ETV Bharat / state

22ରୁ ବିଧାନସଭା ଅଧିବେସନ, ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ କଂଗ୍ରେସ

author img

By ETV Bharat Odisha Team

Published : Sep 20, 2023, 9:03 PM IST

ସେପ୍ଟେମ୍ବର 22ରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ଏଥର ଶିକ୍ଷା ସ୍ୱାସ୍ଥ୍ୟ ଓ ବେକାରୀ ସମସ୍ୟାକୁ ନେଇ ସରକାରକୁ ଘେରିବ କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

23ରୁ ବିଧାନସଭା ଅଧିବେସନ
23ରୁ ବିଧାନସଭା ଅଧିବେସନ
22ରୁ ବିଧାନସଭା ଅଧିବେସନ

ବଲାଙ୍ଗୀର: ଆଗକୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେସନ। ସେପ୍ଟେମ୍ବର 22ରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ଏଥର ଶିକ୍ଷା ସ୍ୱାସ୍ଥ୍ୟ ଓ ବେକାରୀ ସମସ୍ୟାକୁ ନେଇ ସରକାରକୁ ଘେରିବ କଂଗ୍ରେସ। ତେବେ କେଉଁ ଢଙ୍ଗରେ ଓ କେମିତି ପ୍ରଶ୍ନ କରାଯିବ ତାହା ଆଲୋଚନା ପରେ ସ୍ଥିର ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ତେବେ ବାଚସ୍ପତି ନିର୍ବାଚନ ପରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ କଂଗ୍ରେସ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କ ସମ୍ମୁଖରେ ଗୃହରେ ଉପସ୍ଥାପିତ କରିବ। ଯେଉଁଥିରେ ଶିକ୍ଷା ସ୍ୱାସ୍ଥ୍ୟ ଓ ବେକାରୀ ସମସ୍ୟାକୁ ନେଇ କଂଗ୍ରେସ ବିଧାନ ସଭାରେ ସରକାରଙ୍କୁ ଘେରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନସରସିଂହ ମିଶ୍ର। ତେବେ ବଲାଙ୍ଗୀର ହେଉ କିମ୍ବା ଓଡିଶା କୌଣସି ଅଞ୍ଚଳର ବିକାଶ ପାଇଁ ଶିକ୍ଷା ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ ହେବା ଜରୁରୀ । ଶିକ୍ଷାରେ ସରକାରଙ୍କ ବିଫଳତା ଯୋଗୁଁ ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି। ସେହିପରି ସ୍କୁଲର ଭିତ୍ତିଭୂମି ଆଜିବି ଚିନ୍ତା ଜନକ ରହିଛି । ସମାନ ଭାବରେ ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବି ଏଠି ସରକାର ପୁରଣ କରି ପାରି ନଥିବା ବେଳେ ଏମାନେ ବାରମ୍ବାର ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି । ତେବେ ଏହାକୁ ନେଇ ନିଶ୍ଚିତ ଭାବରେ କଂଗ୍ରେସ ବିଧାନ ସଭାରେ ସରକାରଙ୍କ ଠାରୁ ଉତ୍ତର ଦାବି କରିବ ବୋଲି ସେ କହିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ...ନୂଆଁଖାଇ ପରଦିନ ବାଚସ୍ପତି ନିର୍ବାଚନ କିପରି ଅଂଶ ଗ୍ରହଣ କରିବୁ: ନରସିଂହ ମିଶ୍ର

ତେବେ ନରସିଂହ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଅନେକ ଡକ୍ଟରଖନାରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି। ଯାହାଦ୍ୱାରା ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ଆୟୁର୍ବେଦିକ ଛାତ୍ର ଛାତ୍ରୀ ଆନ୍ଦୋଳନରତ ଅଛନ୍ତି। ଏହାଛଡା ସବୁଠି ବେକାରୀ ସମସ୍ୟା ଆଜି ଚିନ୍ତାର ବିଷୟ ହୋଇଛି। ବଲାଙ୍ଗୀର ଭଳି ଗରିବ ଜିଲ୍ଲାରେ କଲ କାରଖାନା ନାହିଁ । ସେପଟେ ବଲାଙ୍ଗୀର ସମେତ ଅନ୍ୟ ଜିଲ୍ଲାରୁ ଲକ୍ଷାଧିକ ଲୋକେ ଦାଦନ ଖଟିଯିବାକୁ ବାଧ୍ୟ ହେଉଥିବାର ସେ କହିଛନ୍ତି । ସେହିପରି ବେକାରୀ ସମସ୍ୟା ସହିତ ରାଜ୍ୟରେ ସବୁ ସାମଗ୍ରୀର ଦରଦାମ ବୃଦ୍ଧି ପାଇଛି। ଏସବୁକୁ ନେଇ କଂଗ୍ରେସ ଗୃହରେ ପ୍ରଶ୍ନ କରିବ । ତେବେ ବିଧାନସଭା ଅଧିବେଶନ ପୂର୍ବରୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏଠିକାର ବିଭିନ୍ନ ସଂଗଠନ ଓ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏହାସହ ଲୋକଙ୍କ ଠାରୁ ପାଇଥିବା ଲିଖିତ ଅଭିଯୋଗ ଓ ଦାବିକୁ ସରକାରଙ୍କ ଆଗରେ ରଖିବେ ବୋଲି ସେ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.