ETV Bharat / state

ବଲାଙ୍ଗୀରରେ କଂଗ୍ରେସର ବ୍ଲକ ଘେରାଉ, ପିସି କାରବାର ଉପରେ ରୋକ୍‌ ଲଗାଇବାକୁ ଦାବି - ପିସି କାରବାର ଉପରେ ରୋକ ଲଗାଇବାକୁ କଂଗ୍ରେସର ଦାବି

୯ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା ଜିଲ୍ଲା କଂଗ୍ରେସ । ବ୍ଲକ କାର୍ଯ୍ୟାଳୟ ଘେରାଉ କରି ପିସି କାରବାର ଉପରେ ରୋକ୍‌ ଲଗାଇବାକୁ କଲା ଦାବି । ଅଧିକ ପଢ଼ନ୍ତୁ

congress stages protest in balangir
ବଲାଙ୍ଗୀରରେ କଂଗ୍ରେସର ବ୍ଲକ ଘେରାଉ
author img

By

Published : Aug 18, 2023, 4:13 PM IST

ବଲାଙ୍ଗୀରରେ କଂଗ୍ରେସର ବ୍ଲକ ଘେରାଉ

ବଲାଙ୍ଗୀର: ୯ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ । ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ସରକାର ବିରୋଧରେ ନାରାବାଜି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବିଜେଡି ନୁହେଁ କଂଗ୍ରେସ ସରକାର ଆସିଲେ ଓଡିଶାରେ ଗଡିବ ମେଟ୍ରୋ

ଏହା ମଧ୍ୟ ପଢ଼ନ୍ତୁ: କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପଲିଟିକ୍ସ ! କଂଗ୍ରେସ କହିଲା ନିର୍ବାଚନୀ ଧୂଆଁବାଣ

ବଲାଙ୍ଗୀରରେ ସବୁ ସରକାରୀ କାମରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ସବୁ ଉନ୍ନୟନ କାମରେ ବ୍ୟାପକ ପିସି କାରବାର ଚାଲିଛି । ବିନା ହାତ ଗୁଞ୍ଜାରେ କୌଣସି କାମ ହେଉନି । ଏଭଳି କିଛି ଅଭିଯୋଗ ଆଣି ସଦର ବ୍ଲକ ଘେରାଉ କରି ଧାରଣାରେ ବସିଛି ଜିଲ୍ଲା କଂଗ୍ରେସ । ଏନେଇ କଂଗ୍ରେସ ନେତା ରାମ ମିଶ୍ର କହିଛନ୍ତି, "ଜିଲ୍ଲାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ବିଭିନ୍ନ ଉନ୍ନୟମ ମୂଳକ କାମ ହେଉ କି କୌଣସି ଟେଣ୍ଡର କାମ, 20ରୁ 30 ପ୍ରତିଶତ ପିସି ନଦେଲେ ବିଲ୍‌ ହେଉନି । ସେହିପରି ଆବାସ ଯୋଜନାରେ 20 ହଜାର ଟଙ୍କା ଲାଞ୍ଚ ସହ ବିଭିନ୍ନ ଭତ୍ତା ପାଇଁ 1000 ଟଙ୍କାର ଲାଞ୍ଚ ଏଠି ନିତି ଦିନିଆ ହୋଇଛି । ଯାହାଦ୍ୱାରା ସାଧାରଣ ଗରିବ ଲୋକ ହଇରାଣ ହେଉଛନ୍ତି । ଯାହାକୁ ବରଦାସ୍ତ କରିହେବ ନାହିଁ । ଜନସାଧାରଣଙ୍କ ପାଇଁ କଂଗ୍ରେସ ଲଢିବ ।"

ଏହା ମଧ୍ୟ ପଢ଼ନ୍ତୁ: ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ, କଂଗ୍ରେସ ଓ ବିଜେପିର ନାରା- ଆମେ ଗଢିବୁ ସରକାର

ଏହା ମଧ୍ୟ ପଢ଼ନ୍ତୁ: 2024 Election: ରାଜ୍ୟରେ ମୁଣ୍ଡ ଟେକିବ କଂଗ୍ରେସ, ଦଳକୁ ଫେରିବେ ପୁରୁଖା ନେତା !

ଏହି ପରିପ୍ରେକ୍ଷୀରେ ପିସିସି ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା କଂଗ୍ରେସ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି । ନାରୀ ନିର୍ଯାତନା, ସ୍କୁଲ୍‌ରେ ଶିକ୍ଷକ ଅଭାବ, କୃଷକ ସମସ୍ୟା ଭଳି ଅନେକ ସମସ୍ୟା ରହିଛି । ହେଲେ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ବିଜେପି ଅଭିଯୋଗ କରିଛି । ଆଗାମୀ ଦିନରେ ଏସବୁ ସମସ୍ୟା ଦୂର ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । ସେପଟେ ବ୍ଲକ ପ୍ରଶାସନ ଏମାନଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନକାରୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.