇ ବ୍ୟାପିଲା ଝାଡାବାନ୍ତି । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସୂଚନା ଅନୁସାରେ, ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦେର୍ଦ୍ଧହ ଗାଁରେ ବ୍ୟାପିଛି ଝାଡାବାନ୍ତି । ଗତ ଦୁଇ ଦିନ ତଳେ ଦେର୍ଦ୍ଧହ ଗ୍ରାମବାସୀ ଗଣେଶ ପୂଜାର ଭୋଗ ଖାଇଥିଲେ ।

ଗଣେଶ ପୂଜା ଭୋଗ ଖାଇବା ହେଲା କାଳ,ଝାଡବାନ୍ତିରେ ୨ ମୃତ,25ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ଏହାବି ପଢନ୍ତୁ: ଝାରସୁଗୁଡାରେ ଝାଡାବାନ୍ତି ଆତଙ୍କ, ଜଣେ ମୃତ

ପରେ ଭୋଗ ଖାଇଥିବା ସମସ୍ତ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପରେ ସମସ୍ତ ଆକ୍ରାନ୍ତଙ୍କୁ ପ୍ରଥମେ ଖପ୍ରାଖୋଲ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଖରାପ ହେବାରୁ ସେମାନଙ୍କୁ ପାଟଣାଗଡ଼ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ସେପଟେ ଗାଁରେ ମେଡିକାଲ୍ ଟିମ୍ ପହଞ୍ଚି ଲୋକଙ୍କ ଅଧିକ ଚିକିତ୍ସା ଆରମ୍ଭ କରିଥିବା ଜଣାପଡିଛି ।

ଏପରିକି ସେହି ଭୋଗ ଖାଇ ଗାଁର ଗୋଟିଏ ପରିବାରରେ ଆଇନାତିଙ୍କ ମୃତ୍ୟୁ ଘଟିଥିଲା । ବୃଦ୍ଧା କୁନି ମେହେରଙ୍କ ରାତିରେ ମୃତ୍ୟୁ ଘଟିଥିବାବେଳେ ଆଜି ସକାଳୁ ତାଙ୍କ ନାତି ବବଲୁ ମେହେରଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ଗାଁ ଲୋକେ ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.