ETV Bharat / state

ମମିତା ହତ୍ୟାକାଣ୍ଡ, ବଲାଙ୍ଗୀରରେ କଂଗ୍ରେସର କେନ୍ଦ୍ରୀୟ ଟିମ୍ - ମମିତା ମେହେର

ବଲାଙ୍ଗୀରରେ ପହଞ୍ଚିଲା କଂଗ୍ରେସର କେନ୍ଦ୍ରୀୟ ଟିମ୍ । ମହାଲିଙ୍ଗ ଶିକ୍ଷୟିତ୍ରୀ ମୃତ ମମିତା ମେହେରଙ୍କ ପରିବାରକୁ ଭେଟିବେ । ଅଧିକ ପଢନ୍ତୁ...

ବଲାଙ୍ଗୀରରେ କଂଗ୍ରେସର କେନ୍ଦ୍ରୀୟ ଟିମ୍, ମମିତା ମେହେରଙ୍କ ପରିବାରକୁ ଭେଟିବ

author img

By

Published : Oct 28, 2021, 12:33 PM IST

ବଲାଙ୍ଗୀର: ମୃତ ମମିତା ମେହେରଙ୍କ ଗାଁରେ ପହଞ୍ଚିଲା କଂଗ୍ରେସ କେନ୍ଦ୍ରୀୟ ଟିମ୍ । କଂଗ୍ରେସର ଏହି ଟିମ୍ ମମିତାଙ୍କ ପରିବାର ଲୋକଙ୍କୁ ଭେଟିବେ ବୋଲି ଜଣାପଡିଛି ।

ବଲାଙ୍ଗୀରରେ କଂଗ୍ରେସର କେନ୍ଦ୍ରୀୟ ଟିମ୍, ମମିତା ମେହେରଙ୍କ ପରିବାରକୁ ଭେଟିବ

ବଲାଙ୍ଗୀର ମମିତା ମେହେର ହତ୍ୟା ଘଟଣାରେ ସାରା ଓଡ଼ିଶାରେ ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ସବୁ ରାଜନୈତିକ ଦଳ ଆନ୍ଦୋଳନ ଜାରି ରଖିଥିବାବେଳେ ଜାତୀୟସ୍ତରରେ ମଧ୍ୟ ଘଟଣାକୁ ନେଇ ଚର୍ଚ୍ଚା କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସର ଏକ କେନ୍ଦ୍ରୀୟ ଟିମ୍ ବଲାଙ୍ଗୀର ଗସ୍ତ କରିଛି । ଏଥିରେ ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେୱାଲା, ଓଡ଼ିଶା ପିସିସି ପ୍ରଭାରୀ ଚେଲା କୁମାର, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ନୂଆପଡ଼ା ବିଧାୟକ ଅଧିରାଜ୍ ପାଣିଗ୍ରାହୀ, କଂଗ୍ରେସ ନେତା ଶରତ ପଟ୍ଟନାୟକ, ସୁରେନ୍ଦ୍ର ସିଂ ଭୋଇ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଆଜି ହେଲିକପ୍ଟର ଯୋଗେ ଏମାନେ ପ୍ରଥମେ କଣ୍ଟାବାଞ୍ଝିରେ ପହଞ୍ଚିଛନ୍ତି । ଏହାପରେ ମୃତ ମମିତା ମେହେରଙ୍କ ଗ୍ରାମ ଝରନୀ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିବେ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.