ETV Bharat / state

ଚାନ୍ଦିଲ ପାହାଡକୁ ପର୍ଯ୍ୟଟନସ୍ଥଳୀ ପାଇଁ ଦାବି; ସମୀକ୍ଷା କଲେ ଡିଏଫଓ

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଦେହସନ୍ଦ ଗ୍ରାମର ଚାନ୍ଦିଲ ପାହାଡକୁ ପର୍ଯ୍ୟଟନସ୍ଥଳୀ କରିବାକୁ ଦାବି ଜୋର ଧରିଥିବା ବେଳେ ପାହାଡ ବୁଲି ଦେଖିଛନ୍ତି ଜିଲ୍ଲା ଜଙ୍ଗଲ ଅଧିକାରୀ । ଅଧିକ ପଢନ୍ତୁ...

sdf
ଚାନ୍ଦିଲ ପାହାଡକୁ ପର୍ଯ୍ୟଟନସ୍ଥଳୀ ପାଇଁ ଦାବି
author img

By

Published : Mar 8, 2021, 7:41 AM IST

ବଲାଙ୍ଗୀର: ବଣ ପାହାଡ ଘେରା ଜିଲ୍ଲା ବଲାଙ୍ଗୀର । ଜିଲ୍ଲାରେ ଭରି ରହିଛି ଅନେକ ସୁନ୍ଦର ସୁନ୍ଦର ସ୍ଥାନ । ହେଲେ ସେହି ସ୍ଥାନଗୁଡିକର ବିକାଶ ହୋଇପାରନାହିଁ । ଜିଲ୍ଲାରେ ଥିବା ଚାନ୍ଦିଲ ପାହାଡକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବା ପାଇଁ ଦାବି ଜୋର ଧରିଛି ।

ଚାନ୍ଦିଲ ପାହାଡକୁ ପର୍ଯ୍ୟଟନସ୍ଥଳୀ ପାଇଁ ଦାବି

ଜିଲ୍ଲାରେ ଥିବା ସୁନ୍ଦର ସୁନ୍ଦର ସ୍ଥାନ ମଧ୍ୟରୁ କିଛି ସରକରାଙ୍କ ଦୃଷ୍ଟିଗୋଚର ହୋଇଥିବା ବେଳେ ଅନେକ ସ୍ଥାନ ଏବେ ବି ସରକାରଙ୍କ ଅଗୋଚରରେ ରହିଛି । ବଲାଙ୍ଗୀର ଦେଓଗାଁ ବ୍ଲକ ଦେହସଂଡ ପଞ୍ଚାୟତରେ ଏହି ଚାନ୍ଦିଲୀ ପାହାଡ଼ ଅବସ୍ଥିତ । ଯାହାର ଚାରି ପଟେ ଘଞ୍ଚ ଜଙ୍ଗଲ ଥିବାବେଳେ ଏହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅଟେ। ଏହି ପାହାଡ଼ ଶୀର୍ଷରେ ଅନେକ ଗୁମ୍ଫା, ଏକ ବଟ ବୃକ୍ଷ, କେବେ ପାଣି ଶୁଖୁ ନ ଥିବା ସୀତା କୁଣ୍ଡ ରହିଛି। ବଲାଙ୍ଗୀର ହରିଶଙ୍କର ଗନ୍ଧମାର୍ଦନ ପାହାଡ ଓ ଭୀମ ଡୁଙ୍ଗୁରୀ ଭଳି ଚାନ୍ଦିଲି ପାହାଡକୁ ପର୍ଯ୍ୟଟନ ସ୍ଥଳ ଭାବରେ ଘୋଷଣା କରିବାକୁ ଦାବି ଜୋର ଧରିଛି ।

ଦେଓଗାଁ ବ୍ଲକ ଦେହସନ୍ଦ ଗ୍ରାମରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଚାନ୍ଦିଲି ପାହାଡ ଅବସ୍ଥିତ । ଆଖପାଖ ପାଞ୍ଚଟି ପଞ୍ଚାୟତର ଲୋକେ ଏହି ପାହାଡ ଓ ଜଙ୍ଗଲ ସହିତ ସମାଜିକ ଅର୍ଥନୈତିକ ଓ ଧାର୍ମିକ ଭାବରେ ଜଡିତ ରହିଛନ୍ତି । ଏହି ପାହାଡକୁ ନେଇ ଅନେକ କିମ୍ବଦନ୍ତୀ ଲୋକଙ୍କ ମଧ୍ୟରେ ଥିବା ବେଳେ ଏହି ପାହାଡକୁ ନେଇ ଲୋକଙ୍କ ଗଭୀର ଆସ୍ଥା ରହିଛି । ଦୀର୍ଘ ଦିନରୁ ଏହି ପାହାଡକୁ ପର୍ଯ୍ୟଟନସ୍ଥଳୀ କରିବାକୁ ଦାବି ହୋଇ ଆସୁଥିଲା ।

ଲୋକଙ୍କ ଦାବି ଶୁଣି ରବିବାର ଜିଲ୍ଲା ଜଙ୍ଗଲ ଅଧିକାରୀ ପାହାଡ ବୁଲି ଦେଖିଛନ୍ତି । ଏହି ପାହାଡର ଉନ୍ନତିକରଣ ହେବା ସହିତ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଲେ ଏହା ଅହୁରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ଡିଏଫଓ ସମୀର ଶତପଥୀ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.