ETV Bharat / state

ଦିବାଲୋକରେ ଘରେ ପଶି ଦମ୍ପତିଙ୍କୁ ସଂଘବଦ୍ଧ ଆକ୍ରମଣ, ଆଇନ ଶୃଙ୍ଖଳା ନେଇ ଉଠିଲା ପ୍ରଶ୍ନ - ବଲାଙ୍ଗୀର ଅପରାଧ

ଦିବାଲୋକରେ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ । ବଲାଙ୍ଗୀରରେ ହୋଇଥିବା ଅପରାଧ ଭାଇରାଲ ହେଉଥିବା ବେଳେ ପୋଲିସ ତଦନ୍ତ କରୁଛି । ଅଧିକ ପଢନ୍ତୁ

miscreants attack at day light
miscreants attack at day light
author img

By

Published : Jan 17, 2023, 9:56 PM IST

ଦିବାଲୋକରେ ଘରେ ପଶି ଦମ୍ପତିଙ୍କୁ ସଂଘବଦ୍ଧ ଆକ୍ରମଣ, ଆଇନ ଶୃଙ୍ଖଳାକୁ ନେଇ ଉଠିଲା ପ୍ରଶ୍ନ

ବଲାଙ୍ଗୀର: ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା । ଦିବାଲୋକରେ ଅପରାଧୀ ଘରେ ପଶି ଖୁଲମଖୁଲା ବିନା ଭୟରେ କରୁଛନ୍ତି ଅପରାଧ । ଯାହାକି ଏକ ଭାଇରାଲ ଭିଡିଓରୁ ପ୍ରମାଣିତ ହୋଇଛି । କିଛି ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଅପରାଧୀଙ୍କ ମନରେ ଆଇନ କାନୁନର କୌଣସି ଭୟ ଦେଖିବାକୁ ମିଳିନଥିବା ବେଳେ ଦମ୍ପତିଙ୍କୁ ଘରେ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ପୋଲିସ ଆହତ ଦମ୍ପତିଙ୍କ ବୟାନ ରେକର୍ଡ କରି ତଦନ୍ତ କରୁଛି ।

ଗତ ୧୫ ତାରିଖରେ ଘଟିଛି ଏହି ଘଟିଣା । ବଲାଙ୍ଗୀର ଶାସ୍ତ୍ରୀ ନଗରରେ ରହୁଥିବା ଭବାନୀ ଶଙ୍କର ଦୀପ ଓ ତାଙ୍କ ପତ୍ନୀ ଯଶୋବନ୍ତୀ ଦୀପଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣ ପରେ ଉଭୟ ଗୁରୁତର ହୋଇପଡ଼ିଥିଲେ । ଯଶୋବନ୍ତୀ ଦୀପ ଏବେ ବଲାଙ୍ଗୀର ଭିମ ଭୋଇ ମେଡ଼ିକାଲରେ ଚିକିତ୍ସିତ ହୋଇଥିବା ବେଳେ ତାଙ୍କ ସ୍ବାମୀ ଭବାନୀ ଶଙ୍କର ଦୀପ ବୁର୍ଲା ସ୍ଥାନାନ୍ତରିତ ହୋଇଛନ୍ତି । ସେପଟେ ଏହି ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ବଲାଙ୍ଗୀର ଶାସ୍ତ୍ରୀ ନଗରରେ ରହୁଥିବା କଣ୍ଟ୍ରାକ୍ଟର ଭବାନୀ ଶଙ୍କରଙ୍କୁ କିଛି ଅପରାଧୀ ଘର ଭିତରକୁ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।

ଏହା ବି ପଢନ୍ତୁ- ପାରିଶ୍ରମିକ ଦାବିରେ ବ୍ଲକ କାର୍ଯ୍ୟାଳୟ ଘେରିଲେ ଶ୍ରମିକ

ସେହିପରି ତାଙ୍କ ପତ୍ନୀ ଯଶୋବନ୍ତୀ ସ୍ବାମୀକୁ ବଞ୍ଚାଇବାକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଉଭୟ ଏବେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ବୟାନକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିବା SDPO ତୁଫାନ ବାଗ କହିଛନ୍ତି। ସମାନ ଭାବରେ ଏହି ଘଟଣାକୁ ନେଇ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ପୋଲିସ ଟିମ ଗଠନ କରାଯାଇଛି । ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଥିବାର ସେ କହିଛନ୍ତି । ଅନ୍ୟପଟେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବଲାଙ୍ଗୀରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବାର କହିଛନ୍ତି ।

ଗୋଟିଏ ପଟେ ଆବଶ୍ୟକ ଥାନା ଏଠି ନ ଥିବା ବେଳେ ପୋଲିସ ଅଧିକାରୀଙ୍କ ଅଭାବକୁ ମଧ୍ୟ ସେ ଦୋଷ ଦେଇଛନ୍ତି । ସେହିପରି ପୋଲିସର ପଦକ୍ଷେପ କିଛି ଉଣା ରହିଯାଇଥିବାର ସେ କହିଛନ୍ତି । ତେବେ ଆବଶ୍ୟକ ଅଧିକ ପୋଲିସ ଆଉଟ ପୋଷ୍ଟ ପାଇଁ ସେ ସରକାରଙ୍କୁ କହିଥିଲେ। ସରକାର ଏବେ ଯାଏଁ ତାହା କରିନାହାନ୍ତି । ବଲାଙ୍ଗୀର ସହରକୁ ୨ ଭାଗରେ ବିଭକ୍ତ କରି ଆଉ ଗୋଟେ ଥାନା ସେ ଦାବି କରିଥିଲେ । ତେବେ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିଥିବା ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.