ETV Bharat / state

ବଲାଙ୍ଗୀରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା - crime increase day by day

ବଲାଙ୍ଗୀର ଜିଲ୍ଲାରେ କୋଭିଡ୍ ସମୟରେ ପୋଲିସ ପ୍ରଶାସନର ଅପାରଗତା ଯୋଗୁଁ ବିଗୁଡିଛି ଆଇନ୍ ଶୃଙ୍ଖଳା ବ୍ୟବସ୍ଥା । ସହର ମଧ୍ୟରେ ଗୋଷ୍ଠୀ ଆକ୍ରମଣରେ ଦୁଇ ଜଣ ଯୁବକ ଗୁରୁତର ଆହତ ହେବା ଘଟଣା ଚର୍ଚ୍ଚାରେ ଥିବା ବେଳେ ପୋଲିସ ଏଯାଏଁ କିଛି ପଦକ୍ଷେପ ନେଇନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା
ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା
author img

By

Published : Oct 6, 2020, 10:34 PM IST

ବଲାଙ୍ଗୀର: ଜିଲ୍ଲାରେ କୋଭିଡ୍ ସମୟରେ ପୋଲିସ ପ୍ରଶାସନର ଆପାରଗତା ଯୋଗୁଁ ବିଗୁଡିଛି ଆଇନ୍ ଶୃଙ୍ଖଳା ବ୍ୟବସ୍ଥା । ବଲାଙ୍ଗୀର ଜିଲ୍ଲାରେ କୋଭିଡ ଭଳି ମାରାତ୍ମକ ସ୍ଥିତିରେ କେବଳ ପୋଲିସର ଅପାରଗତା ଯୋଗୁଁ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ବିଗିଡି ଥିବାର ଅଭିଯୋଗ ହୋଇଛି । ହତ୍ୟା, ଲୁଟ ଚୋରି, ଡକାୟତି ଗ୍ୟାଙ୍ଗ ୱାର୍ ବୃଦ୍ଧି ପାଇଛି । ବିଗତ କିଛି ଦିନରେ ରାସ୍ତା ଘାଟରେ ଲୁଟ ଡ଼କାୟତି ବଢ଼ିଥିବା ବେଳେ ଚୋରି ମଧ୍ୟ ବଢ଼ିଛି ।

ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା

ସେହିପରି ନିକଟରେ ଜଣେ ସୁନା ବ୍ୟପାରୀଙ୍କୁ ତାଙ୍କ ଦୋକାନ ମଧ୍ୟରେ ମାରପିଟ୍, ବନ୍ଧୁକ ମୁନରେ ଜଣେ ଦୋକାନୀଙ୍କ ଠାରୁ ଲୁଟ, ଭଳି ଘଟଣାର ଏଯାଏଁ ପୋଲିସ ଟେର ପାଇନାହିଁ । ସେହିପରି ସହର ମଧ୍ୟରେ ଗୋଷ୍ଠୀ ଆକ୍ରମଣରେ ଦୁଇ ଜଣ ଯୁବକ ଗୁରୁତର ଆହତ ହେବା ଘଟଣା ଚର୍ଚ୍ଚାରେ ଥିବା ବେଳେ ପୋଲିସ ଏଯାଏଁ କିଛି ପଦକ୍ଷେପ ନେଇନାହିଁ । ତେଣୁ ସବୁ ଦୋଷ ପୋଲିସ ଉପରେ ଲୋକେ ଲଦି ଥିବା ବେଳେ ଅବସ୍ଥା ନା ସୁଧୁରିଲେ ଆନ୍ଦୋଳନ ହେବ ବୋଲି କୁହାଯାଉଛି ।

ଗୋଟିଏ ପଟେ କୋଭିଡ ଭଳି ଅସମ୍ଭାଳ ସ୍ଥିତି ଥିବା ବେଳେ ବଢୁଥିବା ଅପରାଧ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଭଳି ସ୍ଥଳେ ପୋଲିସର ନିଷ୍କ୍ରିୟତା ଏହାକୁ ଦ୍ଵିଗୁଣିତ କରିଛି । ତେବେ ସାଧାରଣରେ ଲୋକେ ପୋଲିସ ପେଟ୍ରୋଲିଂ ସହ ଅପରାଧୀଙ୍କୁ ଧରିବା ସହ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ଦାବି ହୋଇଛି । ବଢୁଥିବା ଅପରାଧ ପାଇଁ ପୋଲିସର ନିଷ୍କ୍ରିୟତା ହିଁ ଦାୟୀ ଥିବା ବେଳେ ଏ ବ୍ୟବସ୍ଥା ସୁଧାରିବାକୁ ଦାବି ହୋଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.